ଓପିଏସସି ପରୀକ୍ଷାରେ ଫିଲ୍ମ ଷ୍ଟାଇଲ୍‌ରେ କପି କରୁଥିଲେ ପରୀକ୍ଷାର୍ଥୀ; ପ୍ୟାଣ୍ଟରେ ଫୋନ, କାନରେ ଇୟରବଡ ଲଗାଇ…

କଟକ,୮ା୬(ପ୍ରଭୁ କଲ୍ୟାଣ ପାଲ୍): ଓପିଏସସି ପରୀକ୍ଷାରେ କପି କରିବାର ନିଆରା ଅନ୍ଦାଜ ।ଓପିଏସ୍‌ସି ପରୀକ୍ଷାରେ କପି କରି ଗିରଫ ହେଲେ ପରୀକ୍ଷାର୍ଥୀ । ଫିଲ୍ମ ଷ୍ଟାଇଲ୍‌ରେ କପି କରୁଥିବା ବେଳେ ଗିରଫ କରିଛି ପୋଲିସ ।

ପ୍ୟାଣ୍ଟ ଭିତରେ ଫୋନ ରଖି କାନରେ ଇୟରବଡ ଲଗାଇଥିଲେ । ଫୋନ୍ କଲ୍‌ରେ ଡକାଯାଉଥିଲା ପ୍ରଶ୍ନ। ପ୍ରଶ୍ନ ଶୁଣି ଗୁଗୁଲ୍ ସର୍ଚ୍ଚ କରି ସେଣ୍ଟର ବାହାରେ ୩ ଯୁବକ ଦେଉଥିଲେ ତମାମ ଉତ୍ତର। ପୂରା ବଲିଉଡ୍ ଫିଲ୍ମ ଢାଞ୍ଚାରେ ଓଡ଼ିଶା ପ୍ରଶାସନିକ ସେବା (ଓପିଏସ୍‌ ସି) ପରୀକ୍ଷାରେ କରାଯାଉଥିଲା କପି । ହଠାତ୍ ସ୍ପାଡ୍ ପଶି ଯାଞ୍ଚ୍ କରିବାରୁ ଧରାପଡ଼ିଗଲେ ପରୀକ୍ଷାର୍ଥୀ ଅଭିଷେକ ରାଉତ ।
ତୁରନ୍ତ ସେଣ୍ଟରରୁ ବାହାର କରି ସଂପୃକ୍ତ ପରୀକ୍ଷାର୍ଥୀଙ୍କୁ ମର୍କତନଗର ଥାନା ପୋଲିସକୁ ଜିମା ଦିଆଯାଇଥିଲା । ଅନ୍ୟପଟେ ପରୀକ୍ଷା ସମୟରେ ଅଭିଷେକଙ୍କୁ ରୂପେଶ ଝା, ଆଲେକ୍ସ ରାଜ ପାଣି ଓ ସୌମ୍ୟ ରଞ୍ଜନ ସାହୁଙ୍କୁ କପି କରିବାରେ ସହଯୋଗ କରୁଥିବା କାରଣରୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ମର୍କତନଗର ଥାନା ଅନ୍ତର୍ଗତ ABIT ଇଂଜିନିୟରିଂ କଲେଜରେ OPSC ସେଣ୍ଟର୍‌ ହୋଇଥିଲା। ଉକ୍ତ ସେଣ୍ଟରରେ ଶତାଧିକ ଆଶାୟୀ ପରୀକ୍ଷା ଦେଉଥିଲେ। ସେମାନଙ୍କ ମଧ୍ୟରେ ଅଭିଷେକ ମଧ୍ୟ ପରୀକ୍ଷା ଦେଉଥିଲେ। ପରୀକ୍ଷା କିଛି ସମୟ ଚାଲିବା ପରେ ହଠାତ୍ ସେଣ୍ଟର ମଧ୍ୟକୁ ସ୍କ୍ବାର୍ଡ ଆସି ତଦାରଖ କରିଥିଲେ। ଇତିମଧ୍ଯରେ ଗତିବିଧି ନେଇ ସ୍ଟାଡ୍‌ର ସନ୍ଦେହ ହୋଇଥିଲା । ତେଣୁ ସ୍ବାଡ୍ ସେଠାରେ ଯାଞ୍ଚ୍ କରିବାରୁ ଯୁବକଙ୍କ କାନ ତଳୁ ଏକ ଇୟର୍ ବଡ୍ ଓ ପ୍ୟାଣ୍ଟ ମଧ୍ୟରୁ ଏକ ସ୍ମାର୍ଟଫୋନ୍ ମିଳିଥିଲା ।

ଏହି ସମୟରେ ଏକ କଲ୍ ଚାଲିଥାଏ। ଜଣେ ଯୁବକଙ୍କ ସହିତ କଲ୍ କନେକଟେଡ୍‌ ରହିଥାଏ। ସ୍ପାଡ୍ ସଦସ୍ୟ ତୁରନ୍ତ ଭକ୍ତ ଯୁବକଙ୍କୁ ସେଣ୍ଟରରୁ କାଢ଼ିଦେଇ ପୁଲିସ ଜିମା ଦେଇଥିଲେ। ଏହାପରେ ପୁଲିସ ନମ୍ବର କୁ ଟ୍ରାକ କରି ଅନ୍ୟ ସମ୍ପୃକ୍ତ ଯୁବକଙ୍କୁ ଧରିଥିଲା। ଦୁଇ ଯୁବକଙ୍କୁ ଥାନାକୁ ନେଇ ଜେରା କରିବା ପରେ ସଂପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ ହୋଇଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ପରେ ଏବେ ସଂସଦ…, କେସି ଭେନୁଗୋପାଳଙ୍କ ବଡ଼ ଦାବି, କହିଲେ-କ୍ଷମା ମାଗନ୍ତୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପ୍ରତିବାଦ କରୁଥିବା ଛାତ୍ରଙ୍କ ଉପରେ ପୋଲିସର କଥିତ ବର୍ବରତା ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି। ସୂତ୍ର ଅନୁଯାୟୀ,…

୧ ମାସ ପୂର୍ବରୁ ହିଁ ହୋଇଯାଇଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଭବିଷ୍ୟବାଣୀ! ସାମ୍ନାକୁ ଆସିଥିବା ଭିଡିଓ ଉଡ଼ାଇଦେବ ହୋସ୍‌!

ନୂଆଦିଲ୍ଲୀ,୨୬।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ପରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଇସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଥିଲେ, ଯାହା…

ଇରାନର ଭୟ ନା ଅନ୍ୟ କିଛି? ତୁର୍କୀ ଅଭିମୁଖେ ଯାତ୍ରା କରିବା ସମୟରେ ଟ୍ରମ୍ପଙ୍କ ବିମାନ ଗତିପଥ ବଦଳାଇ ଦେଇଥିଲା

ଓ୍ବାଶିଂଟନ,୨୬।୭: ତୁର୍କୀ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନ-ସମର୍ଥିତ…

ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…

ଆନ୍ଦୋଳନରୁ ଉଠୁ ଉଠୁ ଅଭିଜିତ୍‌ ଦିପକେଙ୍କୁ ହେଲା ଭୟଙ୍କର ରୋଗ! ସୋସିଆଲ ମିଡିଆରେ ସୂଚନା ଦେଇ କହିଲେ…

ନୂଆଦିଲ୍ଲୀ,୨୬।୭: ବର୍ଷା ଋତୁରେ ଟାଇଫଏଡ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହା ଏଭଳି ଏକ ରୋଗ, ଯାହାକୁ ଲୋକମାନେ ପ୍ରାୟତଃ ସାଧାରଣ ଜ୍ୱର ଭାବି…

CJPର ବଡ଼ ଘୋଷଣା: ଆନ୍ଦୋଳନ ଶେଷ, ଏବେ ଆଇନଗତ ଯୁଦ୍ଧ ଆରମ୍ଭ! ପୁଣି ଚିନ୍ତାରେ ପଡିଲେ ସରକାର

ନୂଆଦିଲ୍ଲୀ,୨୬।୭: ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଯନ୍ତର-ମନ୍ତରରେ ୩୬ ଦିନ ଧରି ଚାଲିଥିବା ଆନ୍ଦୋଳନ ସମାପ୍ତ ହେବା ପରେ କକ୍ରୋଚ ଜନତା ପାର୍ଟି (CJP) ର…

ଜଣେ ଅଧିକାରୀଙ୍କ ବଦଳିରୁ ଆରମ୍ଭ ହୋଇଥିଲା ପରିବର୍ତ୍ତନ, ମନ୍ତ୍ରଣାଳୟରେ ପଡିଯାଇଥିଲା ହାହାକାର!

ନୂଆଦିଲ୍ଲୀ,୨୬।୭: ପେପର ଲିକ୍‌ ପ୍ରସଙ୍ଗରେ ଯନ୍ତରମନ୍ତର ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଜାରି ରହିଥିଲେ ମଧ୍ୟ ଶିକ୍ଷା ମନ୍ତ୍ରଣାଳୟରେ ସ୍ଥିତି ସାଧାରଣ ଜଣାପଡୁଥିଲା, କିନ୍ତୁ ମାତ୍ର…

ବିରାଟକାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଅନ୍ଧାରରେ ଗାଁ

ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି ଏଥିପାଇଁ ଅଞ୍ଚଳର ଦୁର୍ଗମ ଗ୍ରାମଗଡ଼ିକ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri