କୋଟପାଡ଼,୨୦।୧୨(କେ. ରାଜଶେଖର ରାଓ): କୋରାପୁଟ ଜ଼ିଲା କୋଟପାଡ଼ରେ ଘୁମର ପଞ୍ଚାୟତ ପୂର୍ତ୍ତ ବିବାଗ ଜୟପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଗୋରୁ ବୋଝେଇ କ୍ୟାଣ୍ଟର ଓଲଟି ପଡି ୫୦ରୁ ଉର୍ଦ୍ଧ୍ୱ ଗୋରୁଙ୍କ ମୃତ୍ୟୁ ହେଇଛନ୍ତି l ଖବର ପାଇ କୋଟପାଡ଼ ଅଗ୍ନିଶମ ବିଭାଗ ଗାଡି ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଲାଇଥିବ୍ବେଳେ ଗୋରକ୍ଷକ ଦଳ ତରଫରୁ ଉତ୍ତେଜନା ଦେଖା ଦେଇଛି। ଉକ୍ତ କ୍ୟାଣ୍ଟରରେ କେତେ ମୃତ ଗୋରୁ ଅଛନ୍ତି ଜଣାପଡିନାହିଁ। ଗୋରୁ ଏହି ଅଞ୍ଚଳରୁ ପ୍ରତ୍ୟକ ଦିନ ଏଭଳି କ୍ୟାଣ୍ଟରରେ ଗୋରୁଚାଲାଣ ହେଉଥିବା କୋଟପାଡ଼ ପୋଲିସ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନ ଥିବାର ଗୋରକ୍ଷକ ସଂଘ ଅଭିଯୋଗ କରିଛନ୍ତି l
Dharitri – Odisha’s No.1 Odia Daily


