Posted inଖେଳ

କ୍ୟାପିଟାଲ୍ସ ଦଳରେ କିପିଂ ସମସ୍ୟା

ନୂଆଦିଲ୍ଲୀ, ୩୦।୩ : ତାରକା ଖେଳାଳି ରିଷଭ ପନ୍ତ ଦୁର୍ଘଟଣା ଜନିତ ଆହତ ସମସ୍ୟା ମଧ୍ୟ ଦେଇ ଗତି କରୁଥିବାରୁ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଉଇକେଟ କିପରଙ୍କୁ ନେଇ ସମସ୍ୟା ଦେଖା ଦେଇଛି। ଏହି ସମସ୍ୟାର ସମାଧାନ ପାଇଁ ଦିଲ୍ଲୀ ଫ୍ରାଞ୍ଚାଇଜ୍‌ ଅନ୍‌କ୍ୟାପେଡ୍‌ ଭାରତୀୟ ଉଇକେଟ କିପର ଅଭିଷେକ ପୋରେଲଙ୍କ ସହ ଚୁକ୍ତି କରିବ ବୋଲି ଜଣାଯାଇଛି। ସେ ଗତ ସପ୍ତାହରେ ଅନ୍ୟ ଭାରତୀୟ ଉଇକେଟ କିପରଙ୍କ ସହ ଟ୍ରାଏଲ ଦେଇଥିଲେ। ପୋରେଲଙ୍କ ନାମ ଯଦିଓ ଆନୁଷ୍ଠାନିକଭାବେ ଘୋଷଣା କରାଯାଇନାହିଁ ତେବେ ଗତ ସପ୍ତାହେଧରି ପ୍ରାକ୍ଟିସ ଗେମ୍‌ ଗୁଡ଼ିକ ପରେ ଏହା ଏକପ୍ରକାର ନିଶ୍ଚିତ ହୋଇଛି। ଗତ କିଛି ସପ୍ତାହଧରି ପୋରେଲଙ୍କ ବ୍ୟତୀତ ଅନ୍ୟ ଭାରତୀୟ ଅନ୍‌କ୍ୟାପେଡ ଉଇକେଟ କିପର ଶେଲଡନ ଜ୍ୟାକଶନ, ଲୁଭନିଥ୍‌ ସିସୋଡିଆ ଓ ବିବେକ ସିଂ ଟ୍ରାଏଲ ଦେଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ କ୍ରିକେଟ ଡାଇରେକ୍ଟର ସୌରଭ ଗାଙ୍ଗୁଲି, ମୁଖ୍ୟ କୋଚ୍‌ ରିକି ପଣ୍ଟିଂଙ୍କୁ ନେଇ ଗଠିତ କୋଚିଂ ଗ୍ରୁପ୍‌ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଟ୍ରାଏଲ ଗୁଡ଼ିକ ଅନୁଷ୍ଠିତ ହୋଇଥିଲା। ପୋରେଲ ଘରୋଇ କ୍ରିକେଟରେ ବେଙ୍ଗଲ ପକ୍ଷରୁ ଉଇକେଟ କିପିଂ କରିଥାନ୍ତି। ସେ ଜଣେ ଭଲ ଉଇକେଟ କିପର, ତେବେ କୌଣସି ଫର୍ମାଟରେ ବଡ଼ ସ୍କୋର କରିପାରି ନାହାନ୍ତି। ସୟଦ ମୁସ୍ତାକ ଅଲୀ କ୍ରିକେଟ ଟୁର୍ନାମେଣ୍ଟର ୩ ମ୍ୟାଚରେ ସେ ମାତ୍ର ୨୨ ରନ କରିଥିଲେ। ଏହା ମଧ୍ୟରେ ଗୋଟିଏ ଇନିଂସ ୨୦* ଥିଲା।
ପୋରେଲ ସାମିଲ ହେଲେ ଦିଲ୍ଲୀ ଦଳର ପ୍ରଥମ ପସନ୍ଦ ଉଇକେଟ କିପର ରହିବେ ସର୍ଫରାଜ ଖାଁ। ଘରୋଇ କ୍ରିକେଟରେ ଗତ ସିଜନଧରି ସର୍ଫରାଜ ଚମତ୍କାର ଫର୍ମରେ ଅଛନ୍ତି। କ୍ରମାଗତ ୨ ରଣଜୀ ସିଜନ (୨୦୧୯-୨୦ ଓ ୨୦୨୧-୨୨)ରେ ସେ ୯୦୦ରୁ ଊର୍ଦ୍ଧ୍ୱ ରନ ସ୍କୋର କରିଛନ୍ତି। ଗତ ସିଜନରେ ସେ ୬ ଇନିଂସରେ ୫୫୬ ରନ କରିଥିଲେ। ସୟଦ ମୁସ୍ତାକ ଅଲୀ ଟୁର୍ନାମେଣ୍ଟରେ ମୁମ୍ବାଇର ସଫଳତାରେ ସର୍ଫରାଜଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଗତ ସିଜନରେ ସେ ନିଜ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କାରେ କିଣା ଯାଇଥିଲେ। ଲୋୟର ଅର୍ଡରରେ ବ୍ୟାଟିଂ ସୁଯୋଗ ପାଇଥିବା ସର୍ଫରାଜ ୬ ଗେମ୍‌ରେ ୯୧ ରନ ସ୍କୋର କରିଥିଲେ। ସୟଦ ମୁସ୍ତାକ ଅଲୀରେ ସର୍ଫରାଜ ମୁମ୍ବାଇ ପକ୍ଷରୁ ଉଇକେଟ କିପିଂ କରିଥାନ୍ତି। ତେଣୁ ପନ୍ତଙ୍କ ଅନୁପସ୍ଥିତିରେ ତାଙ୍କୁ ଏହି ଭୂମିକାଲାଗି ପ୍ରସ୍ତୁତ ରହିବାକୁ ଜାନୁୟାରୀରୁ ନିର୍ଦ୍ଦେଶ ଦିଆ ଯାଇଛି।
କ୍ୟାପିଟାଲ୍ସ ଦଳର ଅନ୍ୟ ଉଇକେଟ କିପିଂ ବିକଳ୍ପ ହେଲେ ଇଂଲଣ୍ଡର ଫିଲ୍‌ ସଲ୍ଟ। ଚଳିତବର୍ଷ ହୋଇଥିବା ନିଲାମରେ ତାଙ୍କୁ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କାରେ ଦିଲ୍ଲୀ କିଣିଥିଲା। ନିକଟରେ ଇଂଲଣ୍ଡ ଦଳର ବାଂଲାଦେଶ ଗସ୍ତରେ ଯଦିଓ ସେ ନିରାଶ କରିଥିଲେ ତେବେ ଘରୋଇ କ୍ରିକେଟରେ ୧୮୦ ଟି୨୦ ମ୍ୟାଚ ଖେଳିବାର ଦକ୍ଷତା ରଖିଛନ୍ତି। ୧୪୯.୭୯ ଷ୍ଟ୍ରାଇକ୍‌ ହାରରେ ସେ ୪୧୧୮ ରନ ସ୍କୋର କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଏପ୍ରିଲ ୧ରେ ଏହାର ପ୍ରଥମ ମ୍ୟାଚ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ସହିତ ଖେଳିବ।

 


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri