Posted inଜାତୀୟ

ସରିଲା ପ୍ରଚାର: ରାହୁଲଙ୍କ ୨ ଗୁଣା ରାଲି କରିଥିଲେ ମୋଦି

ନୂଆଦିଲ୍ଲୀ, ୩୧।୫: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ଶନିବାର ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏଥିସହିତ ଲୋକ ସଭା ନିର୍ବାଚନର ପ୍ରଚାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀଙ୍କ ସମେତ ବିଭିନ୍ନ ଦଳର ନେତା ଶେଷ ଭାଗରେ ଜୋର୍‌ଦାର ପ୍ରଚାର କରିଥିଲେ। ସପ୍ତମ ପର୍ଯ୍ୟାୟରେ ୭ ରାଜ୍ୟ ଏବଂ ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଆସନରେ ମତଦାନ ହେବ।

ଏହି ପର୍ଯ୍ୟାୟରେ ୯୦୪ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଛନ୍ତି। ଉତ୍ତରପ୍ରଦେଶର ୧୩ ଲୋକ ସଭା ଆସନ ସମେତ ପଶ୍ଚିମବଙ୍ଗର ୯, ବିହାରର ୮, ଓଡ଼ିଶାର ୬, ହିମାଚଳପ୍ରଦେଶର ୪, ଝାଡ଼ଖଣ୍ଡର ୩ ଏବଂ ଚଣ୍ଡିଗଡ଼ର ଗୋଟିଏ ଆସନରେ ଶନିବାର ଭୋଟିଂ ହେବାକୁ ଯାଉଛି। ଜୁନ୍‌ ୪ରେ ଭୋଟଗଣନା କରାଯିବ। ଇତିମଧ୍ୟରେ ୬ ପର୍ଯ୍ୟାୟରେ ୨୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୮୬ ଆସନରେ ମତଦାନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୬୬.୧୪% ମତଦାନ ହୋଇଥିବାବେଳେ ଦ୍ୱିତୀୟରେ ୬୬.୧୭%, ତୃତୀୟରେ ୬୫.୬୮%, ଚତୁର୍ଥରେ ୬୯.୧୬%, ପଞ୍ଚମରେ ୬୨.୨% ଏବଂ ଷଷ୍ଠ ପର୍ଯ୍ୟାୟରେ ୬୩.୩୬% ମତଦାନ ହୋଇଥିଲା।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାଜପା ନେତାମାନେ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟର ନେତାମାନଙ୍କୁ ଦୁର୍ନୀତିଗ୍ରସ୍ତ, ହିନ୍ଦୁ ବିରୋଧୀ ଏବଂ ଲୁଟ୍‌, ତୁଷ୍ଟୀକରଣ ତଥା ବଂଶବାଦ ରାଜନୀତିରେ ସମ୍ପୃକ୍ତ ବୋଲି ଅଭିଯୋଗ କରିଥିଲେ। ମୋଦି ୨୦୬ ରାଲି ଓ ରୋଡ୍‌ଶୋ’ରେ ଯୋଗଦେଇ ଦଳ ପାଇଁ ପ୍ରଚାର କରିଥିଲେ। ଗୁରୁବାର ପଞ୍ଜାବର ହୋଶିଆରପୁରରେ ରାଲି ସହ ତାଙ୍କର ପ୍ରଚାର ଶେଷ ହୋଇଛି। ଏହା ପରେ ସେ ଗୁରୁବାର ସନ୍ଧ୍ୟାରେ ତାମିଲନାଡୁର କନ୍ୟାକୁମାରୀରେ ପହଞ୍ଚତ୍ ବିବେକାନନ୍ଦ ରକ୍‌ ସ୍ମାରକୀରେ ୨ ଦିନ ପାଇଁ ଧ୍ୟାନରେ ବସିଛନ୍ତି। ଭାଜପାର ବହୁ କେନ୍ଦ୍ରମନ୍ତ୍ରୀ ଓ ଏହି ଦଳ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ମାରାଥନ ପ୍ରଚାର କରିଥିଲେ।

୧୦୭ଟି ରାଲି ଓ ରୋଡ୍‌ଶୋ’ରେ ଯୋଗଦେଇଥିବାବେଳେ ତାଙ୍କ ଭଉଣୀ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୧୦୮ଟି ରାଲି ଓ ରୋଡ୍‌ଶୋ’ କରିଥିଲେ। ଭାଜପାକୁ ହରାଇ କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ମେଣ୍ଟକୁ କ୍ଷମତାକୁ ଆଣିବା ପାଇଁ ସେମାନେ ଜୋର୍‌ଦାର ଉଦ୍ୟମ କରିଥିଲେ। ଶେଷ ଦିନରେ ରାହୁଲ ପଞ୍ଜାବରେ ପ୍ରଚାର କରିଥିବାବେଳେ ପ୍ରିୟଙ୍କା ହିମାଚଳପ୍ରଦେଶର ସୋଲାନରେ ରୋଡ୍‌ଶୋ’ କରିଥିଲେ। ୨ ସପ୍ତାହ ହେଲା ପ୍ରିୟଙ୍କା ରାଏବରେଲିରେ ରହି ରାହୁଲଙ୍କ ପାଇଁ ପ୍ରଚାର କରିବା ସହ ଅମେଠିରେ ମଧ୍ୟ ପ୍ରଚାରର ମଙ୍ଗ ଧରିଥିଲେ।

ସେହିପରି କଂଗ୍ରେସରୁ ଖାର୍ଗେଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ପ୍ରଚାରକୁ ଜୋର୍‌ଦାର କରିଥିଲେ। ବିରୋଧୀ ଇଣ୍ଡିଆ ମେଣ୍ଟର ଅନ୍ୟ ପ୍ରମୁଖ ନେତାମାନେ ମଧ୍ୟ ବିଭିନ୍ନ ରାଜ୍ୟରେ ରାଲି କରି ସେମାନଙ୍କ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗିଥିଲେ। ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅନ୍ତରୀଣ ଜାମିନରେ ଆସି ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ପାଇଁ ଜୋର୍‌ଦାର ପ୍ରଚାର କରିଥିଲେ। ସେ ୬୭ଟି ରାଲି ଓ ରୋଡ୍‌ ଶୋ’ରେ ଭାଗ ନେଇଥିଲେ। ଶେଷ ଦିନରେ ସେ ପଞ୍ଜାବର ୧୩ ଆସନରେ ଆପ୍‌ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ଭୋଟରମାନଙ୍କୁ ଅପିଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri