ହୋଇପାରୁନି ଅସ୍ତ୍ରୋପଚାର, ଯାଇପାରୁନି ସ୍କୁଲ

ଫୁଲବାଣୀ ଅଫିସ, ୩ା୯: ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ମିଳିବ। ଚିକିତ୍ସାରେ କାହାରିକୁ ଅବହେଳା କରାଯିବ ନାହିଁ। ମେଡିକାଲରେ ମାଗଣା ଚିକିତ୍ସା ସହ ଅସ୍ତ୍ରୋପଚାର କରାଯିବ। ଏଥିପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରିଛନ୍ତି ସରକାର। ହେଲେ ସବୁଥିଲେ ବି ଏହି ସେବା ମିଳିପାରୁନାହିଁ। ଏହାର ବାସ୍ତବ ଚିତ୍ର କନ୍ଧମାଳ ଜିଲା ଚକାପାଦ ବ୍ଲକରେ ଦେଖିବାକୁ ମିଳିଛି ା ଜନ୍ମ ହେଲା ପରଠାରୁ ମଳଦ୍ୱାର ନ ଥିବା ଜଣେ ପିଲାର ଅସ୍ତ୍ରୋପଚାର ଆଜି ପର୍ଯ୍ୟନ୍ତ କରାଯାଇ ପାରୁନାହିଁ।
ଚକାପାଦ ବ୍ଲକ ବେହେରାଗାଁ ପଞ୍ଚାୟତ ପଡାମାହା ଗ୍ରାମ। ୨୦୧୭ ଜୁଲାଇ ୧୮ ତାରିଖରେ ଗ୍ରାମର ପ୍ରକାଶ କହଁର ଓ ସ୍ତ୍ରୀ ଜାନକୀଙ୍କ କୋଳ ମଣ୍ଡନ କରିଥିଲେ ଚିଣ୍ଟୁ। ପୁଅ ଟିଏ ଜନ୍ମ ହୋଇଥିବାରୁ ଉଭୟଙ୍କ ମଧ୍ୟରେ ଖୁସିର ସୀମା ନ ଥିଲା ା ହେଲେ କିଛି ଘଣ୍ଟା ପରେ ଏହି ଖୁସି ପାଣି ଫୋଟକା ପରି ମିଳାଇ ଯାଇଥିଲା। କାରଣ ପିଲାଟି ଜୋରରେ କନ୍ଦା କଟା କରିଥିଲା ା ଡାକ୍ତର ଆସି ପରୀକ୍ଷା କଲାବେଳକୁ ମଳଦ୍ୱାର ନ ଥିବା ଜଣାପଡିଥିଲା।ପିଲାଟି ମଳ ତ୍ୟାଗ କରି ପାରୁ ନ ଥିବାରୁ ଡାକ୍ତର ବାଇପାସ କରି ନାଭି ପାଖରେ ମଳ ଯାଉଥିବା ନାଡ଼କୁ ବାହାର କରି ଛାଡି ଦେଇଥିଲେ। ପିଲା ବଡ ହେଲେ ତାହାର ଅସ୍ତ୍ରୋପଚାର କରାଯିବ ବୋଲି କହିଥିଲେ ା ସେହିଦନଠାରୁ ଆଜି ପର୍ଯ୍ୟନ୍ତ ଡାକ୍ତରଙ୍କ ପାଖକୁ ଦୌଡି ଦୌଡି ପ୍ରକାଶ ଏବଂ ସ୍ତ୍ରୀ ଜାନକୀ ନୟାନ୍ତ ହୋଇପଡିଲେଣି ା ତଥାପି ଅପରେଶନ ହୋଇପାରୁ ନାହିଁ। ଚିଣ୍ଟୁ ଏବେ ୫ ବର୍ଷରେ ପାଦ ଥାପିଛି ା ଘର ସମ୍ମୁଖରେ ଅନ୍ୟ ପିଲାମାନେ ପ୍ରତ୍ୟେକ ଦିନ ସ୍କୁଲ ଯାଉଥିବା ଦେଖି ମନ ଦୁଃଖ କରୁଛି। କାରଣ ସେ ଅସୁସ୍ଥତା ଯୋଗୁ ଯାଇ ପାରୁନାହିଁ ା ନାଭି ପାଖରେ ବାହାରିଥିବା ନାଡ଼ରେ ମଳ ଆପେ ଆପେ ବାହାରୁଛି। ଦୁର୍ଗନ୍ଧରେ ରହି ହେଉନାହିଁ। ପେଟ ଉପରେ ଏକ କପଡା ଦେଇ ତାଙ୍କୁ ସବୁ ବେଳେ ରଖାଯାଉଛି ା ପରିବାରର ଜଣେ ଲୋକ ଏଥିପାଇଁ ବନ୍ଧା। ଏପଟେ ପ୍ରକାଶ ଗରୀବ ଶ୍ରେଣୀର ଲୋକ। ଦିନ ମଜୁରି ନ ଗଲେ ପରିବାର ଚଳାଇବା କଷ୍ଟ। ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଯେତେବେଳେ ଚିଣ୍ଟୁଙ୍କୁ ଭର୍ତ୍ତି କରାଯାଇଥିଲା ସେତେବେଳେ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା। ପୁଣି ଡାକ୍ତର କଟକ ରେଫର କରିଥିଲେ। ସେଠାରେ ଡାକ୍ତର ଆଜି ପର୍ଯ୍ୟନ୍ତ ଅପରେଶନ ଆଳ ଦେଖାଇ ଦିନ ଗଡାଇ ଚାଲୁଛନ୍ତି। ଏପଟେ ଚିଣ୍ଟୁ ବଡ ହେଉଥିବାରୁ ମଳ ତ୍ୟାଗ କରିବାରେ ଅକଥନୀୟ ଯନ୍ତ୍ରଣା ଅନୁଭବ କରୁଛି। ସରକାରଙ୍କ ଏତେ ସବୁ ସୁବିଧା ଥାଇ ଚିଣ୍ଟୁର ଅବସ୍ଥା କେବେ ସୁଧୁରିବ ଏବଂ ତାର ଅସ୍ତ୍ରୋପଚାର କରାଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି। ପଇସା ପତ୍ର ଆମ ପାଖରେ ନାହିଁ। ଡାକ୍ତର ଖାଲି ଆର ମାସରେ ଆସ କହୁଛନ୍ତିା ସରକାର ସାହାର୍ଯ୍ୟ କଲେ ଆମ ପୁଅ ଭଲ ହୋଇପାରନ୍ତା ବୋଲି ମା’ ଜାନକୀ ଏବଂ ବାପା ପ୍ରକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri