କନ୍ଧମାଳରୁ କଳାହାଣ୍ଡିକୁ ଲମ୍ବିଛି ଗଞ୍ଜେଇ ଚେର: ଦୁର୍ଗମ ଅଞ୍ଚଳରେ ହେଉଛି ବ୍ୟାପକ ଗଞ୍ଜେଇ ଚାଷ

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ):ରାଜ୍ୟର ମାଲକାନଗିରି, ବୌଦ୍ଧ, କନ୍ଧମାଳ ଭଳି ୮ ଜିଲାରେ ଗଞ୍ଜେଇ ଚାଷ ବ୍ୟାପକ ମାତ୍ରାରେ ହେଉଛି। ଏହି କରିଡରରେ ଏବେ କଳାହାଣ୍ଡି ଜିଲା ସାମିଲ ହୋଇଗଲାଣି। କନ୍ଧମାଳ ସୀମାନ୍ତ ଅଞ୍ଚଳରୁ କଳାହାଣ୍ଡିକୁ ଗଞ୍ଜେଇ ଚାଷର ଚେର ଲମ୍ବିଛି। ଜିଲାର ମଦନପୁର ରାମପୁର ଥାନା ଅନ୍ତର୍ଗତ ଦେଢ଼ଶୁଳି, ଲୁବେନଗଡ ପଞ୍ଚାୟତର ଦୁର୍ଗମ ଅଞ୍ଚଳ, ସଂରକ୍ଷିତ ଜଙ୍ଗଲ ଜମିରେ ହେକ୍ଟର ହେକ୍ଟର ଜମିରେ ବେଆଇନ ଗଞ୍ଜେଇ ଚାଷ ହେଉଛି। ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ପୋଲିସ ପ୍ରଶାସନ ପାଖରେ ଖବର ଥିବା ସତ୍ତ୍ୱେ କୌଣସି ଠୋସ ପଦକ୍ଷେପ ଦୃଷ୍ଟିଗୋଚର ହୁଏ ନାହିଁ। ରାଜ୍ୟ ସରକାର ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇବା ପାଇଁ ବିଗତ ବର୍ଷଗୁଡ଼ିକରେ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ କଳାହାଣ୍ଡି କନ୍ଧମାଳ ସୀମାନ୍ତରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ପୂର୍ବରୁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗର ଅନୁସଚିବ କଳାହାଣ୍ଡି ଜିଲାର ଗଞ୍ଜେଇ ଚାଷ ସଂକ୍ରାନ୍ତରେ ‘ଗ୍ରାଉଣ୍ଡ ଜିରୋ’ ରିପୋର୍ଟ ମାଗିଥିବା ନଜିର ରହିଛି। ଜିଲାର ବଣପାହାଡ଼ ଘେରା କନ୍ଧମାଳ ସୀମାନ୍ତରେ ଦେଢ଼ଶୁଳି ପଞ୍ଚାୟତର ଦେଢ଼ଶୁଳି, ରୁବେଟ, ବିରିପୋଡ଼ି, ଜମୁଲି, ଡମଗଁା, ସାରଙ୍ଗପଡ଼ା ଓ ଲୁବେନଗଡ ପଞ୍ଚାୟତର କାଚାଲାକୁ, ମୁଣ୍ଡାମସ୍କା, ପାଙ୍ଗାବାଜୁ, କାଲିସୁରୁ, ପଖାରୀ, କାଚୁପ, ସୀତାପ, ନନ୍ଦୃସୁଗା, ପିଢେଲ, ମସ୍କାପଦର, ଟୁକୁଡୁ଼ତେଲ ଭଳି ଗାଁଗୁଡ଼ିକର ଜଙ୍ଗଲ ଜମିରେ ହେକ୍ଟର ହେକ୍ଟର ଜମିରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ଜଣାପଡିଛି। କନ୍ଧମାଳର ତୁମୁଡ଼ିବନ୍ଧ ଅଞ୍ଚଳ ଦେଇ ଗଞ୍ଜେଇ ମାଫିଆ କଳାହାଣ୍ଡି ଜିଲାକୁ ଧସେଇ ପଶୁଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଅଗ୍ରିମ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଯୋଗାଇ ଏହି ଚାଷ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଏହା ପୂର୍ବରୁ ମଧ୍ୟ ଏହି ଅଞ୍ଚଳର ବକାଚାଲାକୁ, ମୁଣ୍ଡାମସ୍କା, ପାଙ୍ଗାବାଜୁ, କାଲିସୁରୁ, ପଖାରୀ, କାଚୁପ, ସୀତାପ, ନନ୍ଦୃସୁଗା ଆଦି ଦୁର୍ଗମ ଅଞ୍ଚଳରେ ଗତ ୧୩ ବର୍ଷ ହେଲା କ୍ରମାଗତ ଭାବେ ଗଞ୍ଜେଇ ଚାଷ ହୋଇଆସୁଛି। ୨୦୧୭-୧୮ ବର୍ଷରୁ କ୍ରମାଗତ କନ୍ଧମାଳ ପୋଲିସ, ଅବକାରୀ ଓ ବନ ବିଭାଗର ସହାୟତାରେ ତୁମୁଡ଼ିବନ୍ଧ ଅଞ୍ଚଳର ଜଙ୍ଗଲରେ ହୋଇଥିବା ଶହ ଶହ ଏକର ଗଞ୍ଜେଇ ଚାଷ ନଷ୍ଟ କରୁଥିବା ବେଳେ କଳାହାଣ୍ଡି ସୀମାନ୍ତ ଅଞ୍ଚଳ ଏଥିରୁ ବାଦ ଦିଆଯାଉଛି। ଗଞ୍ଜେଇ ଚାଷ ପାଇଁ ମାଫିଆମାନେ କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳକୁ ସୁରକ୍ଷିତ ମଣୁଛନ୍ତି। ଫଳରେ ଜିଲାରେ ବର୍ଷକୁ ବର୍ଷ ଗଞ୍ଜେଇ ଚାଷର ପରିମାଣ ବଢିବାରେ ଲାଗିଛି। ଗଞ୍ଜେଇ ଚାଷରେ ଲାଭ ଅଧିକ ଥିବାରୁ ସେଠାରେ ମାଫିଆମାନଙ୍କ ରାଜୁତି ଚାଲିଛି। ପାହାଡ଼ ଘେରି ରହିଥିବା ସମତଳ ଅଞ୍ଚଳରେ ମୁଖ୍ୟତଃ ଗଞ୍ଜେଇ ଚାଷ ହେଉଛି। ଏହି ଚାଷ ପାଇଁ ହଜାର ହଜାର ସଂଖ୍ୟାରେ ମୂଲ୍ୟବାନ ଗଛଲତା ମଧ୍ୟ କାଟି ଦିଆଯାଉଛି। ମାଫିଆମାନେ ଜଙ୍ଗଲ ପାଖ ଅଞ୍ଚଳର କେତେକ ଗରିବ ଚାଷୀଙ୍କୁ ମଧ୍ୟ ଗଞ୍ଜେଇ ଚାଷ କରିବାକୁ ପ୍ରବର୍ତ୍ତାଉଥିବା ଜଣାପଡିଛି। ଏହି ଅଞ୍ଚଳରୁ ଛତିଶଗଡ଼, ମଧ୍ୟପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଛି। ଏହି ଦୁଇ ରାଜ୍ୟର କେତେକ ମାଫିଆ ସ୍ଥାନୀୟ ଏଜେଣ୍ଟଙ୍କ ଜରିଆରେ ଏଠାରେ ଗଞ୍ଜେଇ ଚାଷ କରୁଥିବା ଜଣାପଡିଛି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri