ଜଣେ ସାଧାରଣ ଲୋକ ଲଢିପାରିବେ କି ରାଷ୍ଟ୍ରପତି ନିର୍ବାଚନ? ଜାଣନ୍ତୁ ଏହାର ପ୍ରକ୍ରିୟା

ଓ୍ବାଶିଂଟନ୍‌,୩।୧୧: ଆମେରିକାରେ ଆଗକୁ ଅଛି ରାଷ୍ଟ୍ରପତି ନିର୍ବାଚନ । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଅନ୍ୟ ନିର୍ବାଚନଠାରୁ ଅଲଗା। ଏଠାରେ ଇଲେକ୍ଟର କଲେଜ ଦ୍ୱାରା ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି। ତେବେ ଏହି ନିର୍ବାଚନ ପକ୍ରିୟା କିପରି ହୁଏ ଆପଣ ଜାଣିଛନ୍ତି କି?

ଭାରତ ଭଳି ଆମେରିକା ସଂସଦରେ ବି ଦୁଇଟି ସଦନ ରହିଛି। ପ୍ରଥମଟି ହାଉସ ଅଫ ରିପ୍ରେଜେଣ୍ଟେଟିଭ ଯାହାକୁ ପ୍ରତିନିଧି ସଭା ମଧ୍ୟ କୁହାଯାଏ। ଏହାର ସଦସ୍ୟ ସଂଖ୍ୟା ୪୩୫। ଅନ୍ୟ ସଦନ ସିନେଟରେ ୧୦୦ ଜଣ ସଦସ୍ୟ ରହିଥାନ୍ତି। ଏହା ବ୍ୟତୀତ ଆମେରିକାର ୫୧ତମ ରାଜ୍ୟ କଲମ୍ବିଆର ୩ ଜଣ ସଦସ୍ୟ ମଧ୍ୟ ଆସିଥାନ୍ତି। ଏଭଳି ଭାବେ ସଂସଦରେ ମୋଟ ୫୩୮ ସଦସ୍ୟ ରହିଥାନ୍ତି।

ତେବେ କିପରି ହୁଏ ଆମେରିକା ରାଷ୍ଟ୍ରପତି ନିର୍ବାଚନ? ଆମେରିକାର ସାଧାରଣ ଭୋଟରମାନେ ପ୍ରଥମେ ଭୋଟ ଦେଇ ଇଲେକ୍ଟରମାନଙ୍କୁ ନିର୍ବାଚିତ କରିଥାନ୍ତି। ପୂରା ଆମେରିକାରୁ ମୋଟ ୫୩୮ ଜଣ ଇଲେକ୍ଟର ନିର୍ବାଚିତ ହୋଇଥାନ୍ତି। ଏହି ଇଲେକ୍ଟରମାନେ ହିଁ ଆମେରିକାର ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ଭୋଟ ଦେଇଥାନ୍ତି। ଯେଉଁ ପ୍ରାର୍ଥୀଙ୍କୁ ୫୩୮ ଇଲେକ୍ଟରଙ୍କ ଭିତରୁ ୨୭୦ ଜଣ ଇଲେକ୍ଟରଙ୍କ ଭୋଟ ମିଳିଥାଏ। ସେହି ପ୍ରାର୍ଥୀ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥାନ୍ତି। ଅର୍ଥାତ, ଆମେରିକାର ଭୋଟରମାନେ ପରୋକ୍ଷ ଭାବେ ସେମାନଙ୍କର ରାଷ୍ଟ୍ରପତି ନିର୍ବାଚିତ କରିଥାନ୍ତି।

ଆମେରିକା ରାଷ୍ଟ୍ରପତି ହେବା ପାଇଁ ପ୍ରାର୍ଥୀଙ୍କ ଜନ୍ମ ଆମେରିକାରେ ହିଁ ହୋଇଥିବା ଆବଶ୍ୟକ। ସେ ୧୪ ବର୍ଷ ଦେଶରେ ବାସ କରିବା ଆବଶ୍ୟକ। ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୩୫ ବର୍ଷ ହୋଇଥିବା ଆବଶ୍ୟକ। ଏଥିସହ ପ୍ରାର୍ଥୀଙ୍କୁ ଇଂରାଜୀ ଭାଷା ଆସୁଥିବା ଆବଶ୍ୟକ। ରାଷ୍ଟ୍ରପତି ନିର୍ବାଚନ ୫୩୮ ଇଲେକ୍ଟର୍ସ କରିଥାନ୍ତି। ରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ ୨୭୦ ଇଲେକ୍ଟୋରଲ ମତ ହାସଲ କରିବା ଆବଶ୍ୟକ। ଆମେରିକା ଆଇନ ଅନୁସାରେ ରାଷ୍ଟ୍ରପତି ପଦ ପାଇଁ ଦୁଇଟି କାର୍ଯ୍ୟକାଳ ପରେ କୌଣସି ବ୍ୟକ୍ତି ତୃତୀୟ ଥର ପାଇଁ ନିର୍ବାଚନ ଲଢିପାରିବେ ନାହିଁ।

ଆମେରିକାରେ ପ୍ରତି ଚାରିବର୍ଷରେ ଥରେ ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ। ଆମେରିକା ସମ୍ବିଧାନ ଅନୁଯାୟୀ ଏହାର ସ୍ଥାୟୀ ଦିବସ ମଧ୍ୟ ଧାର୍ଯ୍ୟ କରାଯାଇଛି। ନଭେମ୍ବର ମାସର ପ୍ରଥମ ସୋମବାର ପରେ ପରବର୍ତ୍ତୀ ମଙ୍ଗଳବାର ଦିନ ହିଁ ଆମେରିକାରେ ନିର୍ବାଚନ ହୋଇଥାଏ। ଆମେରିକାରେ ଦ୍ୱି-ଦଳୀୟ ବ୍ୟବସ୍ଥା ଥିବାରୁ ସେଠାରେ ରିପବ୍ଲିକାନ ଓ ଡେମୋକ୍ରାଟିକ ନାମକ ଦୁଇଟି ଦଳ ପ୍ରାର୍ଥୀ ଦେଇଥାନ୍ତି। ଏହି ଦୁଇ ପ୍ରାର୍ଥୀଙ୍କ ମଧ୍ୟରୁ ଜଣକୁ ଇଲେକ୍ଟରାଲ କଲେଜ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥାନ୍ତି।

ଆମେରିକାରେ ନିର୍ବାଚନର ଦିନ ଓ ମାସ ସ୍ଥିରୀକୃତ ହୋଇ ରହିଛି। ଏଠାରେ ସବୁବେଳେ ନିର୍ବାଚନ ନଭେମ୍ବର ମାସର ପ୍ରଥମ ସୋମବାରର ପର ଦିନ ପଡୁଥିବା ମଙ୍ଗଳବାର ହିଁ ହୋଇଥାଏ। ମାତ୍ର ଏଠାରେ ୬୦ ଦିନ ପୂର୍ବରୁ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହି ଅବଧିରେ ଆମେରିକା ବାହାରେ ରହୁଥିବା ଲୋକେ ମଧ୍ୟ ଅନଲାଇନରେ ଭୋଟ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ମହିଳାଙ୍କୁ ସ୍ତ୍ରୀ ମାନ୍ୟତା ମିଳିବା ଆବଶ୍ୟକ: ହାଇକୋର୍ଟ

ଚେନ୍ନାଇ,୨୧ା୧: ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ଥିବା ମହିଳାଙ୍କୁ ଗାନ୍ଧର୍ବ ବିବାହ ବା ପ୍ରେମ ବିବାହ ଅନୁଯାୟୀ ସ୍ତ୍ରୀର ମାନ୍ୟତା ପ୍ରଦାନ ସହ ସୁରକ୍ଷା ଦିଆଯିବା ଆବଶ୍ୟକ। ଫଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri