Posted inଖେଳ

ଉପଅଧିନାୟକ ରାହାନେଙ୍କ ସହ ସମ୍ପର୍କକୁ ନେଇ ସ୍ପଷ୍ଟ କଲେ କୋହଲି, କହିଲେ…

ନୂଆଦିଲ୍ଲୀ,୪।୨: ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭାରତର କାମଚଳା ଅଧିନାୟକ ଦାୟିତ୍ୱ ସମ୍ଭାଳିଥିବା ଅଜିଙ୍କ୍ୟ ରାହାନେ ବେଶ୍‌ ପ୍ରଶଂସିତ ହୋଇଥିଲେ। ନିଜର ଶାନ୍ତ ସ୍ବଭାବ ସାଙ୍ଗକୁ ଖେଳାଳି ଚୟନରେ ଉତ୍କୃଷ୍ଟ ପ୍ରଦର୍ଶନକୁ ନେଇ ଦଳ ୨-୧ରେ ସିରିଜ ଜିତିଥିଲା। ଏବେ ବିରାଟ କୋହଲି ପୁଣିଥରେ ଦଳକୁ ଫେରୁଥିବାରୁ ସେ ଉପଅଧିନାୟକ ପଦ ତୁଲାଇବେ। ପଛରେ ରହି ସାହାଯ୍ୟ କରି ସେ ଖୁସି ଅନୁଭବ କରିବେ ବୋଲି ପ୍ରକାଶ କରିଥିଲେ। ଏବେ କୋହଲି ରାହାନେଙ୍କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।

ରାହାନେଙ୍କ ସହ ସମ୍ପର୍କକୁ ନେଇ କୋହଲି କହିଛନ୍ତି, ଜିକ୍ସ(ରାହାନେ) ଏବଂ ମୋର ମଧ୍ୟରେ ନୁହେଁ ବରଂ ପୁରା ଟିମ୍‌ର ସମ୍ପର୍କ ବିଶ୍ୱାସ ଉପରେ ନିର୍ଭର କରୁଛି। ଆମେ ସବୁ ଗୋଟିଏ ଲକ୍ଷ୍ୟ ନେଇ କାମ କରୁଛୁ। ତାହା ହେଲା ଭାରତକୁ ବିଜେତା ଭାବେ ଦେଖିବା। ରାହାନେ ଅଷ୍ଟ୍ରେଲିଆରେ ନିଜର କର୍ତ୍ତବ୍ୟ ବେଶ ଭଲ ଭାବେ ସମ୍ପନ୍ନ କରିଛନ୍ତି। ତାଙ୍କ ନେତୃତ୍ୱରେ ଦଳ ଜିତିବା ମୂହୁର୍ତ୍ତକୁ ଦେଖିବା ସୁନ୍ଦର ଅନୁଭୂତିଟିଏ ଥିଲା ବୋଲି କୋହଲି କହିଛନ୍ତି।

ରାହାନେଙ୍କ ସହ ମଇଦାନ ବାହାରେ ଥିବା ତାଳମେଳ ପଡ଼ିଆ ଭିତରେ ମଧ୍ୟ ସମାନ ଥାଏ। ଆମେ ପରସ୍ପର ସହ ଖେଳିବାକୁ ପସନ୍ଦ କରୁ। ଆମେ ପରସ୍ପରର ସମ୍ମାନ କରିଥାଉ। ସବୁଠାରୁ ମଇଦାନ ବାହାର ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଥାଏ। ଆମେ ବହୁତ କଥା ହୋଇଥାଉ। ପରସ୍ପର ସହ ବୁଝାବଣା କରିଥାଉ। ସେ ଏଭଳି ଜଣେ ଖେଳାଳି, ଯିଏ କୌଣସି ପରିସ୍ଥିତିରେ ଉପଦେଶ ଦେବାର କ୍ଷମତା ରଖିଛନ୍ତି। ଆମେ ମଇଦାନରେ ମ୍ୟାଚ୍‌ ସମ୍ପର୍କରେ ଅନେକ କିଛି ବିଷୟରେ ଅନେକ ଚର୍ଚ୍ଚା କରିଥାଉ। ଏହି ସମ୍ପର୍କ ବିଶ୍ୱାସର ବୋଲି ମଧ୍ୟ କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri