ଶୁଣିବାକୁ ପଡ଼ୁଛି

ସମଗ୍ର ବିଶ୍ୱରେ ହିଂସାକୁ ଶେଷ କରିବା ପାଇଁ ଆମେ ୟୁକ୍ରେନ୍‌ ଏବଂ ପୋଲାଣ୍ଡ ଯାଉଥିବାବେଳେ, ଭାରତରେ ହିଂସା ବିଷୟରେ ବିଶ୍ୱ କ’ଣ କହୁଛି ତାହା ଦେଖିବା ଦରକାର। ୯ ଜୁନ୍‌ ୨୦୨୨ରେ ମିଳିତ ଜାତିସଂଘର ୩ ଜଣ ସ୍ବତନ୍ତ୍ର ରେକର୍ଡର ବାଲ୍‌କ୍ରିଷ୍ଣନ ରାଜଗୋପାଲ, ଫର୍ନାଣ୍ଡ ଡି ଭାରେନ୍ସ ଏବଂ ଅହମ୍ମଦ ସାହିଦ ଆମ ବୁଲ୍‌ଡୋଜର ନ୍ୟାୟ ସମ୍ପର୍କରେ ମୋଦି ସରକାରଙ୍କୁ ଲେଖିଥିଲେ। ମଧ୍ୟପ୍ରଦେଶର ଖାର୍ଗୋନ ଜିଲା, ଗୁଜରାଟର ଆନନ୍ଦ ଜିଲା ତଥା ଜାହାଙ୍ଗୀରପୁରୀ ଅଞ୍ଚଳରେ ଏବଂ ନୂଆଦିଲ୍ଲୀର ଜାହାଙ୍ଗୀରପୁରୀ ଓ ଅନ୍ୟାନ୍ୟ ସ୍ଥାନରେ ମୁସଲମାନ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ବଳପୂର୍ବଳ ଉଚ୍ଛେଦ, ଘର ଓ ସମ୍ପତ୍ତି ଧ୍ୱଂସକରିବା ଭଳି କାର୍ଯ୍ୟ ବିଷୟରେ ସେମାନେ ଉଲ୍ଲେଖ କରିଥିଲେ। କିନ୍ତୁ ଭାରତ ଏହି ଚିଠିର ଉତ୍ତର ଦେଲା ନାହିଁ। ୧୨ ଜୁଲାଇ ୨୦୨୩ ରେ ୟୁରୋପୀୟ ସଂସଦ ମଣିପୁର ହିଂସା ଉପରେ ଏକ ସଂକଳ୍ପପତ୍ର ପାସ୍‌ କରିଥିଲା। ଏଥିରେ କୁହାଯାଇଥିଲା ଯେ, ଖ୍ରୀଷ୍ଟିଆନଙ୍କ ସମେତ ଧର୍ମୀୟ ସଂଖ୍ୟାଲଘୁଙ୍କ ପ୍ରତି ଅସହିଷ୍ଣୁତାରୁ ହିଂସା ଘଟିଛି। ଏହା ସହ ୟୁରୋପୀୟ ସଂସଦ ଜାତି ଓ ଧର୍ମୀୟ ହିଂସାକୁ ତୁରନ୍ତ ବନ୍ଦ କରିବା, ମଣିପୁରର ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଭଳି ସମସ୍ତ ଧର୍ମୀୟ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବାକୁ କହିଥିଲା। ଏହାର ଜବାବରେ ଭାରତ କହିଥିଲା, ଏହା ହେଉଛି ଉପନିବେଶିକ ମାନସିକତା ଏବଂ ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ।
୭ ମାର୍ଚ୍ଚ ୨୦୨୪ରେ ମିଳିତ ଜାତିସଂଘର ୨ ଡଜନରୁ ଅଧିକ ମାନବ ଅଧିକାର ବିଶେଷଜ୍ଞ ମୋଦି ସରକାରଙ୍କୁ ଚିଠି ଲେଖି ଭାରତରେ ସଂଖ୍ୟାଲଘୁ, ଗଣମାଧ୍ୟମ ତଥା ନାଗରିକ ସମାଜ ଉପରେ ଆକ୍ରମଣ ନେଇ ସଚେତନ ହେବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଆହ୍ବାନ ଦେଇଥିଲେ। ହେଲେ ଭାରତ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କଲାନାହିଁ ।
ଆସନ୍ତୁ, ଆଉ ଟିକେ ପଛକୁ ଫେରିଯିବା। ୧୩ ଜୁନ୍‌ ୨୦୨୧ରେ ଜି ୭ ଏକ ଘୋଷଣାପତ୍ର ଜାରି କରିଥିଲେ । ଏହା ନାମ ଥିଲା- ‘ଜି ୭ ଆଣ୍ଡ୍‌ ଗେଷ୍ଟ କଣ୍ଟ୍ରିଜ: ୨୦୨୧ ଓପନ ସୋସାଇଟିଜ୍‌ ଷ୍ଟେଟ୍‌ମେଣ୍ଟ ।’ ଜି୭ ହେଉଛି ଆମେରିକା, ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ଜାପାନ ଏବଂ ଇଟାଲୀ ଏବଂ ୟୁରୋପୀୟ ୟୁନିୟନ ଏବଂ ଜି୭ ସମ୍ମିଳନୀକୁ ନିମନ୍ତ୍ରିତ ଅତିଥି ରାଷ୍ଟ୍ରଗୁଡ଼ିକ ଥିଲେ ଦକ୍ଷିଣ କୋରିଆ, ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ । ଘୋଷଣାପତ୍ରରେ କୁହାଯାଇଛି, ଏହି ସମସ୍ତ ରାଷ୍ଟ୍ର ଗଣତାନ୍ତ୍ରିକ ମୂଲ୍ୟବୋଧ ମାଧ୍ୟମରେ ମୁକ୍ତ ସମାଜରେ ସେମାନଙ୍କର ସହଭାଗୀ ବିଶ୍ୱାସକୁ ନିଶ୍ଚିତ କରିବା ସହ ୮ଟି ମୂଲ୍ୟବୋଧକୁ ଗ୍ରହଣ ପୂର୍ବକ ଅନ୍ୟମାନଙ୍କୁ ଗ୍ରହଣ କରିବାକୁ ଉତ୍ସାହିତ କରିବେ। ପ୍ରଥମଟି ମାନବ ଅଧିକାର। ଦ୍ୱିତୀୟଟି ଗଣତନ୍ତ୍ର ସମେତ ଏକ ଉତ୍ତରଦାୟୀ ତଥା ସ୍ବଚ୍ଛ ଶାସନ ବ୍ୟବସ୍ଥାରେ ପ୍ରତ୍ୟେକଙ୍କ ପାଇଁ ଶାନ୍ତିପୂର୍ଣ୍ଣ ସମାବେଶ, ସଙ୍ଗଠନ ଏବଂ ସହଯୋଗର ଅଧିକାର। ତୃତୀୟରେ ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ ନାଗରିକ ତଥା ରାଜନୈତିକ ଅଧିକାରର ଉପଭୋଗ। ଚତୁର୍ଥରେ ଲିଙ୍ଗଗତ ସମାନତା। ପଞ୍ଚମରେ ଅଭିବ୍ୟକ୍ତିର ସ୍ବାଧୀନତା। ଷଷ୍ଠରେ ଆଇନର ଶାସନ ଏବଂ ସ୍ବାଧୀନ ଓ ନିରପେକ୍ଷ ନ୍ୟାୟିକ ବ୍ୟବସ୍ଥା। ସପ୍ତମରେ ଏକ ଅନ୍ତର୍ଦ୍ଦେଶୀୟ ବ୍ୟବସ୍ଥା ସହ ମୁକ୍ତ ଓ ନିରପେକ୍ଷ ବାଣିଜ୍ୟ ଏବଂ ବୈଶ୍ୱିକ ସହଯୋଗ। ଅଷ୍ଟମରେ ମାନବ ଅଧିକାର ତଥା ମୌଳିକ ସ୍ବାଧୀନତାକୁ ପ୍ରୋତ୍ସାହିତ କରୁଥିବା ସ୍ବାଧୀନ ତଥା ବହୁମୁଖୀ ନାଗରିକ ସମାଜ ସହ ସହଭାଗିତା। ଏହି ୮ଟି ସ୍ପଷ୍ଟତଃ ମୂଲ୍ୟବୋଧର ଆଧାର, ଯାହା ଆମ ସମ୍ମିଳିତ ଜୀବନଶୈଳୀକୁ ନିର୍ଣ୍ଣୟ କରେ। ଏସବୁ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଜି୭ ଏବଂ ଅତିଥି ରାଷ୍ଟ୍ରମାନଙ୍କ ୮ଟି ଉପାୟରେ ଆଗକୁ ବଢ଼ାଯିବ ବୋଲି କୁହାଯାଇଥିଲା। ପ୍ରଥମେ ନାଗରିକ କ୍ଷେତ୍ର ଏବଂ ଗଣମାଧ୍ୟମ ସ୍ବାଧୀନତାକୁ ସୁରକ୍ଷା ଦେଇ ଅଭିବ୍ୟକ୍ତି, ସମାବେଶ ତଥା ସଙ୍ଗଠନର ସ୍ବାଧୀନତା ତଥା ଧର୍ମ କିମ୍ବା ବିଶ୍ୱାସର ସ୍ବାଧୀନତାକୁ ଉତ୍ସାହିତ କରିବା। ଦ୍ୱିତୀୟତଃ ମାନବ ଅଧିକାର, ଗଣତନ୍ତ୍ର ଏବଂ ଆଇନର ଶାସନ ପ୍ରତି ଥିବା ବିପଦକୁ ଅନୁଭବ କରିବା ପାଇଁ ସୂଚନା ଆଦାନ ପ୍ରଦାନ ଏବଂ ପ୍ରଭାବଶାଳୀ ପ୍ରତିକ୍ରିୟାଗୁଡ଼ିକରେ ସମନ୍ବୟ ରକ୍ଷା କରିବା। ତୃତୀୟରେ ଖୋଲା ବଜାର ଉପରେ ପ୍ରତିଷ୍ଠିତ ଆମର ଭାଗୀଦାରି ଅର୍ଥନୈତିକ ମଡେଲକୁ ପୁନଃ ସ୍ଥାପିତକରି ମୁକ୍ତ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା। ଚତୁର୍ଥରେ ଦୁର୍ନୀତି ରୋକିବା ଏବଂ ନିୟନ୍ତ୍ରଣ କରିବା। ପଞ୍ଚମଟି ହେଉଛି ମାନବ ଅଧିକାରକୁ ସମ୍ମାନ କରୁଥିବା ଡିଜିଟାଲ ନାଗରିକ-କ୍ଷେତ୍ରର ସୁରକ୍ଷା। ଷଷ୍ଠରେ ଲିଙ୍ଗଗତ ସମାନତା ଏବଂ ଅନ୍ତର୍ଭୁକ୍ତିକୁ ପ୍ରାଥମିକତା।
ସପ୍ତମରେ ବିଜ୍ଞାନରେ ସହଯୋଗୀ ମନୋଭାବ ରଖିବା ଏବଂ ଅଷ୍ଟମରେ ସ୍ଥାୟୀ ବିକାଶ ଲକ୍ଷ୍ୟ ବିଶେଷକରି ନ୍ୟାୟପୂର୍ଣ୍ଣ, ଶାନ୍ତିପୂର୍ଣ୍ଣ ଏବଂ ସମ୍ମିଳିତ ସମାଜକୁ ପ୍ରୋତ୍ସାହିତ କରିବା ।
ଜି ୭ ଏବଂ ତାହାର ଅତିଥି ଦେଶଗୁଡ଼ିକ କହିଥିଲେ , ସେମାନେ ଅନ୍ୟ ଅନ୍ତଃରାଷ୍ଟ୍ରୀୟ ମଞ୍ଚକୁ ଏହି ପ୍ରତିଶ୍ରୁତି ସମ୍ପ୍ରସାରିତ କରିବେ। କିନ୍ତୁ ଏହି ସ୍ଥିତିରୁ କିଛି ବିଷୟ ସାମ୍‌ନାକୁ ଆସେ। ଭାରତ ସରକାର ଅଧିକାଂଶ ତାଲିକାଭୁକ୍ତ ବିଷୟ ପ୍ରତି ନକାରାମତ୍କ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ପ୍ରଧାନମନ୍ତ୍ରୀ ଓପନ ସୋସାଇଟି ଘୋଷଣାପତ୍ର ସପକ୍ଷରେ କହି ଭାରତ ଏହାର ସହଯୋଗୀ ବୋଲି ପ୍ରକାଶ କରିଥିଲେ। କିନ୍ତୁ ସମସ୍ୟା ହେଉଛି ଏହି ବିଷୟଗୁଡିକୁ ଗ୍ରହଣ କରିପାରୁ ନାହଁୁ। ଯାହା ଆମେ ଦେଶରେ କରୁ, ତାହା ଜାରି ରଖିଛୁ। ଯଦି ସେସବୁ କରିବା ତେବେ ଆମକୁ ମିଳିତ ଜାତିସଂଘ ଏବଂ ୟୁରୋପୀୟ ସଂସଦରୁ ଶୁଣିବାକୁ ପଡ଼ିବ। ଅନ୍ୟମାନଙ୍କଠାରୁ ମଧ୍ୟ ଶୁଣିବାକୁ ପଡ଼ିଛି । ଆମେରିକା କଂଗ୍ରେସ (କଶ୍ମୀର ଉପରେ), ଜାତିସଂଘର ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା ଆୟୋଗ (ବିଭିନ୍ନ ଭାଜପା ଶାସିତ ରାଜ୍ୟରେ ତଥାକଥିତ ‘ଲଭ୍‌ ଜିହାଦ’ ଆଇନ ଉପରେ) ଏବଂ ଆମେରିକା ପରରାଷ୍ଟ୍ର ବିଭାଗ (ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ବିଭିନ୍ନ ଅତ୍ୟାଚାର ଉପରେ) ସ୍ବର ଉଠାଇଛନ୍ତି। ବିଶ୍ୱସ୍ତରୀୟ ନେତା ଭାବରେ ଅନ୍ୟତ୍ର ହିଂସା ବନ୍ଦ କରିବାକୁ ଚାହୁଁଥିବାରୁ ଆମ ପ୍ରତି ମୌଳିକ ବିଶ୍ୱସନୀୟତା ସୃଷ୍ଟି କରିିବାକୁ ହେବ। ଏଥିପାଇଁ ଆମେ ନିଜେ ଯାହା କରିଛୁ ତାହା ପ୍ରଥମେ ଦେଖିବା ଏବଂ ସ୍ବୀକାର କରିବା ଉଚିତ। ତାହା ନ କଲେ ଆମେ ଛଳନା କରୁଛେ ବୋଲି ଅଭିଯୋଗ ଉଠିବ ଏବଂ ବିଭିନ୍ନ ଦେଶ ଭ୍ରମଣକରି ଯୁଦ୍ଧକୁ ବିରୋଧ କରିବାରେ ଆମର ମହତ୍ତ୍ୱ ରହିବ ନାହିଁ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri