ଆଗେଇପାରୁନି ‘ମୋ ଘର’ ଯୋଜନା

ଭୁବନେଶ୍ୱର, ୧୨ା୯(ସୁନିତ୍‌ ମିଶ୍ର):ରାଜ୍ୟରେ ଯେଉଁ ଗରିବ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ପାଇବାରୁ ବଞ୍ଚିତ ଅଛନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ପକ୍କାଘର ଖଣ୍ଡେ କରିପାରୁନାହାନ୍ତି ସେମାନଙ୍କ ଲାଗି ରାଜ୍ୟ ସରକାର ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି। ହେଲେ ସରକାରଙ୍କ ବହୁ ଉଦ୍ୟମ ସତ୍ତ୍ୱେ ଏହି ଯୋଜନା ଆଗେଇ ପାରୁନାହିଁ। ଗତ ଜୁନ୍‌ ୧୬ରୁ ଏହି ଯୋଜନାରେ ହିତାଧିକାରୀଙ୍କୁ ଆବେଦନ କରିବା ଲାଗି ଏକ ଓ୍ବେବ୍‌ସାଇଟ୍‌ ଆରମ୍ଭ କରାଯାଇଥିଲା। ସେପ୍ଟେମ୍ବର ୮ ତାରିଖ ସୁଦ୍ଧା ଘର ପାଇବାକୁ ୩ ଲକ୍ଷ ୪୫ ହଜାର ୬୬୭ ଜଣ ଆବେଦନ କରିଥିବାବେଳେ ସେଥିରୁ ୭୮୬ ଜଣଙ୍କ ଆବେଦନକୁ ବ୍ୟାଙ୍କ ଅନୁମୋଦନ ମିଳିଛି। ଅଧିକ ହିତାଧିକାରୀଙ୍କ ଆବେଦନକୁ ଗ୍ରହଣକରି ଋଣ ଦେବା ଲାଗି ଗତ ୩ ତାରିଖରେ ବ୍ୟାଙ୍କଗୁଡିକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ନିର୍ଦ୍ଦେଶ ଦେବା ସତ୍ତ୍ୱେ ସେଭଳି କିଛି ଆଖିଦୃଶିଆ ସଫଳତା ଦେଖିବାକୁ ମିଳିନାହିଁ; ଯେଉଁଥିଲାଗି ଏହି ଯୋଜନାର ଭବିଷ୍ୟତକୁ ନେଇ ସରକାର ଏକ ପ୍ରକାର ଚିନ୍ତାରେ ପଡିଲେଣି।
ମୋ ଘର ଯୋଜନାରେ ସରକାରଙ୍କ ନିକଟରୁ ମିଳିଥିବା ତଥ୍ୟ ଅନୁଯାୟୀ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ୨ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ପକ୍କାଘର ଯୋଗାଇଦେବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ଯୋଜନାର ଅଗ୍ରଗତି ଯେପରି ହେଉଛି ତାହାକୁ ଦେଖିବା ପରେ ଏହି ଲକ୍ଷ୍ୟ ଗୋଟିଏ ନୁହେଁ, ୨ଟି ଆର୍ଥିକ ବର୍ଷରେ ପୂରଣ କରିବାକୁ ଯୋଜନା କରିଛନ୍ତି। ରାଜ୍ୟରେ ଏହି ଯୋଜନାରେ ଗତ ୮ ତାରିଖ ସୁଦ୍ଧା ୪,୭୧,୦୧୯ ଲୋକ ଓ୍ବେବ୍‌ସାଇଟ୍‌ରେ ରେଜିଷ୍ଟର କରିଛନ୍ତି। ସେଥିମଧ୍ୟରୁ ୩,୪୫,୬୬୭ ଜଣ ମୋ ଘର ଯୋଜନା ଲାଗି ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧,୫୪,୨୨୨ ହିତାଧିକାରୀଙ୍କ ଆବେଦନକୁ ତୃଣମୂଳସ୍ତରରେ ଯାଞ୍ଚ କରିବା ପରେ ବ୍ଲକ ଅଫିସ୍‌କୁ ପଠାଯାଇଛି। ସେଥିରୁ ୧,୨୯,୫୦୬ ହିତାଧିକାରୀଙ୍କ ଆବେଦନକୁ ଜିଓ ଟ୍ୟାଗ୍‌ କରାଯାଇଛି। ସେହି ଜିଓ ଟ୍ୟାଗିଂ ହୋଇଥିବା ଘର ମଧ୍ୟରୁ ୧,୦୨,୭୦୩ ଆବେଦନକୁ ବ୍ଲକ୍‌ ଅଫିସ ଯାଞ୍ଚକରି ବ୍ୟାଙ୍କକୁ ପଠାଇ ଦେଇଛି। ଯେଉଁଥିରୁ ରାଜ୍ୟରେ ମାତ୍ର ୭୮୬ ଆବେଦନକାରୀଙ୍କୁ ବ୍ୟାଙ୍କ ମୋ ଘର ଯୋଜନାରେ ପକ୍କାଘର ଲାଗି ଋଣ ପ୍ରଦାନ ଲାଗି ମଞ୍ଜୁର କରିଛି। ସରକାରଙ୍କ ଏହି ତଥ୍ୟରୁ ଏହି ଯୋଜନାର ଅଗ୍ରଗତି କିପରି ହେଉଛି ସେକଥା ସ୍ପଷ୍ଟ ବାରି ହୋଇପଡୁଛି।
ତଥ୍ୟ ମୁତାବକ, ସୁନ୍ଦରଗଡ଼, କନ୍ଧମାଳ, ଦେବଗଡ଼ ଏବଂ ବରଗଡ଼ରେ ଗୋଟିଏ ବି ହିତାଧିକାରୀଙ୍କୁ ଏ ପର୍ଯ୍ୟନ୍ତ ବ୍ୟାଙ୍କ ଏହି ଯୋଜନାରେ ପକ୍କାଘର କରିବାକୁ ଋଣ ପ୍ରଦାନ କରିନାହାନ୍ତି। ସେହିପରି ନୂଆପଡ଼ା, ଝାରସୁଗୁଡ଼ା ଏବଂ ଗଜପତି ଜିଲାରେ ଗୋଟିଏ ଲେଖା ଆବେଦନକୁ ଏ ପର୍ଯ୍ୟନ୍ତ ମଞ୍ଜୁରୀ ମିଳିଛି। ପୁରୀ, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଭଳି ୩ଟି ଜିଲାରେ ଶହେରୁ ଅଧିକ ଲୋକଙ୍କ ଆବେଦନକୁ ବ୍ୟାଙ୍କ ମଞ୍ଜୁର କରିଥିବାବେଳେ ୧୭ଟି ଜିଲାରେ ଆବେଦନକୁ ମଞ୍ଜୁରୀ ମିଳିବା କ୍ଷେତ୍ରରେ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା ବି ଅତିକ୍ରମ କରିପାରି ନାହିଁ। ମୁଖ୍ୟତଃ ଋଣ ଦେବା ପୂର୍ବରୁ ବ୍ୟାଙ୍କଗୁଡିକ ସେମାନଙ୍କ ନିୟମକୁ ଅନୁପାଳନ କରିବା ବେଳକୁ ହିଁ ବହୁ ହିତାଧିକାରୀ ତାଲିକାରୁ ବାଦ୍‌ ପଡୁଥିବା ଜଣାପଡୁଛି। ଏହାବାଦ୍‌ ବହୁ ଆବେଦନ ଗ୍ରହଣ ନ କରିବା ପଛରେ ଆହୁରି ଅନେକ କିଛି କାରଣ ବ୍ୟାଙ୍କ ପାଖରେ ରହିଛି। ତାହାକୁ ନେଇ ସରକାରୀସ୍ତରରେ ବ୍ୟାଙ୍କର୍ସମାନଙ୍କ ସହ ଏକାଧିକ ବୈଠକ ହେବା ସତ୍ତ୍ୱେ କିଛି ସୁଫଳ ମିଳିପାରୁ ନାହିଁ।
କିଛିଦିନ ତଳେ ଷ୍ଟେଟ୍‌ ଲେଭଲ ବ୍ୟାଙ୍କର୍ସ କମିଟି(ଏସ୍‌ଏଲ୍‌ବିସି) ବୈଠକ ହୋଇଥିଲା। ସେଥିରେ ବ୍ୟାଙ୍କଗୁଡିକ ଯେପରି ମୋ ଘର ଯୋଜନାରେ ଅଧିକ ଆବେଦନକୁ ଗ୍ରହଣ କରି ସେଗୁଡିକୁ ଋଣ ଦେବେ ସେନେଇ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ କୋପରେଟିଭ ସୋସାଇଟି ବ୍ୟାଙ୍କକୁ ଅଧିକ ଟାର୍ଗେଟ ଦିଆଯାଇଛି। ତଥାପି ଯୋଜନା ସଫଳ ହୋଇପାରିବା ଭଳି ମନେ ହେଉନାହିଁ। ଅନ୍ୟପକ୍ଷରେ ମଙ୍ଗଳବାର ଅପରାହ୍ନରେ ଏହି ଯୋଜନାକୁ ନେଇ ଜିଲାପାଳ ସ୍ତରୀୟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନଠାରେ ବସିବାକୁ ଥିବା ଏହି ବୈଠକରେ ସବୁ ଜିଲାର ଜିଲାପାଳଙ୍କୁ ଯେପରି ମୋ ଘର ଯୋଜନାର ଆବେଦନ ବ୍ଲକ ଅଫିସରୁ ଅଧିକ ମାତ୍ରାରେ ଗ୍ରହଣକରି ବ୍ୟାଙ୍କକୁ ପଠାଯିବ ଏବଂ ହିତାଧିକାରୀମାନେ ଋଣ ପାଇପାରିବେ ସେନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୩୧ା୩(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri