ଡିସିବି ଟ୍ରାଭେଲ୍‌ ସ୍ମାର୍ଟକାର୍ଡର ଶୁଭାରମ୍ଭ

ନୂଆଦିଲ୍ଲୀ,୨୨ା୩: ଡିସିବି ବ୍ୟାଙ୍କ ପକ୍ଷରୁ ନିକଟରେ ‘ଡିସିବି ଟ୍ରାଭେଲ ସ୍ମାର୍ଟକାର୍ଡ’ର ସର୍ବଭାରତୀୟ ଶୁଭାରମ୍ଭ କରାଯାଇଛି। ବିଶେଷ କରି ଆନ୍ତର୍ଜାତିକ ଛୁଟିଦିନ,ବ୍ୟବସାୟ ଟ୍ରିପ୍‌ ଓ କାର୍ଯ୍ୟ ଛୁଟି ଆଦି ପାଇଁ ଉକ୍ତ କାର୍ଡ ବେଶ୍‌ ଉପଯୋଗୀ ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଭାରତରେ ବ୍ୟବହାର କରିବା ବେଳେ ଡିସିବି ଟ୍ରାଭେଲ ସ୍ମାର୍ଟ ହେଉଛି ଏକ ଡେବିଟ୍‌ କାର୍ଡ। ଏହା ସ୍ବତନ୍ତ୍ର ବିଦେଶୀ ମୁଦ୍ରା କିଣିବା,ବୀମା ଆବଶ୍ୟକତା ବିନା ଚିନ୍ତାମୁକ୍ତ, ଗମନାଗମନ ଏବଂ ଗ୍ରାହକମାନଙ୍କୁ ଡିସିବି ସଞ୍ଚୟ ବ୍ୟାଙ୍କ ଖାତାରେ ଥିବା ଆଲାଉନ୍ସ ଉପରେ ଆକର୍ଷଣୀୟ ସୁଧ ଭଳି ତିନି ପ୍ରକାର ସୁବିଧା ପ୍ରଦାନ କରୁଛି। ଡିସିବି ଟ୍ରାଭେଲ୍‌ ସ୍ମାର୍ଟ ଆନ୍ତର୍ଜାତକ ଗମନାଗମନ ଉପରେ ଗମନାଗମନ ବୀମା ସହିତ ବ୍ୟାଗ ହଜିବା, ବିମାନ ବିଳମ୍ବ ହେବା, ବ୍ୟକ୍ତିଗତ କାଗଜପତ୍ର ହଜିଯିବା ଉପରେ ବୀମା ସୁରକ୍ଷା ପ୍ରଦାନ କରୁଛି। ଦୁର୍ଘଟଣା (ସଡ଼କ, ରେଳ କିମ୍ବା ବିମାନ) ଜନିତ ମୃତ୍ୟୁ ଉପରେ ଏହା ୧,୦୦,୦୦୦ ଟଙ୍କାର ବୀମା ରାଶି ପ୍ରଦାନ କରୁଛି ଏବଂ ୨,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ କାର୍ଡ ହଜିବା ସୁରକ୍ଷା ଦେଉଛି। ଭିସା ପକ୍ଷରୁ ନିୟମିତ ବ୍ୟବଧାନରେ ପ୍ରଦାନ କରାଯାଉଥିବା ସ୍ବତନ୍ତ୍ର ରିହାତି ଓ ଅଫରକୁ କାର୍ଡଧାରୀ ହାସଲ କରିପାରିବେ। ଡିସିବି ବ୍ୟାଙ୍କର ରିଟେଲ୍‌ ବ୍ୟାଙ୍କିଙ୍ଗ୍‌ ମୁଖ୍ୟ ପ୍ରବୀଣ କୁଟ୍ଟି କହିଛନ୍ତି, ଯାତ୍ରୀମାନେ ଆନ୍ତର୍ଜାତିକ ଅନୁଭୂତି ବିକଳ୍ପ ଚୟନ କରୁଛନ୍ତି। ଏପରିକି ଲମ୍ବା ଓ ଅଳ୍ପ ଦିନର ଛୁଟି, ଷ୍ଟେକେସନ,ବ୍ୟବସାୟ ଭ୍ରମଣ ଏବଂ ମେଡିକାଲ୍‌ ସୁବିଧା ପାଇଁ ଭ୍ରମଣ ବଢ଼ିବାରେ ଲାଗିଛି। ଏହା ଏକ ଉପଯୋଗୀ ଆନ୍ତର୍ଜାତିକ କାର୍ଡ ଯାହାର ସୁବିଧାକୁ ଯାତ୍ରୀମାନେ ପସନ୍ଦ କରିବେ। ଯାତ୍ରୀମାନେ କାର୍ଡକୁ ଲୋଡ୍‌ କରିବା, ବ୍ୟାଙ୍କ ଖାତା ସହ ଯୋଡ଼ିବା ଏବଂ ଚଢ଼ା ବିଦେଶୀ ମୁଦ୍ରା ବିନିମୟ ଫି ଏବଂ ମାର୍କ ଫି ଦେବାର ଚାପ ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ମହିଳାଙ୍କ ଖାତାକୁ ଆସିବ ୩ହଜାର ଟଙ୍କା, ହେଲେ ସରକାର କାହିଁକି ଦେଉଛନ୍ତି ଏହି ଟଙ୍କା? ଜାଣନ୍ତୁ ଏହା ପଛର ରହସ୍ୟ

କୋଲକାତା,୧୮।୮: ପଶ୍ଚିମବଙ୍ଗ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ପ୍ରକ୍ରିୟା ସୋମବାର (ଅଗଷ୍ଟ ୧୭, ୨୦୨୬) ଠାରୁ ଆରମ୍ଭ ହୋଇଛି। ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri