ନିରାକାରପୁର,୨୪ା୫(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଚାଷୀଙ୍କ ସୁବିଧା ପାଇଁ ୧୯୮୧ ଡିସେମ୍ବର ୨୧ରେ ରାମେଶ୍ୱରଗଡ଼ଠାରେ ଏକ ବ୍ୟାରେଜ ନିର୍ମାଣ କରାଯାଇ ନଦୀଠାରୁ ଦୂରରେ ଥିବା ଚାଷୀ କିଭଳି ଠିକ୍ ଭାବରେ ପାଣି ପାଇପାରିବେ ସେଥିପାଇଁ କେନାଲ ନିର୍ମାଣ କରାଯାଇଛି। କିନ୍ତୁ ଏହାର ଦାୟିତ୍ୱରେ ଥିବା ଅଧିକାରୀଙ୍କମାନଙ୍କ ଦାୟିତ୍ୱହୀନତା ଯୋଗୁ ଏବେ କିଛି ଅସାଧୁ ବ୍ୟକ୍ତି ଏହି କେନାଲ ବନ୍ଧ ଉପରେ ଜୋର ଜବରଦସ୍ତ ବାସଗୃହ, ଦୋକାନ ଘର ଏବଂ ପାଇଖାନା ନିର୍ମାଣ କରିଛନ୍ତି। ଯାହାଫଳରେ ଚାଷୀଟି ତା’ର ନିତ୍ୟ ବ୍ୟବହାର୍ଯ୍ୟ ଚାଷ ସାମଗ୍ରୀ ନେବା ପାଇଁ କଷ୍ଟ ହେଉଛି। ଯଦି କୈାଣସି ଚାଷୀ ଏହାକୁ ବିରୋଧ କରୁଛନ୍ତି, ତେବେ ଭଡ଼ାଟିଆ ଗୁଣ୍ଡା ଏବଂ କୁଜି ନେତାଙ୍କର ରୋଷର ଶିକାର ହେବାକୁ ପଡୁଛି। ଏ ଭୟରେ କେହି ମୁହଁ ଖୋଲିବାକୁ ସାହସ କରୁନାହାନ୍ତି। ଏପରିକି ଗୋଟିଏ ବିଲରୁ ଅନ୍ୟ ବିଲକୁ ପାଣି ଯିବା ପାଇଁ ଅଣ୍ଡର୍ ପାସ୍ କେନାଲ ବିଭାଗୀୟ ପକ୍ଷରୁ କରାଯାଇଛି। ହେଲେ କିଛି ମୁଷ୍ଟିମେୟଙ୍କ ଯୋଗୁ ସେଗୁଡିକୁ ପୋତା ଯାଇ ଦୋକାନ ଘର ଓ ବାସଗୃହ ନିର୍ମାଣ କରାଯାଉଛି। ଯାହା ଫଳରେ ପାଣି ଆରପଟ ବିଲକୁ ଯାଇ ନ ପାରିବାରୁ ଚାଷୀ ହଇରାଣ ହେଉଛନ୍ତି। ଏନେଇ ଅସନ୍ତୋଷ ବୃଦ୍ଧି ପାଉଛି। ବିଶେଷକରି ସେମାନେ ବ୍ୟବହାର କରୁଥିବା ଅପରିଷ୍କାର ଏବଂ ଲାଟିନ ପାଣି କେନାଲକୁ ଖୁଲମଖୋଲା ଛାଡୁଛନ୍ତି। ଏନେଇ ଏହାର ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ରାୟଙ୍କୁ ପଚାରିବାରୁ ଏ ବାବଦରେ ତହସିଲଦାରଙ୍କୁ ଦୁଇଦୁଇ ଥର ଚିଠି ଲେଖିଲୁଣି କିନ୍ତୁ ସେ ଶୁଣୁନାହାନ୍ତି। ଏବେ ଉପର ଅଧିକାରୀଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
Posted inHome, Home Left, ଆମ ଜିଲା ଖବର, ଖୋର୍ଦ୍ଧା View All
ପାକିସ୍ତାନରେ ହେବ ଲକ୍ଡାଉନ୍
ଇସ୍ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍ ସରକାର ପ୍ରତି…
ଭିମ୍ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା
ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…
ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…
ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…
ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର
ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…
ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….
ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…
ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’
ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…
ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ
ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍ କୁମାର ରାଉତ(୧୫)।…
ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ
ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…
Archives

