ପୌର ନିର୍ବାଚନ ପାଇଁ ଜମୁଛି ପ୍ରଚାର

କଟକ ଅଫିସ, ୧୨ା୩: ପୌର ନିର୍ବାଚନ ପାଇଁ ସରଗରମ ହୋଇଛି କଟକ ସହର। ଆସନ୍ତା ୨୪ ତାରିଖରେ ଭୋଟ ଗ୍ରହଣ। ହାତରେ ଆଉ ଅଳ୍ପଦିନ ବାକି ଥିବାବେଳେ ପ୍ରାର୍ଥୀମାନେ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ବିଶେଷକରି ଘର ଘର ବୁଲି ଭୋଟରଙ୍କ ପାଖରେ ପହଞ୍ଚିବା ସହ ନିଜ ସପକ୍ଷରେ ଭୋଟ ଦେବା ପାଇଁ ନିବେଦନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର କଂଗ୍ରେସ, ଭାଜପା ଏବଂ ଏସ୍‌ୟୁସିଆଇ(ସି)ର ମେୟର ପ୍ରାର୍ଥୀ ଘର ଘର ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା।
କଂଗ୍ରେସର ମେୟର ପ୍ରାର୍ଥିନୀ ଗିରିବାଳା ବେହେରା କଟକ ମହାନଗର ନିଗମ(ସିଏମ୍‌ସି)ର ୪୦, ୪୧ ନମ୍ବର ୱାର୍ଡରେ ପ୍ରଚାର କରିଛନ୍ତି। ସେ କର୍ପୋରେଟର ପ୍ରାର୍ଥିନୀ ସ୍ବର୍ଣ୍ଣପ୍ରଭା ପଶାୟତଙ୍କ ସହ ମିଶି ମଲ୍ଲାସାହି, ଟିଣପିଟା ସାହି, ମାଳିସାହି, ଯୋବ୍ରା, ମଝିସାହି, ରେହମାନ ଛକ, ପାରେଶ୍ୱର ସାହିରୁ ମାଛ ମାର୍କେଟ ଆଦି ଅଞ୍ଚଳରେ ପଦଯାତ୍ରା କରିଥିଲେ। ଏଥିସହ ୱାର୍ଡ ଅଞ୍ଚଳର ମୌଳିକ ସମସ୍ୟାରେ ସୁଧାର ଆଣିବା, ସିଏମ୍‌ସିକୁ ଦୁର୍ନୀତି ମୁକ୍ତ ଓ ସମୃଦ୍ଧ କରି ଗଢିବା ପାଇଁ କହି ଲୋକମାନଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, ଜଗଦୀଶ ମହାନ୍ତି, ତ୍ରିଲୋଚନ ମହାନ୍ତି, ନିକୁଞ୍ଜ ପଶାୟତ, ବିଶ୍ୱଜିତ୍‌ ଦାସ, ସତ୍ୟାନନ୍ଦ ରାଉତ, ଡ. କସ୍ତୁରୀ ଖଟାଇ, ସିପିଆଇ ଜିଲା ସମ୍ପାଦକ ଅମରେନ୍ଦ୍ର ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।
ସେହିପରି ଭାଜପା ମେୟର ପ୍ରାର୍ଥୀ ଶ୍ରୀତମ ଦାସ ସିଏମ୍‌ସିର ୭, ୧୭, ୧୯, ୨୫, ୩୩ ନମ୍ବର ୱାର୍ଡରେ ପ୍ରଚାର କରିଥିଲେ। ଏହି ପ୍ରଚାରରେ ୭ ନଂ. ୱାର୍ଡର କର୍ପୋରେଟର ପ୍ରାର୍ଥୀ ସ୍ନେହମଞ୍ଜରୀ ମହାନ୍ତି, ୨୫ନଂ. ୱାର୍ଡର ପ୍ରାର୍ଥୀ ନିତାଇ ନନ୍ଦ, ୩୩ ନଂ. ୱାର୍ଡର ପ୍ରାର୍ଥୀ ଆର୍ଯ୍ୟକନ୍ୟା ମହାରଣା, ୧୯ ୱାର୍ଡର ପ୍ରାର୍ଥୀ ୱାଇ. ୱାଣି, ୧୭ନଂ. ୱାର୍ଡର ପ୍ରାର୍ଥୀ ସୀମାରାଣୀ ସିଂ ନିଜ ୱାର୍ଡରେ ଶ୍ରୀତମଙ୍କ ସହ ମିଶି ପ୍ରଚାର କରିଥିଲେ। ଏହି ପ୍ରଚାରରେ କଟକ ନଗର ଜିଲା ସଭାପତି ଲଲାଟେନ୍ଦୁ ବଡୁ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ ପ୍ରମୁଖ ସାମିଲ ହୋଇଥିଲେ।
ଏସ୍‌ୟୁସିଆଇ(ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟ ମହାନଦୀ ବିହାର ଅଞ୍ଚଳରେ ଘର ଘର ବୁଲି ପ୍ରଚାର କରିଥିଲେ। ସହରରେ ଥିବା ବିଭିନ୍ନ ସମସ୍ୟା ଦୂର କରିବା ପାଇଁ କହିବା ସହ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri