Odisha Elections 2024

ଡିସିବି ଟ୍ରାଭେଲ୍‌ ସ୍ମାର୍ଟକାର୍ଡର ଶୁଭାରମ୍ଭ

ନୂଆଦିଲ୍ଲୀ,୨୨ା୩: ଡିସିବି ବ୍ୟାଙ୍କ ପକ୍ଷରୁ ନିକଟରେ ‘ଡିସିବି ଟ୍ରାଭେଲ ସ୍ମାର୍ଟକାର୍ଡ’ର ସର୍ବଭାରତୀୟ ଶୁଭାରମ୍ଭ କରାଯାଇଛି। ବିଶେଷ କରି ଆନ୍ତର୍ଜାତିକ ଛୁଟିଦିନ,ବ୍ୟବସାୟ ଟ୍ରିପ୍‌ ଓ କାର୍ଯ୍ୟ ଛୁଟି ଆଦି ପାଇଁ ଉକ୍ତ କାର୍ଡ ବେଶ୍‌ ଉପଯୋଗୀ ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଭାରତରେ ବ୍ୟବହାର କରିବା ବେଳେ ଡିସିବି ଟ୍ରାଭେଲ ସ୍ମାର୍ଟ ହେଉଛି ଏକ ଡେବିଟ୍‌ କାର୍ଡ। ଏହା ସ୍ବତନ୍ତ୍ର ବିଦେଶୀ ମୁଦ୍ରା କିଣିବା,ବୀମା ଆବଶ୍ୟକତା ବିନା ଚିନ୍ତାମୁକ୍ତ, ଗମନାଗମନ ଏବଂ ଗ୍ରାହକମାନଙ୍କୁ ଡିସିବି ସଞ୍ଚୟ ବ୍ୟାଙ୍କ ଖାତାରେ ଥିବା ଆଲାଉନ୍ସ ଉପରେ ଆକର୍ଷଣୀୟ ସୁଧ ଭଳି ତିନି ପ୍ରକାର ସୁବିଧା ପ୍ରଦାନ କରୁଛି। ଡିସିବି ଟ୍ରାଭେଲ୍‌ ସ୍ମାର୍ଟ ଆନ୍ତର୍ଜାତକ ଗମନାଗମନ ଉପରେ ଗମନାଗମନ ବୀମା ସହିତ ବ୍ୟାଗ ହଜିବା, ବିମାନ ବିଳମ୍ବ ହେବା, ବ୍ୟକ୍ତିଗତ କାଗଜପତ୍ର ହଜିଯିବା ଉପରେ ବୀମା ସୁରକ୍ଷା ପ୍ରଦାନ କରୁଛି। ଦୁର୍ଘଟଣା (ସଡ଼କ, ରେଳ କିମ୍ବା ବିମାନ) ଜନିତ ମୃତ୍ୟୁ ଉପରେ ଏହା ୧,୦୦,୦୦୦ ଟଙ୍କାର ବୀମା ରାଶି ପ୍ରଦାନ କରୁଛି ଏବଂ ୨,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ କାର୍ଡ ହଜିବା ସୁରକ୍ଷା ଦେଉଛି। ଭିସା ପକ୍ଷରୁ ନିୟମିତ ବ୍ୟବଧାନରେ ପ୍ରଦାନ କରାଯାଉଥିବା ସ୍ବତନ୍ତ୍ର ରିହାତି ଓ ଅଫରକୁ କାର୍ଡଧାରୀ ହାସଲ କରିପାରିବେ। ଡିସିବି ବ୍ୟାଙ୍କର ରିଟେଲ୍‌ ବ୍ୟାଙ୍କିଙ୍ଗ୍‌ ମୁଖ୍ୟ ପ୍ରବୀଣ କୁଟ୍ଟି କହିଛନ୍ତି, ଯାତ୍ରୀମାନେ ଆନ୍ତର୍ଜାତିକ ଅନୁଭୂତି ବିକଳ୍ପ ଚୟନ କରୁଛନ୍ତି। ଏପରିକି ଲମ୍ବା ଓ ଅଳ୍ପ ଦିନର ଛୁଟି, ଷ୍ଟେକେସନ,ବ୍ୟବସାୟ ଭ୍ରମଣ ଏବଂ ମେଡିକାଲ୍‌ ସୁବିଧା ପାଇଁ ଭ୍ରମଣ ବଢ଼ିବାରେ ଲାଗିଛି। ଏହା ଏକ ଉପଯୋଗୀ ଆନ୍ତର୍ଜାତିକ କାର୍ଡ ଯାହାର ସୁବିଧାକୁ ଯାତ୍ରୀମାନେ ପସନ୍ଦ କରିବେ। ଯାତ୍ରୀମାନେ କାର୍ଡକୁ ଲୋଡ୍‌ କରିବା, ବ୍ୟାଙ୍କ ଖାତା ସହ ଯୋଡ଼ିବା ଏବଂ ଚଢ଼ା ବିଦେଶୀ ମୁଦ୍ରା ବିନିମୟ ଫି ଏବଂ ମାର୍କ ଫି ଦେବାର ଚାପ ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର, ଜୁନ୍‌ ପହିଲାରୁ ହେବ ଲାଗୁ; ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୯।୫: ସରକାରଙ୍କ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ପାଇବା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏବେ ଆବେଦନକାରୀଙ୍କୁ ଆର୍‌ଟିଓ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାର ଆବଶ୍ୟକତା ପଡ଼ିବ...

ଆଇସକ୍ରିମ ମ୍ୟାନ ରଘୁନନ୍ଦନ କମାଥଙ୍କ ପରଲୋକ

ନୂଆଦିଲ୍ଲୀ,୧୯।୫: ଦେଶକୁ ଆଇସକ୍ରିମ ଖୁଆଉଥିବା ରଘୁନନ୍ଦନ କମାଥ ଆଉ ଆମ ମଧ୍ୟରେ ନାହାଁନ୍ତି। ପ୍ରାକୃତିକ ଆଇସକ୍ରିମର ପ୍ରତିଷ୍ଠାତା ରଘୁନନ୍ଦନ କମାଥ ଶନିବାର ୭୫ ବର୍ଷ ବୟସରେ...

ଓଡିଏମ୍‌ର ସ୍ବତନ୍ତ୍ର ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର,୧୯।୫ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀଛାତ୍ରମାନେ ନିକଟରେ ପ୍ରକାଶିତ ସେଣ୍ଟ୍ରାଲ ବୋର୍ଡ ଅଫ୍‌...

ନକଲି କଲ୍‌ ଉପରେ ରୋକ ଲଗାଇବ ଟ୍ରାଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା): ନକଲି ତଥା ବାରମ୍ବାର କଲ୍‌ କରି ହଇରାଣ କରୁଥିବା ମାର୍କେଟିଂ କଲ୍‌କୁ ରୋକିବା ପାଇଁ ଦେଶରେ ବହୁ ବର୍ଷ ଧରି ନିୟମ...

ଲଗାତାର ୬ ମାସ ପାଇଁ ଓଡ଼ିଶାରେ ଦରଦାମ୍ ସବୁଠୁ ଅଧିକ

ଭୁବନେଶ୍ୱର,୧୮।୫: ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଓଡ଼ିଶା ଲଗାତାର ୬ ମାସ ହେଲା ଦେଶର ସବୁଠାରୁ ମହଙ୍ଗା ପାଲଟିଛି। ଓଡ଼ିଶାରେ ଗତ ୬ ମାସ...

ଆମେରିକାରେ ଜୟଆଲୁକ୍କାସ୍‌ର ମେଗା ବିସ୍ତାର ଯୋଜନା

ଭୁବନେଶ୍ୱର, ୧୮।୫: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଆଉଟ୍‌ଲେଟ୍‌ ଏବଂ ବିସ୍ତାର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୮।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଦରବୃଦ୍ଧି କାରଣରୁ (କ୍ରମାଗତ ଭାବେ) ଘରୋଇ ବଜାରରେ (କ୍ରମାଗତ ଭାବେ) ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଉଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri