ରାଜ୍ୟକୁ ଆସିବ ୧ ଲକ୍ଷ କୋଟିର ପୁଞ୍ଜି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୧(ଅନୁରାଧା ମହାରଣା): କୋଲକାତାରେ ଅନୁଷ୍ଠିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ ରୋଡ୍‌ ଶୋ’ରୁ ଓଡ଼ିଶା ପାଇଁ ୧ଲକ୍ଷ କୋଟି ଟଙ୍କାର ନିବେଶ ସମ୍ଭାବନା ସୃଷ୍ଟି ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ଫେରିବା ପରେ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଏହି ରୋଡ୍‌ ଶୋ’ରେ ୫୦୦ରୁ ଅଧିକ ଉଦ୍ୟୋଗପତି, ବ୍ୟବସାୟ ସଂଘ ଓ ପ୍ରତିଷ୍ଠାନ ଅଂଶଗ୍ରହଣ କରିଥିଲାବେଳେ ୪ଟି ସେକ୍ଟରାଲ ରାଉଣ୍ଡ୍‌ଟେବଲ ସହ ୧୩୦ଟି ଉଚ୍ଚସ୍ତରୀୟ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ପ୍ରକଳ୍ପ ସ୍ଥାପନ ଓ ନିଯୁକ୍ତି ସୃଷ୍ଟି ନେଇ ୨୭ଟି ଏମ୍‌ଓୟୁ ହୋଇଛି। ଏବାବଦକୁ ମୋଟ ୮୧,୮୬୪ କୋଟି ଟଙ୍କାର ନିବେଶ ସହ ୬୩,୧୬୧ଟି ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି। ଏହା ବ୍ୟତୀତ ୧୯ଟି ନିବେଶ ପ୍ରସ୍ତାବ ମଳିଥିବାବେଳେ ମୋଟ ୧୮,୪୫୩ କୋଟି ଟଙ୍କାର ନିବେଶ ଓ ୨୭,୫୯୧ଟି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହି ରୋଡ୍‌ ଶୋ’ରୁ ମୋଟ ୧ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜି ନିବେଶ ସହ ୯୦ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟିର ସମ୍ଭାବନା ଦେଖାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ୱୋଦୟ ଦୃଷ୍ଟିକୋଣ ଅଧୀନରେ ଓଡ଼ିଶା ପୂର୍ୱ ଭାରତର ପରବର୍ତ୍ତୀ ଔଦ୍ୟୋଗିକ ବିକାଶର ସହ-ଆଙ୍କର ଭାବେ କାମ କରିବ। ଏହି ବିକାଶ ପ୍ରତିଯୋଗିତାମୂଳକ ନୁହେଁ ବରଂ ସହଯୋଗମୂଳକ ହେବ, ଯେଉଁଠାରେ ରାଜ୍ୟଗୁଡ଼ିକ ପରସ୍ପରର ଶକ୍ତିକୁ ପରିପୂରକ କରି ଏକ ଶକ୍ତିଶାଳୀ ପୂର୍ୱ ଔଦ୍ୟୋଗିକ କରିଡର୍‌ ଗଢ଼ିବେ।

ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଓ ସୁରକ୍ଷିତ ରହିଛି ଏବଂ ସମ୍ୱଳ ଆଧାରିତ ଅର୍ଥନୀତିରୁ ମୂଲ୍ୟ ସଂଯୋଜନ ଓ ଉନ୍ନତ ଉତ୍ପାଦନ କ୍ଷେତ୍ରକୁ ଦ୍ରୁତ ଗତିରେ ରୂପାନ୍ତରିତ ହେଉଛି। ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ପୋର୍ଟ-ଲେଡ୍‌ ଔଦ୍ୟୋଗିକୀକରଣର ମୁଖ୍ୟ ସହାୟକ ଭାବେ ପୂର୍ୱ ଓ ମଧ୍ୟ ଭାରତକୁ ସେବା ଯୋଗାଇ ଦେଉଛନ୍ତି। ସମୃଦ୍ଧ ଓଡ଼ିଶା ୨୦୩୬ ଦୃଷ୍ଟିକୋଣ ଉପସ୍ଥାପନ କରି ନବୀକରଣଯୋଗ୍ୟ ଶକ୍ତି ଉପକରଣ, ଟେକ୍ସଟାଇଲ, ଫାର୍ମାସ୍ୟୁଟିକାଲ୍ସ, ଇଲେକ୍ଟ୍ରୋନିକ୍ସ, ଆଇଟି, ଡାଟା ସେଣ୍ଟର ଓ ଉନ୍ନତ ଉତ୍ପାଦନ କ୍ଷେତ୍ରରେ ବିପୁଳ ସୁଯୋଗ ସମ୍ପର୍କରେ ମୁଖ୍ୟ ମନ୍ତ୍ରୀ କହିଛନ୍ତି। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଉତ୍ତର-ପୂର୍ୱ ରାଜ୍ୟଗୁଡ଼ିକର ଉଦ୍ୟୋଗପତିମାନଙ୍କୁ ଓଡ଼ିଶା ସହ ବିସ୍ତାର ଓ ବିବିଧିକରଣ କରିବାକୁ ଆମନ୍ତ୍ରଣ ଜଣାଇଛନ୍ତି।
ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ଓଡ଼ିଶା ପୂର୍ୱୋଦୟରେ ପୂର୍ୱ ଭାରତର ପ୍ରାକୃତିକ ବିସ୍ତାର ହବ୍‌ର ଭୂମିକା ନେବ। ଶକ୍ତିଶାଳୀ ଅବସଂରଚନା, ବନ୍ଦର-ଆଧାରିତ ଲଜିଷ୍ଟିକ୍ସ, ସ୍ଥିର ନୀତି, ଦ୍ରୁତ ପ୍ରକଳ୍ପ କାର୍ଯ୍ୟକାରୀ ଓ ଦକ୍ଷ ମାନବ ସମ୍ୱଳ ବିକାଶ ମାଧ୍ୟମରେ ୨୦୩୬ରେ ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହେବ।
ରୋଡ୍‌ ଶୋ’ର ଏହି ସଫଳତା ପରେ ରାଜ୍ୟ ସରକାର ଜାନୁଆରୀ ୨୭ ଓ ୨୮ ରାଉରକେଲାରେ ହେବାକୁ ଥିବା ‘ଏଣ୍ଟରପ୍ରାଇଜ୍‌ ଓଡ଼ିଶା’ ଇଭେଣ୍ଟ ପାଇଁ ପ୍ରସ୍ତୁତି କରୁଛନ୍ତି। ଏହି ଇଭେଣ୍ଟ ଓଡ଼ିଶାର ଔଦ୍ୟୋଗିକ କ୍ଷମତା, ଏମ୍‌ଏସ୍‌ଏମ୍‌ଇ ଶକ୍ତି, ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଓ ନିବେଶ ପ୍ରସ୍ତୁତ ଅବସଂରଚନାକୁ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶିଲେ, କିଛି କହିବା ପୂର୍ବରୁ ବେକ, କାନକୁ ହାଣି ପକାଇଲେ  

ଦିଗପହଣ୍ଡି,୧୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ଅଭାବନୀୟ ଘଟଣା ଘଟିଛି। କଲୋନୀରେ...

ଚିଲିକାରେ ପକ୍ଷୀ ଗଣନା ଆଜି

ବାଲୁଗଁା,୧୮ା୧(ସଂଗ୍ରାମ ପାଇକରାୟ): ଚିଲିକା ବନ୍ୟପ୍ରାଣୀ ବିଭାଗ ବାଲୁଗଁା ଆନୁକୂଲ୍ୟରେ ରବିବାର ଚିଲିକାରେ ପକ୍ଷୀ ଗଣନା ହେବ। ଏହି ପରିପ୍ରେକ୍ଷୀରେ ଶନିବାର ବାଲୁଗଁା ନିକଟ ବଡ଼କୁଳସ୍ଥିତ ସିଡିଏ...

ତେଲେଇ ହେବାକୁ…

ଭୁବନେଶ୍ୱର,୧୮ା୧(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନରେ କ୍ଷମତାରୁ ଯିବାପରଠାରୁ ଦଳୀୟ ବ୍ୟାପାରରେ ସମ୍ପୂର୍ଣ୍ଣ ନୀରବ ରହି ଆସୁଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ଶୃଙ୍ଖଳା...

ଦେବଗଡ ଜୋନ ପାଇଁ ନୂତନ କାର୍ଯ୍ୟକାରୀ ସଭାପତି ହେଲେ ଦୟା ଶଙ୍କର ଦ୍ୱିବେଦୀ

ଦେବଗଡ,୧୮।୧(ଶଶାଙ୍କ ଶେଖର ଝାଙ୍କର): ରେଙ୍ଗାଲି ବନ୍ଧ ସୁରକ୍ଷା ସମିତି ଦେବଗଡ ପାଲଲହଡ଼ା କମିଟିର ଦେବଗଡ ଜୋନ ପାଇଁ ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଦେବଗଡ଼ ସହରର...

ଶିବଲିଙ୍ଗ ଉପରେ ପୂଜକଙ୍କ ମୃତଦେହ, ତା’ପରେ ଯାହା ଘଟିଲା…

ଜଗତ୍‌ସିଂହପୁର,୧୮ା୧(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ପୁନଙ୍ଗସ୍ଥିତ ପୁନେଶ୍ୱର ମହାଦେବ ମନ୍ଦିରରେ ଶନିବାର ଅଭାବନୀୟ ଘଟଣା ଘଟିଛି। ମନ୍ଦିରର ପାତାଳଫୁଟା ଶିବଲିଙ୍ଗ ଉପରୁ ମନ୍ଦିର ପୂଜକ ଓମ୍‌ପ୍ରକାଶ...

ଗ୍ରୀନଲ୍ୟାଣ୍ଡ ପାଇଁ ଜିଦ୍‌ରେ ଅଟଳ ଟ୍ରମ୍ପ: ବିରୋଧ କରୁଥିବା ଦେଶ ଉପରେ ଲଦିଲେ ୧୦% ଟାରିଫ୍

ନୂଆଦିଲ୍ଲୀ,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡ ଅଧିଗ୍ରହଣ ପ୍ରସଙ୍ଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ସାମିଲ କରିବା ଯୋଜନାକୁ ବିରୋଧ କରୁଥିବାରୁ...

୨ ଦିନ ବଢ଼ିଲା ଶିଶିର ସରସ ମେଳା

ଭୁବନେଶ୍ୱର,୧୭।୧: ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଜାତୀୟସ୍ତରୀୟ ଶିଶିର ସରସ ମେଳାକୁ ଆଉ ୨ ଦିନ ବଢାଇ ଦିଆଯାଇଛି। ଫଳରେ ୧୮ ତାରିଖ ପରିବର୍ତ୍ତେ...

ମର୍ମନ୍ତୁଦ ଦୁର୍ଘଟଣା: ଅଟୋ ଡ୍ରାଇଭର ଜୀବନ୍ତ ଦଗ୍ଧ

ଫୁଲବାଣୀ/ଖଜୁରିପଡା, ୧୭ା୧(ରାକେଶ କୁମାର ରାଉତ/ବିଦୁର ବେହେରା)-କନ୍ଧମାଳ ଜିଲା ଫୁଲବାଣୀ ସହର ସରକାରୀ ଆଇଟିଆଇଠାରୁ ଅଳ୍ପ ଦୂର ସଦର ଥାନା ଅନ୍ତର୍ଗତ ଦାତପାଜୁ ନିକଟରେ ଏକ ମର୍ମନ୍ତୁଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri