ଆଡ୍‌ମିଟ୍‌ କାର୍ଡ ଆସିବାରେ ବିଳମ୍ବ ହେବାରୁ ଦେଇପାରିଲେନି ପରୀକ୍ଷା

ଚନ୍ଦାହାଣ୍ଡି, ୧୭।୧୨(ଡି.ଏନ୍‌.ଏ): ରାତି ପାହିଲେ ପରୀକ୍ଷା। ୪୦୦ କି.ମି. ଦୂରରେ ପରୀକ୍ଷା କେନ୍ଦ୍ର। ଗମନାଗମନର ସୁବିଧା ମଧ୍ୟ ନ ଥିଲା। ତେଣୁ ଜଣେ ଦିବ୍ୟାଙ୍ଗ ମହିଳା ସିଟିଇଟି ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ଏଭଳଳି ଘଟଣା ନବରଙ୍ଗପୁର ଜିଲାରେ ଘଟିଛି। ଶିକ୍ଷା ବିଭାଗର ଅବହେଳା ପାଇଁ ପରୀକ୍ଷା ଦେଇପାରିଲି ନାହିଁ ବୋଲି ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଦିବ୍ୟାଙ୍ଗ ଇନ୍ଦୁରେଖା ମେହେର ଅଭିଯୋଗ କରିଛନ୍ତି।

ସିଟିଇଟି ପରୀକ୍ଷା ପାଇଁ ୧୯ ଅକ୍ଟୋବରରେ ଇନ୍ଦୁରେଖା ଅନ୍‌ଲାଇନ ଫର୍ମ ପୂରଣ କରିଥିଲେ। ୧୫ ତାରିଖ ସନ୍ଧ୍ୟା ୫.୫୮ରେ ସିଟିଇଟି ପରୀକ୍ଷାର ଆଡମିଟ କାର୍ଡ ଡାଉନ୍‌ଲୋଡ୍‌ କରିବା ପାଇଁ ଇନ୍ଦୁରେଖାଙ୍କ ସ୍ବାମୀଙ୍କ ମୋବାଇଲକୁ ମେସେଜ ଆସିଥିଲା। ସେ ୧୬ ତାରିଖ ସକାଳେ ଆଡମିଟ କାର୍ଡ ଡାଉନ୍‌ଲୋଡ୍‌ କରିଥିଲେ। ସକାଳ ୯ଟା ୩୦ରେ ସମ୍ବଲପୁରରେ ଇନ୍ଦୁରେଖାଙ୍କ ପରୀକ୍ଷା ସେଣ୍ଟର ପଡିଥିବା ଜାଣିବାକୁ ପାଇଥିଲେ। ଚନ୍ଦାହାଣ୍ଡି ଠାରୁ ଉକ୍ତ ପରୀକ୍ଷା କେନ୍ଦ୍ର ଦୂରତା ପ୍ରାୟ ୪୦୦ କିଲୋମିଟରରୁ ଊର୍ଦ୍ଧ୍ୱ ହେବ। ଚନ୍ଦାହାଣ୍ଡି ଏକ ଉପାନ୍ତ ଅଞ୍ଚଳ ଏବଂ ଏଠାରୁ ବସ୍‌, ଟ୍ରେନ କିମ୍ବା ଆନୁଷଙ୍ଗିକ ଗମନାଗମନ ସୁବିଧା ନାହିଁ I ବିଭାଗୀୟ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବରେ ଅତି କମ୍‌ ସମୟ ପୂର୍ବରୁ ସୂଚନା ଦେବା ହେତୁ ସିଟିଇଟି ପରୀକ୍ଷା ଦେବାରୁ ବଞ୍ଚତ୍ତ ହେଲେ ବୋଲି ଇନ୍ଦୁରେଖା କହିଛନ୍ତି। ଏଥିପାଇଁ କର୍ତ୍ତୃପକ୍ଷ ଓ ବିଭାଗୀୟ ମନ୍ତ୍ରୀ ଦାୟୀ। ପୁଣି ଥରେ ପରୀକ୍ଷା ସୁଯୋଗ ଦେବା ପାଇଁ ସେ ଅନୁରୋଧ କରିଛନ୍ତି। ନଚେତ୍‌ ଆଇନର ଆଶ୍ରୟ ନେବେ ବୋଲି ସେ କହିଛନ୍ତି I


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri