‘କ୍ୟାନ୍‌ସର ସର୍ଜରି ଏକ ଜଟିଳ ପ୍ରଣାଳୀ’

କଟକ,୨୨ା୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା କଟକ ତେଲଙ୍ଗାପେଣ୍ଠସ୍ଥିତ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ ପକ୍ଷରୁ ନିକଟରେ ଏକ କ୍ୟାନ୍‌ସର ସର୍ଜରି କର୍ମଶାଳା ଆୟୋଜିତ ହୋଇଯାଇଛି। ବିଶେଷକରି ଲାପାରୋସ୍କୋପିକ୍‌ କଲୋରେକ୍ଟାଲ୍‌ କର୍କଟ ଶଲ୍ୟ ଚିକିତ୍ସା ପ୍ରଣାଳୀ ଉପରେ ଏକ ଲାଇଭ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି କଲୋରେକ୍ଟାଲ୍‌ କ୍ୟାନ୍‌ସରର ବହୁମୁଖୀ ପରିଚାଳନା ସହ ସର୍ଜନମାନଙ୍କୁ ନବୀକରଣ କରିବାକୁ ପଡ଼ିବ ବୋଲି କର୍ମଶାଳାର ମୂଳ ଲକ୍ଷ୍ୟ ରହିଥିଲା। ଉକ୍ତ କର୍ମଶାଳାରେ ଦେଶର ପ୍ରତିଷ୍ଠିତ ମେଡିକାଲର ବରିଷ୍ଠ ସର୍ଜନମାନଙ୍କ ଉପସ୍ଥିତରେ ସର୍ବଭାରତୀୟସ୍ତରର ଶଲ୍ୟ ଚିକିତ୍ସକମାନକୁ ଉକ୍ତ ପ୍ରଣାଳୀର ସିଧା ପ୍ରସାରଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଏମ୍ସ, ଯୋଧପୁରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଏମ୍ସ, ଦରଭଙ୍ଗାର ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ, ନିର୍ଦ୍ଦେଶକ ଏଏଚ୍‌ଆର୍‌ସିସି ଏବଂ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲର ମେଡିକାଲ ଡାଇରେକ୍ଟର କୃପାସିନ୍ଧୁ ପଣ୍ଡା ଉଦ୍‌ଘାଟନ କରିଥିଲେ।
ଏ ସମ୍ପର୍କରେ ଡା. ପଣ୍ଡା କହିଛନ୍ତି, ଲାପାରୋସ୍କୋପିକ୍‌ କ୍ୟାନ୍‌ସର ସର୍ଜରି ଏକ ଜଟିଳ ପ୍ରଣାଳୀ, ଯାହା ରୋଗୀର ଶରୀରରେ କ୍ଷତକୁ କମ୍‌ କରିଥାଏ। ଏହି ମିନିମଲ ଇନଭାସିବ ଅସ୍ତ୍ରୋପଚାର ମଧ୍ୟ ଅପରେଶନ ପରବର୍ତ୍ତୀ ଯନ୍ତ୍ରଣାକୁ ହ୍ରାସ କରିଥାଏ। ଏପରିକି ରୋଗୀକୁ ଶୀଘ୍ର ଉପଶମ ପ୍ରଦାନ କରିଥାଏ। ଅପରପକ୍ଷରେ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲର ମୁଖ୍ୟ ପରିଚାଳନା ଅଧିକାରୀ ଶାନ୍ତନୁ କୁମାର ଦାସ କହିଛନ୍ତି, ଉକ୍ତ କର୍ମଶାଳା ପ୍ରକୃତରେ କଲୋରେକ୍ଟାଲ୍‌ କର୍କଟ ସର୍ଜରି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। କର୍ମଶାଳାର ୨ୟ ଅଧିବେଶନରେ ଡା. କୃପାସିନ୍ଧୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଇଣ୍ଡିଆନ୍‌ ଆସୋସିଏସନ ଅଫ୍‌ ସର୍ଜିକାଲ ଅଙ୍କୋଲୋଜିର ସଭାପତି ଡା. ପ୍ରଫୁଲ୍ଲ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଯାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri