Posted inଜାତୀୟ

ସ୍ତ୍ରୀ ଶାରୀରିକ ସମ୍ପର୍କ ପାଇଁ ମନା କରିବା ମାମଲାରେ ଛାଡପତ୍ର ହୋଇପାରିବ ନାହିଁ: ହାଇକୋର୍ଟ…

ନୂଆଦିଲ୍ଲୀ,୩୧।୧୦: କରୋନା ଅବଧି ପରଠାରୁ ଦେଶରେ ଛାଡପତ୍ର ଏବଂ ଘରୋଇ ହିଂସା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପ୍ରତିଦିନ ଏଭଳି ମାମଲା ଦେଶର ବିଭିନ୍ନ କୋର୍ଟରେ ପଞ୍ଜୀକୃତ ହେଉଛି। ଏକ ଛାଡପତ୍ର ମାମଲାରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି ଛାଡପତ୍ର ଦେବାକୁ ମନା କରିଦେଇଛନ୍ତି। ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ବିବାହିତ ଦମ୍ପତିଙ୍କ ମଧ୍ୟରେ ଅସନ୍ତୋଷ, ସାମାନ୍ୟ ମତଭେଦ ଏବଂ ବିଶ୍ୱାସର ଅଭାବକୁ କ୍ରୂରତା କୁହାଯାଇ ପାରିବ ନାହିଁ।

ମାନସିକ ନିର୍ଯାତନା କାରଣରୁ ସ୍ବାମୀ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ସେ ଶାଶୁ ଘରେ ରହିବାକୁ ଆଗ୍ରହୀ ନୁହଁନ୍ତି। ସ୍ତ୍ରୀ ଚାହୁଁଛନ୍ତି ଘର ଜ୍ୱାଇଁ ହୋଇ ରହିବାକୁ। ହିନ୍ଦୁ ରୀତିନୀତି ଅନୁଯାୟୀ ଦୁହେଁ ୧୯୯୬ ରେ ବିବାହ କରିଥିଲେ ଏବଂ ୧୯୯୮ ରେ ଏହି ଦମ୍ପତିଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥଥିଲେ। ଘର ଆଶାନ୍ତି ସୃଷ୍ଟି କରିବା ସହ ସ୍ତ୍ରୀ ସ୍ବାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିବା ସ୍ବାମୀଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇଥିଲା।

ଆବେଦନର ଶୁଣାଣି କରି ଜଷ୍ଟିସ ସଞ୍ଜୀବ ସଚ୍ଚଦେବ ଏବଂ ମନୋଜ ଜେନାଙ୍କ ଏକ ବେଞ୍ଚ କହିଛନ୍ତି ଯୌନ ସମ୍ପର୍କକୁ ମନା କରିବା ମାନସିକ କ୍ରୁରତାର ଏକ ରୂପ ଭାବରେ ବିବେଚନା କରାଯାଇପାରେ, ଯେତେବେଳେ ଏହା ସ୍ଥିର, ସୁଚିନ୍ତିତ ଏବଂ ବହୁ ସମୟ ଧରି ରହିଥାଏ। ବେଞ୍ଚ କହିଛନ୍ତି , ଏପରି ସମ୍ବେଦନଶୀଳ ତଥା ସୂକ୍ଷ୍ମ ସମସ୍ୟାର ମୁକାବିଲା ପାଇଁ କୋର୍ଟ ଅତ୍ୟଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଦାମ୍ପତ୍ୟ ଜୀବନରେ ସାଧାରଣ ଭାବେ ଶାରୀରିକ ସମ୍ପର୍କ ପାଇଁ ସ୍ତ୍ରୀ ମନା କରିବା ମାମଲାରେ ଛାଡପତ୍ର ହୋଇପାରିବ ନାହିଁ।

ହାଇକୋର୍ଟ କହିଛନ୍ତି ଏହି ଅଭିଯୋଗ କେବଳ ଅସ୍ପଷ୍ଟ ବିବୃତ୍ତି ଆଧାରରେ ପ୍ରମାଣିତ ହୋଇପାରିବ ନାହିଁ, ବିଶେଷ କରି ଯେତେବେଳେ ବିବାହ ଠିକ ଭାବରେ ପାଳନ କରାଯାଇଥିଲା। ବେଞ୍ଚ କହିଛନ୍ତି ସ୍ବାମୀ ତାଙ୍କ ଉପରେ ହୋଇଥିବା କୌଣସି ମାନସିକ କ୍ରୁରତାକୁ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି ଏବଂ ବର୍ତ୍ତମାନର ମାମଲାକୁ କେବଳ ବୈବାହିକ ବନ୍ଧନରେ ସାଧାରଣ ମତଭେଦ ଭାବେ ପରିଗଣିତ କରାଯାଇଛି। ବେଞ୍ଚ କହିଛନ୍ତି, କୌଣସି ସକାରାତ୍ମକ ସୂଚନା ନାହିଁ ସ୍ତ୍ରୀଙ୍କ ଆଚରଣ ଏପରି ଥିଲା ଯାହାଦ୍ୱାରା ସ୍‌ସ୍ବାମୀ ତାଙ୍କ ସହ ରହିବା ସମ୍ଭବ ନୁହେଁ। ସାମାନ୍ୟ କ୍ରୋଧ ଏବଂ ବିଶ୍ୱାସର ଅଭାବକୁ ମାନସିକ କ୍ରୁରତା ଭାବେ ଗ୍ରହଣ କରାଯିବ ନାହିଁ। ଏହା ସହିତ କୋର୍ଟ ସ୍ବାମୀଙ୍କ ଛାଡପତ୍ର ଆବେଦନକୁ ଖାରଜ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ବିଧାୟକ ବେଙ୍ଗାଲୁରୁରେ ଥିବା ସ୍ପଷ୍ଟ କଲେ ଶିବକୁମାର

ବେଙ୍ଗାଲୁରୁ,୧୩।୩: ଓଡ଼ିଶା କଂଗ୍ରେସର ୮ଜଣ ବିଧାୟକ ବେଙ୍ଗାଲୁରୁରେ ଥିବା ସ୍ପଷ୍ଟ କରିଛନ୍ତି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର। ଏହି ଅବସରରେ ଶିବକୁମାର ପ୍ରତିକ୍ରିୟା ଦେଇ କହିଛନ୍ତି, ଘୋଡ଼ା…

ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଉନ୍ମତ୍ତକାଣ୍ଡ: ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ, ପୋଲିସକୁ ମରଣାନ୍ତକ ଆକ୍ରମଣ

ବାରିପଦା,୧୩ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବହଳଦା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅସଦାଚରଣକୁ ନେଇ ଅଭାବନୀୟ ଘଟଣା ଘଟିଛି। ଅଞ୍ଚଳବାସୀ ନ୍ୟାୟ ଦାବିରେ ଜାତୀୟ ରାଜପଥ…

ଆତ୍ମସମର୍ପଣ କରିବ ଇରାନ: ରାଷ୍ଟ୍ରପତି ଟ୍ରମ୍ପଙ୍କ ସାହସିକ ଦାବି

ଓ୍ବାଶିଂଟନ୍‌,୧୩।୩:ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ G7 ନେତାଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଛନ୍ତି। ଏହି ବୈଠକ ସମୟରେ ଇରାନ ଏବେ ଆତ୍ମସମର୍ପଣ କରିବାକୁ ଯାଉଛି। ଇରାନର…

‘IPL ଖେଳିବା ଛାଡିଦେବେ…’,ଧୋନିଙ୍କ ଅବସରକୁ ନେଇ ବଡ଼ ଭବିଷ୍ୟବାଣୀ, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୩।୩: ୨୦୨୬ IPL ସିଜିନ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ (ଆରସିବି ବନାମ ଏସଆରଏଚ) ମଧ୍ୟରେ…

ପେଟ୍ରୋଲ, ଗ୍ୟାସକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ପେଟ୍ରୋଲିୟମ ମନ୍ତ୍ରଣାଳୟ ଯୁଗ୍ମ ସଚିବ କହିଲେ…

ନୂଆଦିଲ୍ଲୀ,୧୩।୩: ଏଣିକି ପେଟ୍ରେଲ୍‌ ଏବଂ ଗ୍ୟାସ କଳାବଜାର କରୁଥିଲେ ହୋଇଯାନ୍ତୁ ସାବଧାନ। ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଳାବଜାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି,ପେଟ୍ରୋଲିୟମ…

ଚପଲ ଭିତରେ ଛକିଥିଲା ସାପ, ମାରିଲା ଚୋଟ: ପରୀକ୍ଷାର ଶେଷ ଦିନରେ ଘଟିଗଲା..

ପୁରୁଷୋତ୍ତମପୁର,୧୩।୩ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଶୋଳଘର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛତ। ଶୁକ୍ରବାର ସାପ କାମୁଡି ଜଣେ ଚତୁର୍ଥ ଶ୍ରେଣୀ…

ସୋନିଆ-ରାହୁଲଙ୍କ ଉପରେ ଝୁଲୁଛି ଖଣ୍ଡା: ଗୋଟିଏ ଝଟ୍‌କାରେ ହରାଇପାରନ୍ତି ସଦସ୍ୟତା

ନୂଆଦିଲ୍ଲୀ,୧୩।୩: ନେହେରୁ-ଗାନ୍ଧୀ ପରିବାର ଉପରେ ଆଇନଗତ ଖଣ୍ଡା ଝୁଲୁଛି। ଦୁଇଟି ପୃଥକ ମାମଲା ଗୋଟିଏ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଏବଂ ଅନ୍ୟଟି ଲକ୍ଷ୍ନୌ ହାଇକୋର୍ଟରେ ଚାଲିଛି।…

କାହିଁକି ଜଣେ ପାକିସ୍ତାନୀ ଖେଳାଳିଙ୍କୁ କିଣିଲା କାବ୍ୟା ମାରାନଙ୍କ ଦଳ? SRH କୋଚ ନିଜେ ପ୍ରକାଶ କଲେ ସମ୍ପୂର୍ଣ୍ଣ ସତ୍ୟ

ନୂଆଦିଲ୍ଲୀ,୧୩।୩: ଦି ହଣ୍ଡ୍ରେଡ ଲିଗ ନିଲାମରେ ପାକିସ୍ତାନୀ ଖେଳାଳି ଅବରାର ଅହମ୍ମଦଙ୍କୁ କିଣିବା ପରେ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜ ଉପରେ ନଜର ରଖାଯାଇଛି। ସନରାଇଜର୍ସ ଲିଡ୍ସ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri