Posted inଫୁରସତ

ଫ୍ରିଜକୁ କାନ୍ଥ ସହ ଲଗାଇ ରଖୁଛନ୍ତି କି? ହୋଇପାରନ୍ତି ଖର୍ଚ୍ଚାନ୍ତ

ଖରାଦିନେ ଥଣ୍ଡା ପାଣି ପିଇବା ଏବଂ ଖାଦ୍ୟକୁ ନଷ୍ଟ ହେବାରୁ ରକ୍ଷା କରିବା ପାଇଁ ରେଫ୍ରିଜରେଟର ବ୍ୟବହାର କରିଥା’ନ୍ତି। ବର୍ତ୍ତମାନ ଘରେ ଘରେ ଫ୍ରିଜ ସାଧାରଣ ହୋଇଗଲାଣି। ଲୋକେ ଏହାକୁ ବ୍ୟବହାର କରିବାରେ ଅଭ୍ୟସ୍ତ ହୋଇଗଲେଣି। କିନ୍ତୁ ବେଳେବେଳେ ଉପଭୋକ୍ତାମାନେ ଫ୍ରିଜକୁ ଏପରି ବେପରୁଆ ଭାବରେ ବ୍ୟବହାର କରନ୍ତି, ଯାଦ୍ୱାରା ତାଙ୍କୁ କ୍ଷତି ସହିବାକୁ ପଡିଥାଏ। ହୋଇପାରେ ଏପରି ଛୋଟିଆ ଭୂଲରେ ଆପଣଙ୍କୁ ହଜାର ହଜାର ଟଙ୍କା କ୍ଷତି ସହିବାକୁ ପଡିପାରେ। ଯଦି ଆପଣ ବଡ କ୍ଷତି ହେବାକୁ ଚାହୁଁ ନାହାନ୍ତି, ତେବେ ଏହି ସୂଚନା ଆପଣଙ୍କ ପାଇଁ ଲାଭକାରୀ ହୋଇପାରେ।

ଆପଣ ନିହାତି ଭରବେ ଫ୍ରିଜକୁ କାନ୍ଥ ସହ ଲଗାଇ ରଖୁଥିବେ। କିନ୍ତୁ ଏହାଦ୍ୱାରା ବଡ କ୍ଷତି ହୋଇପାରେ। ଫ୍ରିଜ ଖରାପ ହେବା ସହ ହଜାର ହଜାର ଟଙ୍କା ଖର୍ଚ୍ଚାନ୍ତ ହୋଇପାରନ୍ତି। ଟିକିଏ ସଚେତନ ହେଲେଏପରି ଖର୍ଚ୍ଚାନ୍ତ ହେବାରୁ ମୁକୁଳି ପାରିବେ। ବର୍ତ୍ତମାନ ଭାବୁଥିବେ ଫ୍ରିଜକୁ କାନ୍ଥ ସହ ଲଗାଇ ରଖିଲେ ଅସୁବିଧା କ’ଣ। ଅସୁବିଧା ଆମେ ନୁହେଁ ଆପଣ ପଡିପାରନ୍ତି। ଆସନ୍ତୁ ଜାଣିବା ପ୍ରିଜକୁ କାନ୍ଥ ସହ ଲଗାଇ ରଖିଲେ କଣ ଅସମସ୍ୟା ଅଛି।

-ଯଦି ଆପଣ ଫ୍ରିଜକୁ କାନ୍ଥକୁ ଲଗାଇ କିମ୍ବା ଅଳ୍ପ କେଇ ମିଟର ଦୂରତାରେ ରଖୁଛନ୍ତି ଏହାଦ୍ୱାରା ଆପଣଙ୍କ ଫ୍ରିଜ ଶୀଘ୍ର ଖରାପ ହୋଇଯିବ। ଫ୍ରିିଜକୁ ଲଗାଇ ରଖିବା ଦ୍ୱାରା ଏହା ପଛରେ ବାୟୁ ଚଳାଚଳ କରିପାରିବ ନାହିଁ। ରେଫ୍ରିଜରେଟରର କଏଲରୁ ବାହାରୁଥିବା ଗରମ ବାୟୁ ଅନ୍ୟ କୌଣସି ଆଡକୁ ଯିବାକୁ ରାସ୍ତା ନ ପାଇଁ ଲେଉଟି ଫ୍ରିଜରେ ବାଜିବ। ଏହି କାରଣରୁ, ଫ୍ରିଜ ଭିତରେ ଆହୁରି ତାପମାତ୍ରା ବଢିବ। ଏହାଦ୍ୱାରା ଆପଣଙ୍କ ଫ୍ରିଜ କ୍ଷମତାଠାରୁ କମ ଥଣ୍ଡା ରହିବ।

-ଫ୍ରିଜ ଭିତରେ ତାପମାତ୍ରା ବୃଦ୍ଧି ପାଇଲେ କମ୍ପ୍ରେସର ଉପରେ ଭାର ବଢିଯାଇଥାଏ। କାରଣ ଫ୍ରିଜ ଭିତରେ ଥିବା ସେନ୍ସରଗୁଡ଼ିକ କମ୍ପ୍ରେସରକୁ ଥଣ୍ଡା ହ୍ରାସ ପାଇବା ନେଇ ସିଗନାଲ୍‌ ପଠେଇଥା’ନ୍ତି। ଯେଉଁଥିପାଇଁ ରେଫ୍ରିଜରେଟର କମ୍ପ୍ରେସର ବେଶୀ ଲୋଡ୍‌ ନେଇଥାଏ।

ଯଦି ରେଫ୍ରିଜରେଟରକୁ କାନ୍ଥ ପାଖରେ କିମ୍ବା ଲଗାଇ ରଖୁଛନ୍ତି ତେବେ ଏଥିରୁ ବାହାରୁଥିବା ଗରମ ବାୟୁ କାନ୍ଥକୁ ନଷ୍ଟ କରିଦିଏ। ଅନେକ ଥର ଦେଖାଯାଇଛି ଯେ, ରେଫ୍ରିଜରେଟରରୁ ବାହାରୁଥିବା ଉତ୍ତାପ ହେତୁ ଘରର କାନ୍ଥକୁ କଳା କରିଦିଏ। ଯଦି ଆପଣ ଫ୍ରିଜକୁ କାନ୍ଥ ପାଖରେ ରଖିଛନ୍ତି, ତେବେ ଏହାକୁ କେଇ ମିଟର ବ୍ୟବଧାନରେ ରଖନ୍ତୁ।
ବୈଷୟିକ ବିଶେଷଜ୍ଞଙ୍କ ଅନୁଯାୟୀ, ରେଫ୍ରିଜରେଟର ଏବଂ କାନ୍ଥ ମଧ୍ୟରେ ଅତି କମରେ ୬ ଇଞ୍ଚର ଦୂରତା ବଜାୟ ରଖିବା ଉଚିତ୍‌। ଯାହାଫଳରେ ଫ୍ରିଜ, କଏଲକୁ ଥଣ୍ଡା ରଖିବା ପାଇଁ ପର୍ଯ୍ୟାପ୍ତ ବାୟୁ ପାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri