ନେତାଙ୍କ ସହ ଘର ଘର ବୁଲୁଛନ୍ତି ପ୍ରାର୍ଥୀ

ଢେଙ୍କାନାଳ ଅଫିସ,୧୬।୩ – ଆସନ୍ତା ୨୪ ତାରିଖରେ ହେବ ଭୋଟଗ୍ରହଣ। ତେଣୁ ହାତରେ ଆଉ ଅଧିକ ଦିନ ନ ଥିବାରୁ ଢେଙ୍କାନାଳ ପୌରାଞ୍ଚଳରେ ନିର୍ବାଚନ ପ୍ରଚାର କାର୍ଯ୍ୟ ଜୋର୍‌ଧରିଛି। ନେତାମାନଙ୍କ ସହ ପ୍ରାର୍ଥୀମାନେ ଘର ଘର ବୁଲି ଭୋଟ ମାଗୁଥିବା ଦେଖାଯାଉଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବାହ୍ନରୁ ମଧ୍ୟାହ୍ନ ଯାଏ ଏବଂ ଅପରାହ୍ନ ୩ଟା ପରେ ଓ୍ବାର୍ଡ ବୁଲି ଭୋଟରଙ୍କୁ ଭେଟିବା କାର୍ଯ୍ୟ ଜାରି ରହିଛି। ବିଶେଷକରି ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀମାନେ କିପରି ଅଧିକରୁ ଅଧିକ ସମର୍ଥନ ପାଇବେ, ସେ ନେଇ ଉଦ୍ୟମ ଜାରି ରଖିଛନ୍ତି।
ସୋମବାର ସନ୍ଧ୍ୟାରେ ପୌରାଞ୍ଚଳର ୧୭ନଂ, ମଙ୍ଗଳବାର ଅପରାହ୍ନ ୪ଟାରେ ୩ନଂ, ୪ନଂ ଓ ୫ନଂ ୱାର୍ଡରେ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। ବିଧାୟକ ସୁଧୀର କୁମାର ସାମଲ, ଜିଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ନଗରପାଳ ଓ କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ୱାର୍ଡରେ ବୁଲି ବୁଲି ପ୍ରଚାର କରୁଥିବା ଦେଖାଯାଇଛି। ବିଜେଡି ନଗରପାଳ ପ୍ରାର୍ଥୀ ଅନିମା ନାୟକ, ୩ନଂ ୱାର୍ଡ କାଉନସିଲର ପ୍ରାର୍ଥୀ ଅଭିମନ୍ୟୁ ପଣ୍ଡା, ୪ନଂ ୱାର୍ଡ ପ୍ରାର୍ଥୀ ଲିପିିକା ଦାସ, ୫ନଂ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର କୁଅଁର ପ୍ରମୁଖ ପ୍ରଚାରରେ ଯାଇଥିଲେ। ଜିଲା ମହିଳା ବିଜେଡି ସଭାପତି ସାଗରିକା ମିଶ୍ର, ରାଜ୍ୟ ମହିଳା ବିଜେଡି ଉପସଭାପତି ସାଇଶ୍ରୀ ପଟ୍ଟନାୟକ, ଜିଲା ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର, ଜିଲା କୃଷକ ସଙ୍ଗଠନ ସଭାପତି ନରୋତ୍ତମ ସାହୁ, ଜିଲା ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ପୂର୍ବତନ ନଗରପାଳ ସୁଧାଂଶୁ କୁମାର ଦଳେଇ, ଶ୍ରୀକାନ୍ତ ଧଳ ଓ ରଞ୍ଜନ ନାୟକ ପ୍ରମୁଖ ଦଳୀୟ ନେତୃବୃନ୍ଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ସେହିପରି ଭାଜପା ନେତୃବୃନ୍ଦ ଓ ପ୍ରାର୍ଥୀମାନେ ଏକ ନିଆରା ଢଙ୍ଗରେ ସୋମବାର ସନ୍ଧ୍ୟାରେ ବାଜିଚୌକଠାରୁ ଗଣେଶ ବଜାର ପର୍ଯ୍ୟନ୍ତ ବୁଲି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନୀ ଏବଂ ଅଞ୍ଚଳବାସୀଙ୍କୁ ଭୋଟ ମାଗୁଥିବା ଦେଖାଯାଇଥିଲା। ଭାଜପା ନଗରପାଳ ପ୍ରାର୍ଥୀ ଜୟନ୍ତୀ ପାତ୍ରଙ୍କ ସମେତ ଦଳୀୟ କାଉନସିଲର ପ୍ରାର୍ଥୀ, ରାଜ୍ୟ ଭାଜପା କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ମାତୃପ୍ରସାଦ ନନ୍ଦ ଓ ସନ୍ତୋଷ ରାଉତ ପ୍ରମୁଖ ପ୍ରଚାର କରୁଛନ୍ତି। ମଙ୍ଗଳବାର ଭାଜପା ପକ୍ଷରୁ ୫ନଂ ୱାର୍ଡ ବସ୍‌ଷ୍ଟାଣ୍ଡଠାରୁ ପ୍ରମୁଖ ରାସ୍ତାରେ ୧ନଂ ୱାର୍ଡ କଲେଜ ବାଇପାସ ପର୍ଯ୍ୟନ୍ତ ପ୍ରଚାର କରାଯାଇଥିଲା। ଏଥିରେ ଦଳୀୟ ନଗରପାଳ ପ୍ରାର୍ଥୀଙ୍କ ସହ ୫ନଂ ୱାର୍ଡ ପ୍ରାର୍ଥୀ ରୁଦ୍ର ନାରାୟଣ ତ୍ରିପାଠୀ, ୪ନଂ ୱାର୍ଡ ପ୍ରାର୍ଥୀ ରତ୍ନପ୍ରଭା ଆଏଚ, ୩ନଂ ୱାର୍ଡ ପ୍ରାର୍ଥୀ ଜ୍ଞାନଚାନ୍ଦ ମିଶ୍ର, ୨ନଂ ୱାର୍ଡ ପ୍ରାର୍ଥୀ ବିନୋଦ ବିହାରୀ ମଲ୍ଲିକ ଓ ୧ନଂ ୱାର୍ଡ ପ୍ରାର୍ଥୀ ବଳରାମ ସେଠୀ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି କଂଗ୍ରେସ ପକ୍ଷରୁ ସୋମବାର ୧ନଂ ଓ ୧୯ନଂ ୱାର୍ଡ, ମଙ୍ଗଳବାର ୨ନଂ, ୭ନଂ, ୧୬ନଂ ଓ ୧୭ନଂ ୱାର୍ଡ ଆଦିରେ ପ୍ରଚାର କରାଯାଇଥିଲା। ଦଳର ନଗରପାଳ ପ୍ରାର୍ଥୀ ସ୍ମିତାରାଣୀ ସାମଲ ନିଜ ସମର୍ଥକଙ୍କ ଗହଣରେ ପ୍ରଚାର କରୁଛନ୍ତି। ସୋମବାର ଜିଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ ଦଳୀୟ ପ୍ରାର୍ଥୀମାନଙ୍କ ସହ ପ୍ରଚାରରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ହଜିଯାଇଥିବା ମନି ପର୍ସକୁ ଫେରାଇଲେ ଫରେଷ୍ଟ ଗାର୍ଡ

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପେଟ୍ରୋଲ ପମ୍ପଠାରେ ପେଟ୍ରୋଲ ପକାଇବାକୁ ଯାଉଥିବା ବେଳେ ସେଠାରୁ ଫରେଷ୍ଟ ଗାର୍ଡ ପ୍ରଶାନ୍ତ ନାୟକଙ୍କୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri