ଜଣେ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଖାରଜ

କେନ୍ଦୁଝର,୨୨ା୧(ସ୍ବ.ପ୍ର.): କେନ୍ଦୁଝର ଉପଖଣ୍ଡରେ ନାମାଙ୍କନପତ୍ର ଯାଞ୍ଚରେ ଜଣେ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଖାରଜ ହୋଇଥିବା ବେଳେ ଅନ୍ୟ ସବୁ କାଏମ ରହିଛି। ହରିଚନ୍ଦନପୁର ବ୍ଲକର ୩୩ ନମ୍ବର୍‌ ଜୋନରେ ନାମାଙ୍କନପତ୍ର ଦାଖଲ କରିଥିବା ଜେଏମ୍‌ଏମ୍‌ ପ୍ରାର୍ଥୀ ଫୁଲମଣି ମୁର୍ମୁଙ୍କ ନାମାଙ୍କନପତ୍ରରେ ଦସ୍ତଖତ ନ ଥିବାରୁ ଖାରଜ ହୋଇଥିବା ଜଣାପଡ଼ିଛି। ଦସ୍ତଖତ ନ ଥିବାରୁ ଖାରଜ ହୋଇଥିବା ତାଙ୍କ ଓକିଲ ସୁରଜ ମହାପାତ୍ର କହିଛନ୍ତି।