ରମ୍ଭା ଏନ୍‌ଏସିର ୧୨ଟି ୱାର୍ଡରେ କାଉନସିଲର, ଅଧ୍ୟକ୍ଷା ପାଇଁ ପାର୍ଥିପତ୍ର ଦାଖଲ

ରମ୍ଭା,୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭାରେ ଏନ୍‌ଏସି ନିର୍ବାଚନ ପାଇଁ ରବିବାର ନାମାଙ୍କନ ପତ୍ର ଦାଖଲ କରାଯାଇଛି। ପଞ୍ଚମ ଦିନରେ ରମ୍ଭା ଏନ୍‌ଏସି କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ଅଧ୍ୟକ୍ଷା ପାର୍ଥୀନି କୁମାରୀ ବିଶାଳ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ୱାର୍ଡ ନମ୍ବର-୧ରୁ ସାଗର ନାହାକ, ୱାର୍ଡ ନମ୍ବର-୨ ଅର୍ଚ୍ଚନା ବେହେରା, ୱାର୍ଡ ନମ୍ବର-୩ରୁ ସୁନିତା ଗୌଡ଼, ୱାର୍ଡ ନମ୍ବର-୪ରୁ ବୁଲି ଜାନି, ୱାର୍ଡ ନମ୍ବର-୫ରୁ ସାରୀ ଗୌଡ଼, ୱାର୍ଡ ନମ୍ବର-୬ରୁ ସମରଶନ ପଣ୍ଡା, ୱାର୍ଡ ନମ୍ବର-୭ରୁ ସାତ୍ତ୍ୱିକ ବେହେରା, ୱାର୍ଡ ନମ୍ବର-୮ରୁ ସୁଜ୍ଞାନୀ ତରାଇ, ୱାର୍ଡ ନମ୍ବର-୯ରୁ କାମେଶ୍ୱର ବେହେରା,ୱାର୍ଡ ନମ୍ବର-୧୦ରୁ ସୁକାନ୍ତ ସେଠି, ୱାର୍ଡ ନମ୍ବର-୧୧ରୁ ଗଦାଧର ପରିଡ଼ା, ୱାର୍ଡ ନମ୍ବର-୧୨ରୁ ସୁଧୀର କୁମାର ବେହେରା ପ୍ରମୁଖ ନିଜ ଦଳୀୟ କର୍ମୀଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ତଥା ଆଗଧାଡ଼ିର ନେତା ପୂର୍ବତନ ଚେୟାରମ୍ୟାନ ବିଜୟ ଚନ୍ଦ୍ର ବିଶ୍ୱାଳ, ପୂର୍ବତନ ଅଧ୍ୟକ୍ଷା ସୌଦାମିନୀ ବିଶ୍ୱାଳ, ରମ୍ଭା ନଗର ବିଜେଡି ସଭାପତି ବନବାସୀ ନାହାକ ପ୍ରମୁଖ ଉପସ୍ଥିତ ଥିଲେ। ଶହ ଶହ କର୍ମକମର୍ତ୍ତାମାନଙ୍କ ସହ ଦଳୀୟ ପତାକା ଧରି ଏକ ବିରାଟ ପଟୁଆରରେ ଆସି ଏନ୍‌ଏସି କାର୍ଯ୍ୟାଳୟରେ ପ୍ରାର୍ଥୀମାନେ ବିଧାୟକ ଓ ନିର୍ବାଚନ କମିଶନଙ୍କ ଉପସ୍ଥିତରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।