Posted inଖେଳ

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ‘କ୍ୟାପଟେନ୍ସ ଡେ’

ଅହମଦାବାଦ,୫ା୧୦(ପି.ଟି.): ଭାରତରେ ଖେଳାଯିବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ୱକପ ପୂର୍ବରୁ ବୁଧବାର ପାଳିତ ହୋଇଛି ‘କ୍ୟାପଟେନ୍ସ ଡେ’। ପ୍ରଥମ ଥର ପାଇଁ ବିନା ଉଦ୍‌ଘାଟନୀ ସମାରୋହରେ ଏହି ବିଶ୍ୱକପ ଆୟୋଜିତ ହେବାକୁ ଥିବା ବେଳେ ସମସ୍ତ ୧୦ ଦଳର ଅଧିନାୟକ ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ‘କ୍ୟାପଟେନ୍ସ ଡେ’ ପାଳନ କରିଥିଲେ। ରୋହିତ ଶର୍ମା, ଟେମ୍ବା ବଭୁମା, ପ୍ୟାଟ୍‌ କୁମିନ୍ସ, ସ୍କଟ ଏଡଓ୍ବାଡର୍‌ସ, କେନ୍‌ ଓ୍ବିଲିୟମସନ, ହଶମତୁଲ୍ଲା ଶାହିଦି, ଜୋଶ ବଟଲର, ବାବର ଆଜମ, ଦସୁନ ଶନକା ଓ ଶକିବ ଅଲ୍‌ ହାସନ ୧୦ ଦଳର ଅଧିନାୟକ ଭାବରେ ଅଂଶଗ୍ରହଣ କରିଥିଲେ। ପୂର୍ବତନ ଭାରତୀୟ ଖେଳାଳି ରବି ଶାସ୍ତ୍ରୀ ଓ ଇଂଲଣ୍ଡର ଇଓନ ମୋର୍ଗାନ ହୋଷ୍ଟ ଭାବରେ ସମସ୍ତ ଦଳର ଖେଳାଳିଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସମସ୍ତ ୧୦ ଦଳର ଅଧିନାୟକ ଆସନ୍ତା ୬ ସପ୍ତାହର କ୍ରିକେଟକୁ ନେଇ ନିଜର ମତ ମଧ୍ୟ ରଖିଥିଲେ।

ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏହି ଟୁର୍ନାମେଣ୍ଟକୁ ନେଇ ଆଶାବାଦୀ ଥିବା କହିଛନ୍ତି। ମୁଁ ଦିନିକିଆ କ୍ରିକେଟର ଫ୍ୟାନ ବୋଲି ଆରମ୍ଭରୁ କହି ଆସିଛି। ଶୈଶବରୁ ଏହାକୁ ନେଇ ମୁଁ ସ୍ବପ୍ନ ଦେଖୁଥିବା ବେଳେ ଅଧିନାୟକ ଭାବେ ଅଂଶଗ୍ରହଣ କରିବା ମୋ ପାଇଁ ସ୍ବତନ୍ତ୍ର। ଏଠାରେ ଥିବା ସମସ୍ତ ଅଧିନାୟକ ନିଜ ଦଳ ପାଇଁ ଶ୍ରେଷ୍ଠ ସଫଳତା ହାସଲ କରିବାକୁ ପ୍ରୟାସ କରିବେ। ସମସ୍ତ ଦଳ ବିଜୟୀ ହେବାକୁ ପ୍ରୟାସ କରିବେ ତେବେ ଭାରତ ଘରୋଇ ପରିବେଶର ଫାଇଦା ଉଠାଇବାକୁ ପ୍ରୟାସ କରିବ। ଏହି ଟୁର୍ନାମେଣ୍ଟକୁ ଭାରତୀୟ ଦର୍ଶକଙ୍କ ପକ୍ଷରୁ ଢେରସାରା ଭଲପାଇବା ମିଳିବା ନେଇ ସେ ଆଶା କରିଛନ୍ତି। ଭାରତୀୟ ମାନେ କେବଳ ଭାରତୀୟ କ୍ରିକେଟ ଦଳକୁ ନୁହେଁ ବରଂ କ୍ରିକେଟକୁ ଭଲ ପାଆନ୍ତି। ତେଣୁ ଆସନ୍ତା କ୍ରିକେଟ ବିଶ୍ୱକପରେ କେବଳ ଭାରତ ମ୍ୟାଚ୍‌ ନୁହେଁ ବରଂ ସମସ୍ତ ମ୍ୟାଚ ଗୁଡିକରେ ଷ୍ଟାଡିୟମ ଫୁଲ ରହିବା ନେଇ ସେ ପୂର୍ବାନୂମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri