ଘର କରି ନ ଥିବା ହିତାଧିକାରୀଙ୍କ କାର୍ଯ୍ୟାଦେଶ ବାତିଲ କର

ପଟ୍ଟାମୁଣ୍ଡାଇ ୨୬ା୯ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଗରିବ ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଠିକଣା ଭାବେ କାର୍ଯ୍ୟକରିବା ସହ ତ୍ୱରାନ୍ବିତ କରିବାକୁ ଓଡିଶା ଅର୍ବାନ ହାଉସିଂ ମିଶନର ଏସଏଲଟିସି ପାର୍ଥସାରଥୀ ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦ ସମ୍ମିଳନୀ କକ୍ଷରେ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ। ପଟ୍ଟାମୁଣ୍ଡାଇ ପୌର ଅଧ୍ୟକ୍ଷ ହେମନ୍ତ ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ସମୀକ୍ଷା ବୈଠକରେ ଓଡ଼ିଶା ଅର୍ବାନ ହାଉସିଂ ମିଶନର ଏସଏଲଟିସି ସାହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନିୟମାବଳୀ, ହିତାଧିକାରୀ ଚୟନଠାରୁ ଆରମ୍ଭ କରି ପ୍ରାପ୍ୟ ପ୍ରଦାନ ପର୍ଯ୍ୟନ୍ତ ସମସ୍ତ ଦିଗ ଉପରେ ଆଲୋକପାତ କରିଥିଲେ। ବୈଠକରେ ପୌର ପରିଷଦ କାଉନସିଲର ପ୍ରଶାନ୍ତ ବାରିକ, ଗୋପୀବଲ୍ଲଭ ନାୟକ, ସାନିଆ ପରମିନ, ମୃତ୍ୟୁଞ୍ଜୟ ପାଢ଼ୀ, ଲଷ୍ମୀପ୍ରିୟା ସାହୁ, ସନ୍ତୋଷ ଦାସ, ସୁବାସ ମଲିକ, ସମ୍ରାଟ କେଶରୀ ଜେନା, ସୁଧାମୟ ମଲିକ, ଝରଣା ବେହେରା, ମଳୟ ଓଝା, ବନିତା ମଲିକ ପ୍ରମୁଖ ଯୋଗ ଦେଇଥିଳେ। ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିଜ ୱାର୍ଡର ହିତାଧିକାରୀଙ୍କ ସ୍ଥିତି ଓ ସଫଳ କାର୍ଯ୍ୟକାରିତା ସମ୍ପର୍କରେ ମତାମତ ଉପସ୍ଥାପନ କରିଥିଲେ। ଓଡ଼ିଶା ଅର୍ବାନ ହାଉସିଂ ମିଶନର ଏସ୍‌ଏଲଟିସି ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦର କେତେକ ୱାର୍ଡକୁ ଯାଇ ସିଧାସଳଖ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ପଟ୍ଟାମୁଣ୍ଡାଇ ପୌର ପରିଷଦର ୨୦ଟି ୱାର୍ଡରେ ୩୨୨୧ ହିତାଧିକାରୀ ଥିବାବେଳେ ୨୬୨୧ ଜଣ ଆବାସ ଗୃହ ସମ୍ପୂର୍ଣ୍ଣ କରିଥିବା,୨୪୨ ଜଣ ଛାତ ପତନ ପର୍ଯ୍ୟନ୍ତ କରିଥିବା,୧୨୪ ଜଣ ନିମଟଲ ପର୍ଯ୍ୟନ୍ତ ହୋଇଥିବା, ୩୩ଜଣ ଫାଉଣ୍ଡେଶନ ପକାଇଥିବା ଓ ୧୭୮ଜଣ ଆଦୌ ଆବାସ ଗୃହ ନିର୍ମାଣ କରି ନ ଥିବା ଜଣାପଡ଼ିଥିଲା। ଏସ୍‌ଏଲଟିସି ସାହୁ ଠିକଣା ଭାବେ ନିର୍ଦ୍ଧାରିତ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରା ନ ଗଲେ ଓ ୟୁଟିଲାଇଜେଶନ ସାର୍ଟିଫିକେଟ ଦିଆ ନ ଗଲେ ଆଗାମୀ ଦିନରେ ଏହି ପୌର ପରିଷଦକୁ ଆଦୌ ଆବାସ ଯୋଜନା ଅର୍ଥ ମଞ୍ଜୁର କରାଯିବନାହିଁ। ଏତଦବ୍ୟତୀତ ଏ ବାବଦରେ ପୌର ପରିଷଦକୁ ଆସିଥିବା ଅନୁଦାନ ରାଶି ମଧ୍ୟ ସରକାର ଫେରାଇ ନେବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଥିଲେ। ଆବାସ ଯୋଜନାରେ ବର୍ଷ ବର୍ଷ ଧରି ଆଦୌ ଘର କରି ନ ଥିବା ହିତାଧିକାରୀଙ୍କ କାର୍ଯ୍ୟାଦେଶ ବାତିଲ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଜନସଚେତନତା ଲାଗି ଡାକବାଜି ଯନ୍ତ୍ର ଯୋଗେ ବ୍ୟାପକ ପ୍ରଚାର କରିବାକୁ ସ୍ଥିର ହୋଇଥିଲା। ଏଥିରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ନାରାୟଣଗିରି, ସିଏଲଟିସି ଅରବିନ୍ଦ ପରିଡା, ପଟ୍ଟାମୁଣ୍ଡାଇ ପୌର ପରିଷଦର ରାଜ କିଶୋର ଦାସ, ତପସ୍ବିନୀ ଦାଶ, ସରୋଜ ପଣ୍ଡା ଓ ବ୍ରଜ କିଶୋର ସେଠୀ ପ୍ରମୁଖ କର୍ମଚାରୀ ଯୋଗଦେଇ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ଶେଷରେ ଅରବିନ୍ଦ ପରିଡା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri