ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଆଇନଜୀବୀ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ମାଷ୍ଟର ପଙ୍କଜ ବାରିକଙ୍କ ଅକାଳ ବିୟୋଗ ଘଟିଛି । ପୁଇଁତୋଳା ଚାରିସାହି ଗ୍ରାମ୍ୟ କମିଟିର ବରିଷ୍ଠ ସଦସ୍ୟ ଭାବେ ଗ୍ରାମର ବହୁ ଉନ୍ନୟନ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ । ଏଥିପାଇଁ ଗ୍ରାମ୍ୟ କମିଟି ପକ୍ଷରୁ ମା’ କନକ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ସ୍ବର୍ଗତ ବାରିକଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯିବା ସହ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କମିଟି ସଭାପତି, ସମ୍ପାଦକ ସହ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।


