ନେତାଙ୍କ ସହ ଘର ଘର ବୁଲୁଛନ୍ତି ପ୍ରାର୍ଥୀ

ଢେଙ୍କାନାଳ ଅଫିସ,୧୬।୩ – ଆସନ୍ତା ୨୪ ତାରିଖରେ ହେବ ଭୋଟଗ୍ରହଣ। ତେଣୁ ହାତରେ ଆଉ ଅଧିକ ଦିନ ନ ଥିବାରୁ ଢେଙ୍କାନାଳ ପୌରାଞ୍ଚଳରେ ନିର୍ବାଚନ ପ୍ରଚାର କାର୍ଯ୍ୟ ଜୋର୍‌ଧରିଛି। ନେତାମାନଙ୍କ ସହ ପ୍ରାର୍ଥୀମାନେ ଘର ଘର ବୁଲି ଭୋଟ ମାଗୁଥିବା ଦେଖାଯାଉଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବାହ୍ନରୁ ମଧ୍ୟାହ୍ନ ଯାଏ ଏବଂ ଅପରାହ୍ନ ୩ଟା ପରେ ଓ୍ବାର୍ଡ ବୁଲି ଭୋଟରଙ୍କୁ ଭେଟିବା କାର୍ଯ୍ୟ ଜାରି ରହିଛି। ବିଶେଷକରି ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀମାନେ କିପରି ଅଧିକରୁ ଅଧିକ ସମର୍ଥନ ପାଇବେ, ସେ ନେଇ ଉଦ୍ୟମ ଜାରି ରଖିଛନ୍ତି।
ସୋମବାର ସନ୍ଧ୍ୟାରେ ପୌରାଞ୍ଚଳର ୧୭ନଂ, ମଙ୍ଗଳବାର ଅପରାହ୍ନ ୪ଟାରେ ୩ନଂ, ୪ନଂ ଓ ୫ନଂ ୱାର୍ଡରେ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। ବିଧାୟକ ସୁଧୀର କୁମାର ସାମଲ, ଜିଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ନଗରପାଳ ଓ କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ୱାର୍ଡରେ ବୁଲି ବୁଲି ପ୍ରଚାର କରୁଥିବା ଦେଖାଯାଇଛି। ବିଜେଡି ନଗରପାଳ ପ୍ରାର୍ଥୀ ଅନିମା ନାୟକ, ୩ନଂ ୱାର୍ଡ କାଉନସିଲର ପ୍ରାର୍ଥୀ ଅଭିମନ୍ୟୁ ପଣ୍ଡା, ୪ନଂ ୱାର୍ଡ ପ୍ରାର୍ଥୀ ଲିପିିକା ଦାସ, ୫ନଂ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର କୁଅଁର ପ୍ରମୁଖ ପ୍ରଚାରରେ ଯାଇଥିଲେ। ଜିଲା ମହିଳା ବିଜେଡି ସଭାପତି ସାଗରିକା ମିଶ୍ର, ରାଜ୍ୟ ମହିଳା ବିଜେଡି ଉପସଭାପତି ସାଇଶ୍ରୀ ପଟ୍ଟନାୟକ, ଜିଲା ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର, ଜିଲା କୃଷକ ସଙ୍ଗଠନ ସଭାପତି ନରୋତ୍ତମ ସାହୁ, ଜିଲା ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ପୂର୍ବତନ ନଗରପାଳ ସୁଧାଂଶୁ କୁମାର ଦଳେଇ, ଶ୍ରୀକାନ୍ତ ଧଳ ଓ ରଞ୍ଜନ ନାୟକ ପ୍ରମୁଖ ଦଳୀୟ ନେତୃବୃନ୍ଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ସେହିପରି ଭାଜପା ନେତୃବୃନ୍ଦ ଓ ପ୍ରାର୍ଥୀମାନେ ଏକ ନିଆରା ଢଙ୍ଗରେ ସୋମବାର ସନ୍ଧ୍ୟାରେ ବାଜିଚୌକଠାରୁ ଗଣେଶ ବଜାର ପର୍ଯ୍ୟନ୍ତ ବୁଲି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନୀ ଏବଂ ଅଞ୍ଚଳବାସୀଙ୍କୁ ଭୋଟ ମାଗୁଥିବା ଦେଖାଯାଇଥିଲା। ଭାଜପା ନଗରପାଳ ପ୍ରାର୍ଥୀ ଜୟନ୍ତୀ ପାତ୍ରଙ୍କ ସମେତ ଦଳୀୟ କାଉନସିଲର ପ୍ରାର୍ଥୀ, ରାଜ୍ୟ ଭାଜପା କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ମାତୃପ୍ରସାଦ ନନ୍ଦ ଓ ସନ୍ତୋଷ ରାଉତ ପ୍ରମୁଖ ପ୍ରଚାର କରୁଛନ୍ତି। ମଙ୍ଗଳବାର ଭାଜପା ପକ୍ଷରୁ ୫ନଂ ୱାର୍ଡ ବସ୍‌ଷ୍ଟାଣ୍ଡଠାରୁ ପ୍ରମୁଖ ରାସ୍ତାରେ ୧ନଂ ୱାର୍ଡ କଲେଜ ବାଇପାସ ପର୍ଯ୍ୟନ୍ତ ପ୍ରଚାର କରାଯାଇଥିଲା। ଏଥିରେ ଦଳୀୟ ନଗରପାଳ ପ୍ରାର୍ଥୀଙ୍କ ସହ ୫ନଂ ୱାର୍ଡ ପ୍ରାର୍ଥୀ ରୁଦ୍ର ନାରାୟଣ ତ୍ରିପାଠୀ, ୪ନଂ ୱାର୍ଡ ପ୍ରାର୍ଥୀ ରତ୍ନପ୍ରଭା ଆଏଚ, ୩ନଂ ୱାର୍ଡ ପ୍ରାର୍ଥୀ ଜ୍ଞାନଚାନ୍ଦ ମିଶ୍ର, ୨ନଂ ୱାର୍ଡ ପ୍ରାର୍ଥୀ ବିନୋଦ ବିହାରୀ ମଲ୍ଲିକ ଓ ୧ନଂ ୱାର୍ଡ ପ୍ରାର୍ଥୀ ବଳରାମ ସେଠୀ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି କଂଗ୍ରେସ ପକ୍ଷରୁ ସୋମବାର ୧ନଂ ଓ ୧୯ନଂ ୱାର୍ଡ, ମଙ୍ଗଳବାର ୨ନଂ, ୭ନଂ, ୧୬ନଂ ଓ ୧୭ନଂ ୱାର୍ଡ ଆଦିରେ ପ୍ରଚାର କରାଯାଇଥିଲା। ଦଳର ନଗରପାଳ ପ୍ରାର୍ଥୀ ସ୍ମିତାରାଣୀ ସାମଲ ନିଜ ସମର୍ଥକଙ୍କ ଗହଣରେ ପ୍ରଚାର କରୁଛନ୍ତି। ସୋମବାର ଜିଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ ଦଳୀୟ ପ୍ରାର୍ଥୀମାନଙ୍କ ସହ ପ୍ରଚାରରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri