ପ୍ରାର୍ଥୀଙ୍କଠାରୁ ଛଡ଼ାଇନେଲେ ନାମାଙ୍କନପତ୍ର

ଯୋଡ଼ା,୨୪।୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକରେ ପଞ୍ଚାୟତ ରାଜନୀତିରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଆଶାୟୀ ସରପଞ୍ଚ ପ୍ରାର୍ଥୀ ଗୌରୀ ନାଏକଙ୍କ ଠାରୁ ଅନ୍ୟ ଏକ ଗୋଷ୍ଠୀ ନାମାଙ୍କନ ପତ୍ର ଛଡାଇ ନେବା ପରେ ପ୍ରାର୍ଥତ୍ପତ୍ର ଦାଖଲରୁ ସେ ବଞ୍ଚିତ ହୋଇଛନ୍ତି। ଏନେଇ ଯୋଡ଼ା ବ୍ଲକ ନିର୍ବାଚନ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ପ୍ରାର୍ଥତ୍ପତ୍ର ଦାଖଲ ନିମନ୍ତେ ସୁଯୋଗ ଦିଆ ଯାଇ ନ ଥିବାରୁ ସୋମବାର ର୍ପୂବାହ୍ନରେ ଗୌରୀ ଯୋଡ଼ା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।
ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଗତ ୨୧ ତାରିଖରେ ସରପଞ୍ଚ ପ୍ରାର୍ଥୀ ଭାବେ ବଡ଼କଳାମାଟି ପଞ୍ଚାୟତରେ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଯିବା ସମୟରେ ସ୍ଥାନୀୟ ଏକ ନେତାଙ୍କ ସମର୍ଥକମାନେ ତାଙ୍କ ପ୍ରାର୍ଥତ୍ପତ୍ର ଛଡାଇ ନେଇଥିଲେ। ତାଙ୍କୁ କୌଣସି ପୋଲିସ ସୁରକ୍ଷା ଦିଆ ଯାଇ ନ ଥିଲା। ଫଳରେ ସେ ପ୍ରାର୍ଥିପତ୍ର ଦାଖଲରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ଏନେଇ ଯୋଡା ନିର୍ବାଚନ ଅଧିକାରୀ ଓ ବାମେବାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନ ଥିବାରୁ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ପୁନର୍ବାର ସୁଯୋଗ ଦେବା ଦାବିରେ ସେ ଧାରଣାରେ ବସଛନ୍ତି। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଗୌରି ପ୍ରକାଶ କରିଛନ୍ତି।