ଘରଘର ବୁଲି ଭୋଟ୍‌ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଗଞ୍ଜାମ,୯ା୩(ଡି.ଏନ୍‌.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ବଢୁଛି l ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ବିଜେଡି ପ୍ରଥମେ ଦାମୋଦରପୁରରୁ ପ୍ରଚାର ଆରମ୍ଭ କରିଛି l ବିଜେଡି ଚେୟାରମ୍ୟାନ ପାର୍ଥିନୀ ଝୁଲି ପାତ୍ର ଓ୍ବାର୍ଡ ନଂ.୧୧ ଓ ୧୨ ଦାମୋଦରପୁରରେ ଘରଘର ବୁଲି ଭୋଟ୍‌ ଭିକ୍ଷା କରିଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଲୋକଙ୍କୁ କହି ନିଜ ସପକ୍ଷରେ ଭୋଟ୍‌ ଦେବା ପାଇଁ ନିବେଦନ କରୁଛନ୍ତି। ଏନ୍‌ଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଯୁବ ସଂଗଠକ ତଥା ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ,ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷା ଉର୍ମିଳା ପଲାଇ, ପୂର୍ବତନ ଏନ୍‌ଏସି ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକି, ପୂର୍ବତନ ଏମ୍‌ପି ପ୍ରତିନିଧି ସୁଦାମ ଚରଣ ପଲାଇ, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡ଼ା, ବିଜେଡି ବରିଷ୍ଠ ନେତା ସୀମାଞ୍ଚଳ ସାହୁ ନଗର ସଭାପତି ପି.ରାଜୁରେଡ୍ଡି, ଷ୍ଟାର ପ୍ରଚାରକ ମନୋଜ ପଣ୍ଡା, ବିଜେଡି ଯୁବନେତା ନିରଞ୍ଜନ ପରିଡ଼ା, ବିଜେଡି ଏନ୍‌ଏସି କୋଷାଧ୍ୟକ୍ଷ ମନୋଜ ପ୍ରଧାନ ପ୍ରମୁଖ ପୌର ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି।