ପୌର ନିର୍ବାଚନ ପାଇଁ ଜମୁଛି ପ୍ରଚାର

କେନ୍ଦୁଝର,୧୫।୩(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଆରମ୍ଭ ହୋଇଛି। ମଙ୍ଗଳବାର ବିଜେଡି ଅଧ୍ୟକ୍ଷା ପ୍ରାର୍ଥନୀ ଅର୍ଚ୍ଚନା ରାଉତ ଏବଂ ୧୫ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥୀ ଭଗବାନ ନାଏକ ସମର୍ଥକଙ୍କ ସହ ମାଧପୁର ଅଞ୍ଚଳରେ ଘରକୁ ଘର ବୁଲି ପ୍ରଚାର କରି ଭୋଟ ମାଗୁଥିବା ଦେଖିବାକୁ ମିଳିଛି। ପ୍ରଚାର ବେଳେ କେନ୍ଦୁଝରଗଡ ପୌରପାଳିକାର ସାମଗ୍ରିକ ବିକାଶ ଏବଂ ଲୋକଙ୍କ ସମସ୍ୟା ଦୂର କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଅଧ୍ୟକ୍ଷା ପ୍ରାର୍ଥିନୀ ଅର୍ଚ୍ଚନା ରାଉତ କହିଛନ୍ତି।