କନ୍ଧମାଳରୁ କଳାହାଣ୍ଡିକୁ ଲମ୍ବିଛି ଗଞ୍ଜେଇ ଚେର: ଦୁର୍ଗମ ଅଞ୍ଚଳରେ ହେଉଛି ବ୍ୟାପକ ଗଞ୍ଜେଇ ଚାଷ

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ):ରାଜ୍ୟର ମାଲକାନଗିରି, ବୌଦ୍ଧ, କନ୍ଧମାଳ ଭଳି ୮ ଜିଲାରେ ଗଞ୍ଜେଇ ଚାଷ ବ୍ୟାପକ ମାତ୍ରାରେ ହେଉଛି। ଏହି କରିଡରରେ ଏବେ କଳାହାଣ୍ଡି ଜିଲା ସାମିଲ ହୋଇଗଲାଣି। କନ୍ଧମାଳ ସୀମାନ୍ତ ଅଞ୍ଚଳରୁ କଳାହାଣ୍ଡିକୁ ଗଞ୍ଜେଇ ଚାଷର ଚେର ଲମ୍ବିଛି। ଜିଲାର ମଦନପୁର ରାମପୁର ଥାନା ଅନ୍ତର୍ଗତ ଦେଢ଼ଶୁଳି, ଲୁବେନଗଡ ପଞ୍ଚାୟତର ଦୁର୍ଗମ ଅଞ୍ଚଳ, ସଂରକ୍ଷିତ ଜଙ୍ଗଲ ଜମିରେ ହେକ୍ଟର ହେକ୍ଟର ଜମିରେ ବେଆଇନ ଗଞ୍ଜେଇ ଚାଷ ହେଉଛି। ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ପୋଲିସ ପ୍ରଶାସନ ପାଖରେ ଖବର ଥିବା ସତ୍ତ୍ୱେ କୌଣସି ଠୋସ ପଦକ୍ଷେପ ଦୃଷ୍ଟିଗୋଚର ହୁଏ ନାହିଁ। ରାଜ୍ୟ ସରକାର ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇବା ପାଇଁ ବିଗତ ବର୍ଷଗୁଡ଼ିକରେ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ କଳାହାଣ୍ଡି କନ୍ଧମାଳ ସୀମାନ୍ତରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ପୂର୍ବରୁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗର ଅନୁସଚିବ କଳାହାଣ୍ଡି ଜିଲାର ଗଞ୍ଜେଇ ଚାଷ ସଂକ୍ରାନ୍ତରେ ‘ଗ୍ରାଉଣ୍ଡ ଜିରୋ’ ରିପୋର୍ଟ ମାଗିଥିବା ନଜିର ରହିଛି। ଜିଲାର ବଣପାହାଡ଼ ଘେରା କନ୍ଧମାଳ ସୀମାନ୍ତରେ ଦେଢ଼ଶୁଳି ପଞ୍ଚାୟତର ଦେଢ଼ଶୁଳି, ରୁବେଟ, ବିରିପୋଡ଼ି, ଜମୁଲି, ଡମଗଁା, ସାରଙ୍ଗପଡ଼ା ଓ ଲୁବେନଗଡ ପଞ୍ଚାୟତର କାଚାଲାକୁ, ମୁଣ୍ଡାମସ୍କା, ପାଙ୍ଗାବାଜୁ, କାଲିସୁରୁ, ପଖାରୀ, କାଚୁପ, ସୀତାପ, ନନ୍ଦୃସୁଗା, ପିଢେଲ, ମସ୍କାପଦର, ଟୁକୁଡୁ଼ତେଲ ଭଳି ଗାଁଗୁଡ଼ିକର ଜଙ୍ଗଲ ଜମିରେ ହେକ୍ଟର ହେକ୍ଟର ଜମିରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ଜଣାପଡିଛି। କନ୍ଧମାଳର ତୁମୁଡ଼ିବନ୍ଧ ଅଞ୍ଚଳ ଦେଇ ଗଞ୍ଜେଇ ମାଫିଆ କଳାହାଣ୍ଡି ଜିଲାକୁ ଧସେଇ ପଶୁଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଅଗ୍ରିମ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଯୋଗାଇ ଏହି ଚାଷ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଏହା ପୂର୍ବରୁ ମଧ୍ୟ ଏହି ଅଞ୍ଚଳର ବକାଚାଲାକୁ, ମୁଣ୍ଡାମସ୍କା, ପାଙ୍ଗାବାଜୁ, କାଲିସୁରୁ, ପଖାରୀ, କାଚୁପ, ସୀତାପ, ନନ୍ଦୃସୁଗା ଆଦି ଦୁର୍ଗମ ଅଞ୍ଚଳରେ ଗତ ୧୩ ବର୍ଷ ହେଲା କ୍ରମାଗତ ଭାବେ ଗଞ୍ଜେଇ ଚାଷ ହୋଇଆସୁଛି। ୨୦୧୭-୧୮ ବର୍ଷରୁ କ୍ରମାଗତ କନ୍ଧମାଳ ପୋଲିସ, ଅବକାରୀ ଓ ବନ ବିଭାଗର ସହାୟତାରେ ତୁମୁଡ଼ିବନ୍ଧ ଅଞ୍ଚଳର ଜଙ୍ଗଲରେ ହୋଇଥିବା ଶହ ଶହ ଏକର ଗଞ୍ଜେଇ ଚାଷ ନଷ୍ଟ କରୁଥିବା ବେଳେ କଳାହାଣ୍ଡି ସୀମାନ୍ତ ଅଞ୍ଚଳ ଏଥିରୁ ବାଦ ଦିଆଯାଉଛି। ଗଞ୍ଜେଇ ଚାଷ ପାଇଁ ମାଫିଆମାନେ କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳକୁ ସୁରକ୍ଷିତ ମଣୁଛନ୍ତି। ଫଳରେ ଜିଲାରେ ବର୍ଷକୁ ବର୍ଷ ଗଞ୍ଜେଇ ଚାଷର ପରିମାଣ ବଢିବାରେ ଲାଗିଛି। ଗଞ୍ଜେଇ ଚାଷରେ ଲାଭ ଅଧିକ ଥିବାରୁ ସେଠାରେ ମାଫିଆମାନଙ୍କ ରାଜୁତି ଚାଲିଛି। ପାହାଡ଼ ଘେରି ରହିଥିବା ସମତଳ ଅଞ୍ଚଳରେ ମୁଖ୍ୟତଃ ଗଞ୍ଜେଇ ଚାଷ ହେଉଛି। ଏହି ଚାଷ ପାଇଁ ହଜାର ହଜାର ସଂଖ୍ୟାରେ ମୂଲ୍ୟବାନ ଗଛଲତା ମଧ୍ୟ କାଟି ଦିଆଯାଉଛି। ମାଫିଆମାନେ ଜଙ୍ଗଲ ପାଖ ଅଞ୍ଚଳର କେତେକ ଗରିବ ଚାଷୀଙ୍କୁ ମଧ୍ୟ ଗଞ୍ଜେଇ ଚାଷ କରିବାକୁ ପ୍ରବର୍ତ୍ତାଉଥିବା ଜଣାପଡିଛି। ଏହି ଅଞ୍ଚଳରୁ ଛତିଶଗଡ଼, ମଧ୍ୟପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଛି। ଏହି ଦୁଇ ରାଜ୍ୟର କେତେକ ମାଫିଆ ସ୍ଥାନୀୟ ଏଜେଣ୍ଟଙ୍କ ଜରିଆରେ ଏଠାରେ ଗଞ୍ଜେଇ ଚାଷ କରୁଥିବା ଜଣାପଡିଛି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ସମାଧାନ ଦାବି

ନନ୍ଦପୁର,୧୭ା୩(ତୁଷାର କାନ୍ତ ମହାନ୍ତି)-ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସଦର ମହକୁମା ପଞ୍ଚାୟତରେ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଦୁର୍ଗାପ୍ରସାଦ ଦୋରା, ସରପଞ୍ଚ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

ବଟେଶ୍ୱରକୁ ସଂଯୋଗ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ

ଗଞ୍ଜାମ,୧୭ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବଟେଶ୍ୱର ପୀଠରୁ ୧୬ନଂ. ଜାତୀୟ ରାଜପଥକୁ ସଂଯୋଗ ନିମନ୍ତେ ନିର୍ମାଣଧୀନ ରାସ୍ତା କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri