Posted inଜାତୀୟ

ପ୍ରାର୍ଥୀ ସବୁ ସମ୍ପତ୍ତି ଘୋଷଣା କରିବା ଅନାବଶ୍ୟକ

ନୂଆଦିଲ୍ଲୀ,୧୦ା୪: ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀମାନଙ୍କୁ ନାମାଙ୍କନପତ୍ର ଦାଖଲ ବେଳେ ସେମାନଙ୍କ ନାଁରେ ଥିବା ଆପରାଧିକ ମାମଲା ଏବଂ ସମ୍ପତ୍ତି ତାଲିକା ସତ୍ୟପାଠ ଜରିଆରେ ଦାଖଲ କରିବାକୁ ପଡ଼ିଥାଏ। ନିର୍ବାଚନୀ ସଂସ୍କାର ଅନୁଯାୟୀ ରାଜନେତା ସେମାନଙ୍କର ତଥା ସେମାନଙ୍କ ସ୍ବାମୀ ବା ସ୍ତ୍ରୀ ଓ ପରିବାରର ଅନ୍ୟ ସଦସ୍ୟଙ୍କ ଆୟର ଉତ୍ସ ଏବଂ ସମ୍ପତ୍ତି ସମ୍ପର୍କରେ ଜଣାଇବା ନିୟମ ରହିଛି। ତେବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ତାଙ୍କର ପ୍ରତ୍ୟେକ ଅସ୍ଥାବର ସମ୍ପତ୍ତି ଘୋଷଣା କରିବା ଆବଶ୍ୟକ ନାହିଁ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ କହିବା ସହ ଅରୁଣାଚଳପ୍ରଦେଶର ସ୍ବାଧୀନ ବିଧାୟକ କରିଖୋ କ୍ରିଙ୍କ ନିର୍ବାଚନକୁ କାଏମ ରଖିଛନ୍ତି। ଜଣେ ପ୍ରାର୍ଥୀଙ୍କ ମାଲିକାନାରେ ତଥା ତାଙ୍କ ଉପରେ ନିର୍ଭରଶୀଳ ପରିବାର ସଦସ୍ୟଙ୍କ ନାଁରେ ଥିବା ପ୍ରତ୍ୟେକ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଯଦି ପର୍ଯ୍ୟାପ୍ତ ହୋଇ ନ ଥାଏ କିମ୍ବା ଏହା ବିଳାସପୂର୍ଣ୍ଣ ଜୀବନଶୈଳୀର ପ୍ରତିଫଳନ କରୁ ନ ଥାଏ, ତେବେ ଘୋଷଣା କରିବା ଦରକାର ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି। ୨୦୧୯ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ କରିଖୋ ତେଜୁ ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ତେବେ ସେ ନାମାଙ୍କନପତ୍ର ଦାଖଲ ବେଳେ ସତ୍ୟପାଠରେ ୩ଟି ଗାଡ଼ି ସମ୍ପର୍କରେ ତଥ୍ୟ ଦେଇ ନ ଥିବା ପିଟିଶନରେ ଅଭିଯୋଗ ହୋଇଥିଲା। ଉକ୍ତ ଗାଡ଼ି କରିଖୋଙ୍କ ସ୍ତ୍ରୀ ଓ ପୁଅଙ୍କ ନାଁରେ ଥିଲା।
ସର୍ବୋଚ୍ଚ ଅଦାଲତ କହିଛନ୍ତି, ଜଣେ ପ୍ରାର୍ଥୀଙ୍କର ପ୍ରତିଟି ସମ୍ପତ୍ତି ସମ୍ପର୍କରେ ଭୋଟର ଜାଣିବାର ନିରଙ୍କୁଶ ଅଧିକାର ନାହିଁ। ଏଥିସହିତ ଜଣେ ପ୍ରାର୍ଥୀଙ୍କର ବିଭିନ୍ନ ବିଷୟରେ ଗୋପନୀୟତା ଅଧିକାର ରହିଥିବା ଜଷ୍ଟିସ୍‌ ଅନିରୁଦ୍ଧ ବୋଷ ଏବଂ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ କହିଛନ୍ତି। ଗୌହାଟି ହାଇକୋର୍ଟ ପୂର୍ବରୁ କରିଖୋଙ୍କ ନିର୍ବାନନକୁ ରଦ୍ଦ ଘୋଷଣା କରିଥିବାବେଳେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, କରିଖୋ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ଗାଡ଼ିଗୁଡ଼ିକୁ ଉପହାର ଦେଇଥିଲେ କିମ୍ବା ବିକିଦେଇଥିଲେ। ତେଣୁ ନିର୍ବାଚନ ସମୟରେ ଉକ୍ତ ଗାଡ଼ି ତାଙ୍କ ପରିବାର ମାଲିକାନାରେ ଥିଲା ବୋଲି ବିବେଚନା କରାଯାଇ ପାରିବ ନାହିଁ। ପ୍ରାର୍ଥୀଙ୍କ ସମ୍ପର୍କରେ ସବୁକିଛି ଜାଣିବା ନେଇ ଭୋଟରଙ୍କ ଅଧିକାର ନିରଙ୍କୁଶ ବୋଲି ଆବେଦନକାରୀ ଦର୍ଶାଇଥିବା ଯୁକ୍ତିକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଥିଲେ। ଜଣେ ପ୍ରାର୍ଥୀ ନିଜ ଜୀବନକୁ ଭୋଟରଙ୍କ କଷଟି ପଥରରେ ପରୀକ୍ଷା କରାଉ ବୋଲି ଲୋକଙ୍କ ଧାରଣା ସହ ଆମେ ଏକମତ ନୋହୁଁ ବୋଲି ଖଣ୍ଡପୀଠ କହିଛନ୍ତି। ପ୍ରାର୍ଥୀଙ୍କର ମଧ୍ୟ ଗୋପନୀୟତା ଅଧିକାର ରହିଛି। ତେଣୁ ସବୁକିଛି ସାଧାରଣରେ ପ୍ରକାଶ କରିବା ପ୍ରାସଙ୍ଗିକ ନୁହେଁ। ପ୍ରାର୍ଥୀଙ୍କ ମାଲିକାନାରେ ଥିବା ପ୍ରତ୍ୟେକଟି ସମ୍ପତ୍ତି ସମ୍ପର୍କରେ ଘୋଷଣା ନ ହେବା ଦୋଷ ନୁହେଁ। ପୋଷାକ, ଜୋତା, ଆସବାବପତ୍ର, ପ୍ରସାଧନୀ ସାମଗ୍ରୀ ଭଳି ଅସ୍ଥାବର ସମ୍ପତ୍ତି ଘୋଷଣା କରିବା ଆବଶ୍ୟକ ନାହିଁ। ତେବେ ପ୍ରାର୍ଥତ୍ତ୍ୱ ଉପରେ ସମ୍ପତ୍ତିର ପର୍ଯ୍ୟାପ୍ତ ପ୍ରଭାବ ଥିଲେ, ତାହା ଘୋଷଣା କରିବାକୁ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri