୧୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ବାଲିଗୁଡ଼ା,୨୧ା୧୨(ଡି.ଏନ୍‌.ଏ.): ପୋଲିସ ଓ ଅବକାରୀ ବିଭାଗର ମିଳିତ ପ୍ରୟାସରେ ପୁଣି ନଷ୍ଟ ହୋଇଛି ୧୪କୋଟି ଟଙ୍କାର ବେଆଇନ ଗଞ୍ଜେଇ ଗଛ। କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ପଞ୍ଚାୟତ ପୁଷାଙ୍ଗିଆ,ପାଲୁଙ୍କିଆ ଓ ଜକିକିଆ ଅଞ୍ଚଳର ୧୪୦ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ମିଳିତ ଟିମ୍‌। ଯାହାର ମୂଲ୍ୟ ୧୪ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। କନ୍ଧମାଳ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଗତ ନଭେମ୍ବରରୁ ବାଲିଗୁଡ଼ା ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି ଅପରେଶନ ନୀଳ ଜହର। ଅଞ୍ଚଳରୁ ବେଆଇନ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ରୋକିବାକୁ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।