ଅବହେଳିତ ଅବସ୍ଥାରେ ବିଡ଼ି ଶ୍ରମିକ

ବ୍ରହ୍ମବରଦା,୫ା୧(ଯଯାତି କେଶରୀ ବେହେରା):ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତରେ ଥିବା ବିଡ଼ି ଶ୍ରମିକମାନେ ଅବହେଳିତ ଅବସ୍ଥାରେ ରହିଥିବା ଅଭିଯୋଗ କରିଛନ୍ତି। ପରିବାର ପ୍ରତିପୋଷଣ ପାଇଁ ବିଡ଼ି ନିର୍ମାଣକୁ ସେମାନେ ବେଉଷା ଭାବେ ବାଛିନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଦୈନକ ୧ହଜାର ବିଡ଼ି ବାନ୍ଧିଲେ ୧୪୦ଟଙ୍କା ମୁଜୁରି ମିଳୁଛି। ହେଲେ ଏତିକରେ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ବ୍ରହ୍ମବରଦାଠାରେ ୭ ବିଡ଼ି ତିଆରି କାରଖାନା ରହିଥିବାବେଳେ କିଛି ସ୍ତ୍ରୀ ଲୋକ ସାମଗ୍ରୀ ନେଇ ଘରେ ବଡ଼ି ତିଆରି କରି କାରଖାନାକୁ ପଠାଉଛନ୍ତି। ବିଡ଼ି ତିଆରି କରୁଥିବା ଅଧିକାଂଶ ଶ୍ରମିକ କେନ୍ଦୁପତ୍ର ଏବଂ ଦୋକ୍ତା ଗ୍ୟାସରେ ପେଟ ରୋଗ, ଯଷ୍ମା, ଆଖି, ଶ୍ୱାସ, ସ୍ନାୟୁବିକ ଏବଂ ମେରୁଦଣ୍ଡ ଜନିତ ରୋଗରେ ଆକ୍ରାନ୍ତ ହୋଇ କମ୍‌ ବୟସରେ ମୃତ୍ୟୁ ମୁଖରେ ପଡୁଛନ୍ତି।
କେନ୍ଦ୍ର ସରକାରଙ୍କ ତରଫରୁ ବିଡ଼ି ଶ୍ରମିକଙ୍କ ଚିକିତ୍ସା ନିମନ୍ତେ ଯାଜପୁର ଜିଲାରେ ୨ ଚିକିତ୍ସା କେନ୍ଦ୍ରରହିଛି। ସେଥିମଧ୍ୟରୁ ଗୋଟିଏ ଦଶରଥପୁର ଏବଂ ଅନ୍ୟଟି ବ୍ରହ୍ମବରଦାଠାରେ ଅବସ୍ଥିତ। ବ୍ରହ୍ମବରଦା ଚିକିତ୍ସାକେନ୍ଦ୍ର ଉପରେ ଆଖପାଖର ୨୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ବିଡ଼ି ଶ୍ରମିକ ନିର୍ଭର କରିଥାନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଉକ୍ତ ଚିକିତ୍ସାକେନ୍ଦ୍ରରେ ସ୍ଥାୟୀଡାକ୍ତର, ଫାର୍ମାସିଷ୍ଟ ନାହାନ୍ତି। ସେହିପରି ଆବଶ୍ୟକ ଯନ୍ତ୍ରପାତି ଓ ଔଷଧ ମଧ୍ୟନାହିଁ। ଜଣେ ଏଏନ୍‌ଏମ ଏବଂ ଜେଣେ ଡ୍ରେସରଙ୍କ ଦ୍ୱାରା ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳିତ ହେଉଛି।
ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ବିଭିନ୍ନ ଯୋଜନାରେ ସହାୟତା ଦେଉଛନ୍ତି। ହେଲେ କେନ୍ଦୁ ପତ୍ରରୁ ବିଡ଼ି ତିଆରି କରୁଥିବା ଶ୍ରମିକମାନେ ଦୟନୀୟ ଅବସ୍ଥାରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। କେନ୍ଦ୍ର ସରକାରଙ୍କୁ ପକ୍ଷରୁ ବିଡ଼ି ଶ୍ରମିକଙ୍କ ପିଲାଙ୍କୁ ଶିକ୍ଷାରେ ଅଗ୍ରଗତି ନିମନ୍ତେ ଯେଉଁ ପ୍ରୋତ୍ସହନ ରାଶି ମିଲୁଥିଲା, ତାହା ଅନଲାଇନ ହେବା ଫଳରେ ଅନେକ ପିଲା ଏହି ରାଶି ପାଇଁ ଆବେଦନ କରିବାରୁ ବଞ୍ଚିତ ହେଉଛନ୍ତି। ବର୍ଷକୁ ଥରେ ତୀର୍ଥ ସ୍ଥାନ ଭ୍ରମଣ ପାଇଁ ସହାୟତା ରାଶି ମିଲୁଥିବାବେଳେ ଏବେ ତାହା ବନ୍ଦ ହୋଇଯାଛି। କେନ୍ଦ୍ର ସରକାରଙ୍କ ତରଫରୁ ପୁରୀଠାରେ ଥିବା ହୋଲିଡେ ହୋମକୁ ମଧ୍ୟ ବନ୍ଦ କରାଯାଇଛି। ଶ୍ରମିକମାନେ ୬୦ବର୍ଷ ପରେ କାର୍ଯ୍ୟରୁ ଅବ୍ୟାହତ ନେବାପରେ ସରକାରଙ୍କ ତରଫରୁ ଯେଉଁ ପେନସନ୍‌ ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ବୋଲି ଅନେକ ଶ୍ରମିକ କହିଛନ୍ତି। ତେଣୁ ସର୍ବନିମ୍ନ ପେନସନ୍‌ ୯ହଜାର ଟଙ୍କା କରିବା ପାଇଁ ସରକାରଙ୍କ ନିକଟରେ ୧୦ ବର୍ଷ ହେବ ସଂଘ ମାଧ୍ୟମରେ ଶ୍ରମିକମାନେ ଦାବି ଜଣାଇ ଆସୁଛନ୍ତି। ହେଲେ ତାହା ପୂରଣ ହେଉ ନ ଥିବାରୁ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ପେନସନ୍‌ ଓ ମଜୁରୀ ବୃଦ୍ଧି କରିବା ସହ ସ୍ଥାୟୀ ଚିକିତ୍ସକ, ଅବଶ୍ୟକ କର୍ମଚାରୀ ନିଯୁକ୍ତି କରିବାକୁ ବ୍ରହ୍ମବରଦା ଆଞ୍ଚଳିକ ବିଡ଼ି ଶ୍ରମିକ ସଂଘ ସଭାପତି ପ୍ରଦୀପ ଦାସ, ସମ୍ପାଦକ ସୁରେନ୍ଦ୍ର ଦାସ, ବିଡ଼ି ଶ୍ରମିକ ଉଦୟ ବେହେରା, ବୈଷ୍ଣବ ବେହେରା, ହରହର ମଣ୍ଡଳ, ଦଇତାରୀ ଗିରି ଓ ବିଜୟ ମଣ୍ଡଳ ପ୍ରମୁଖ ଦାବି କରିଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଜିଲାରେ କାର୍ଯ୍ୟକରୁଥିବା ବିଡ଼ି ଶ୍ରମିକମାନେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପାଟଣାବାସୀଙ୍କ ଦୀର୍ଘଦିନର ଦାବି ହେଲା ପୂରଣ, ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ୧୦ ଭରି ସୁନା ଗହଣା ସହ…

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଆମପାଣି ଗ୍ରାମର ବ୍ୟବସାୟୀ ସନ୍ତୋଷ କୁମାର ସାହୁ ତାଙ୍କ ପରିବାର ଲୋକଙ୍କ ସହିତ ବୁଧବାର ଘରେ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri