ଓପନ ଓ୍ବାର୍କ ପରିମିଟ ଘୋଷଣା କଲେ କାନାଡା ସରକାର : ଭାରତୀୟଙ୍କ ପାଇଁ ସୁଯୋଗ…

ଓଟଓ୍ବା/ନୂଆଦିଲ୍ଲୀ,୩।୧୨ : କାନାଡାର ଓପନ ୱାର୍କ ପରିମିଟ (ଓଡବ୍ଲୁପି) ଧାରକମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ବାସ୍ତବରେ ସରକାର ଖୋଲା କାର୍ଯ୍ୟ ଅନୁମତି ବିସ୍ତାର କରିବାକୁ ଯାଉଛନ୍ତି। ଓଡବ୍ଲୁପି ଧାରକଙ୍କ ପରିବାରକୁ ଏକାଠି ରଖିବା ପାଇଁ ସମସ୍ତ ଅସ୍ଥାୟୀ ବିଦେଶୀ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ କାର୍ଯ୍ୟ ଅନୁମତି ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ଅର୍ଥାତ ଅସ୍ଥାୟୀ ବିଦେଶୀ କର୍ମଚାରୀଙ୍କ ପରିବାର ସଦସ୍ୟ ମଧ୍ୟ ଏଠାରେ କାର୍ଯ୍ୟ କରିବାର ସୁଯୋଗ ପାଇବେ।

ତଥାପି, ଏହା ଏକ ଅସ୍ଥାୟୀ ଦୁଇ ବର୍ଷୀୟ ଯୋଜନା। ଏହା ପର୍ଯ୍ୟାୟକ୍ରମେ ଲାଗୁ ହେବ। ଶ୍ରମିକଙ୍କ ଅଭାବକୁ ଦୂର କରିବା ପାଇଁ କାନାଡା ସରକାର ଏହି ଘୋଷଣା କରିଛନ୍ତି ବୋଲି କୁହାଯାଉଛି।

କାନାଡାର ଇମିଗ୍ରେଶନ, ଶରଣାର୍ଥୀ ଏବଂ ନାଗରିକତ୍ୱ ମନ୍ତ୍ରୀ ସଚିନ ଫ୍ରେଜର ଏହି ଘୋଷଣା କରି କହିଛନ୍ତି ଯେ ଏହି ଘୋଷଣା ନିଯୁକ୍ତିଦାତାଙ୍କୁ ଶ୍ରମିକ ଖୋଜିବା ତଥା ଶ୍ରମିକ ପରିବାରଙ୍କୁ ଏକାଠି ରହିବାକୁ ସହଜ କରିବ।

ସେ କହିଛନ୍ତି ଯେ ତାଙ୍କ ବିଭାଗ ଅସ୍ଥାୟୀ ବିଦେଶୀ ଶ୍ରମିକଙ୍କ ସମ୍ପର୍କୀୟଙ୍କୁ କାମ ଅନୁମତି ଦେଉଛି। ଶ୍ରମିକ ପରିବାର ସଦସ୍ୟଙ୍କ ପାଇଁ କାନାଡା କାର୍ଯ୍ୟ ଅନୁମତି ବିସ୍ତାର କରୁଛି। ୨୦୨୩ ରୁ, ଆବେଦନକାରୀଙ୍କ ସ୍ତ୍ରୀ ଏବଂ ପିଲାମାନେ କାନାଡାରେ କାମ କରିବାକୁ ଯୋଗ୍ୟ ବିବେଚିତ ହେବେ।

ପ୍ରକାଶିତ ଏକ ବିବୃତ୍ତିରେ ଫ୍ରେଜର କହିଛନ୍ତି ଯେ କାର୍ଯ୍ୟ ଅନୁମତି ବିସ୍ତାର କରିବା ନିଯୁକ୍ତିଦାତାଙ୍କୁ ଶ୍ରମିକ ଖୋଜିବାରେ ସାହାଯ୍ୟ କରିବ ଏବଂ ଶ୍ରମ ଅଭାବକୁ ଦୂର କରିବ। ସେ କହିଛନ୍ତି, ସାରା ଦେଶରେ ନିଯୁକ୍ତିଦାତା ଶ୍ରମ ଅଭାବର ସମ୍ମୁଖୀନ ହେଉଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ନୂତନ ପଦକ୍ଷେପ ଦ୍ୱାରା ୨ ଲକ୍ଷରୁ ଅଧିକ ବିଦେଶୀ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ କାନାଡାରେ କାମ କରିବା ସୁଯୋଗ ମିଳିବ।

ସଚନ ଫ୍ରେଜର ଆହୁରି ମଧ୍ୟ କହିଛନ୍ତି ଯେ ପରିବାର ସଦସ୍ୟଙ୍କ ସହ ଯେଉଁମାନେ କାନାଡାରେ ଅଛନ୍ତି, ସେମାନେ ନିଜ ପ୍ରିୟଜନଙ୍କ ସହ ରହି କାର୍ଯ୍ୟ କରି ପାରିବେ। ଏହି ଅସ୍ଥାୟୀ ପଦକ୍ଷେପ ତିନିଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri