କାମ୍ବୋଡିଆ-ଥାଇଲାଣ୍ଡ

କିଛି ବର୍ଷ ହେବ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଯୁଦ୍ଧ ଓ ସଂଘର୍ଷ ଲାଗି ରହିଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଚାଲିଥିବା ବେଳେ ମଧ୍ୟପ୍ରାଚ୍ୟରେ ଇସ୍ରାଏଲ-ହମାସ ଓ ପରେ ଇସ୍ରାଏଲ-ଇରାନ ଯୁଦ୍ଧ ନୂଆ ସମୀକରଣ ସୃଷ୍ଟି କରିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ମେ’ ୨୦୨୫ରେ ୪ ଦିନିଆ ଯୁଦ୍ଧ ଆମେ ଅନିଶା କରିଛେ। ନଗଦ ଘଟଣାକୁ ଦେଖିଲେ ସାମ୍ନାକୁ ଆସିଛି କାମ୍ବୋଡିଆ-ଥାଇଲାଣ୍ଡ ଯୁଦ୍ଧ। ଦକ୍ଷିଣ ପୂର୍ବ ଏସିଆ ଦେଶ କାମ୍ବୋଡିଆ। ଏହା ପ୍ରାଚୀନ ମନ୍ଦିର ଓ ସୂକ୍ଷ୍ମ କାରୁକାର୍ଯ୍ୟରେ ପରିପୂର୍ଣ୍ଣ। ଅନ୍ୟପକ୍ଷରେ ଏହାର ଉତ୍ତର ପଶ୍ଚିମାଞ୍ଚଳରେ ପଡ଼ୋଶୀ ଥାଇଲାଣ୍ଡ। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ଏହା ବିଶ୍ୱର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଚିତ। ଦୁଇ ଦେଶ ମଧ୍ୟରେ ସୀମାକୁ ନେଇ ଶତାବ୍ଦୀ ବ୍ୟାପୀ ବିବାଦ ରହିଆସିଛି। ୮୦୦ କିଲୋମିଟର ଦୀର୍ଘ ସୀମା ଘଞ୍ଚ ଜଙ୍ଗଲ ଯୋଗୁ ଦୁର୍ବଳ ଭାବେ ଚିହ୍ନଟ ହୋଇଥିବାରୁ ଦୁଇ ଦେଶ ପରସ୍ପର ଆଡ଼କୁ ମାଡ଼ି ଆସୁଛନ୍ତି। ବିଶେଷକରି ଖେମର ସାମ୍ରାଜ୍ୟ ବେଳେ ଦୁଇ ଦେଶର ସୀମାନ୍ତ ଅଞ୍ଚଳରେ ନିର୍ମିତ ପ୍ରେହ ଭିହିୟାର ମନ୍ଦିର ଓ ତା’ର ପାଶ୍ୱବର୍ତ୍ତୀ ଅଞ୍ଚଳକୁ ନେଇ ସଂଘର୍ଷ ଏବେ ଜୋର ଧରିଛି। ୧୯୬୨ରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ) ଏହା ଉପରେ କାମ୍ବୋଡିଆର ମାଲିକାନା ଥିବା ନେଇ ରାୟ ଦେଇଥିଲେ। କିନ୍ତୁ ଥାଇଲାଣ୍ଡ ଉକ୍ତ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳ ନିଜର କହି ଐତିହାସିକ ମାନଚିତ୍ର ଓ କାଗଜପତ୍ରର ପ୍ରମାଣ ଦର୍ଶାଇ ଚାଲିଛି, ଯଦ୍ଦ୍ବାରା ଦୁଇ ଦେଶ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳ ବିବାଦର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଯାଇଛି। ଏବର ସଂଘର୍ଷକୁ ଦେଖିଲେ ପରସ୍ପର ସୀମା ମାଡ଼ିବସିବାକୁ କେନ୍ଦ୍ର କରି ଦୁଇ ଦେଶର ସେନା ଗତ ୪ ଦିନ ହେବ ଯୁଦ୍ଧରେ ଲିପ୍ତ ରହିବାରୁ ୩୪ ଜଣଙ୍କ ପ୍ରାଣହାନି ଘଟିଛି, ଯେଉଁଥିରେ ଅଧିକାଂଶ ନାଗରିକ ଥିବା କୁହାଯାଉଛି। ଏଥିରେ ୧,୩୦,୦୦୦ ଲୋକ ବାସଚ୍ୟୁତ ହୋଇସାରିଲେଣି। ଜୁଲାଇ ୨୪ରେ ସୀମାନ୍ତ ଅଞ୍ଚଳରେ ବିସ୍ପୋରଣ ଘଟିବାରୁ ୫ ଜଣ ଥାଇ ସୈନ୍ୟଙ୍କ ମୃତ୍ୟୁ ଘଟିବା ପରେ ସଂଘର୍ଷ ବ୍ୟାପକ ହୋଇଥିଲା। ଜୁଲାଇ ୨୫ରେ ଏହି ପ୍ରସଙ୍ଗ ଜାତିସଂଘରେ ଆଲୋଚନା ହୋଇଥିବା ବେଳେ ଦୁଇ ଦେଶ ପରସ୍ପରକୁ ଦାୟୀ କରୁଛନ୍ତି। ଥାଇଲାଣ୍ଡ ରାଷ୍ଟ୍ରଦୂତ ଚେର୍ଡଚାଇ ଚାଇଭାଇଭିଡ୍‌ କହିଛନ୍ତି, କାମ୍ବୋଡିଆ ତାଙ୍କ ଅଞ୍ଚଳକୁ ମାଡ଼ି ଆସିବାରୁ ଏଭଳି ସ୍ଥିତି ଉପୁଜିଛି। ଅନ୍ୟପକ୍ଷରେ କାମ୍ବୋଡିଆ ମଧ୍ୟ ଥାଇଲାଣ୍ଡ ବିରୋଧରେ ସମାନ ଅଭିଯୋଗ ଆଣିଛି। ଏଭଳି ସ୍ଥଳେ ଜାତିସଂଘ ଦୁଇ ରାଷ୍ଟ୍ରକୁ ସଂଯମ ରକ୍ଷା କରି ଆଲୋଚନାକୁ ଆସିବା ଲାଗି ପରାମର୍ଶ ଦେଇଛି।
ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଚିରାଚରିତ ଶୈଳୀରେ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଆଗେଇ ଆସିଛନ୍ତି। ଉଭୟ ଦେଶ ତୁରନ୍ତ ଯୁଦ୍ଧ ବନ୍ଦ କରିବା ଲାଗି ସେ ଆହ୍ବାନ ଦେଇଛନ୍ତି। ସେମାନେ ଯୁଦ୍ଧ ବନ୍ଦ ନ କଲେ ଆମେରିକା ସେମାନଙ୍କ ସହିତ ବାଣିଜ୍ୟ ଚୁକ୍ତି କରିବ ନାହିଁ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଏ ନେଇ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ୍‌ ମନେଟ ଏବଂ ଥାଇଲାଣ୍ଡ କାମଚଳା ପ୍ରଧାନମନ୍ତ୍ରୀ ଫୁମ୍‌ତାମ ଓ୍ବେଚେୟାଚାଇଙ୍କ ସହ ସେ କଥା ହେବେ ବୋଲି ୨୬ ଜୁଲାଇରେ କହିଥିଲେ। ଏହା କହିବା ପରେ କାକତାଳୀୟ ନ୍ୟାୟରେ ଦୁଇ ଦେଶ ଆଲୋଚନା ଟେବୁଲରେ ବସିବା ପାଇଁ ସଙ୍କେତ ଦେଇଥିବା ଖବର ମିଳିଛି। ଏହା ନିଶ୍ଚିତ ଭାବେ ପଡ଼ୋଶୀ ଦେଶର ସୈନ୍ୟ ଓ ନାଗରିକଙ୍କ ପାଇଁ ଏକ ସକାରାତ୍ମକ ଖବର। ଏଠାରେ ମନେପକାଇ ଦିଆଯାଇପାରେ ଯେ, ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ଭାରତୀୟ ଓ ଜଣେ ନେପାଳୀ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିଲା। ପରେ ଭାରତ ପକ୍ଷରୁ ପାକିସ୍ତାନ ଉପରେ ‘ଅପରେଶନ ସିନ୍ଦୂର’ କରାଯାଇଥିଲା। ଫଳରେ ଦୁଇ ଦେଶ ମଧ୍ୟରେ ୪ ଦିନ ଧରି ଯୁଦ୍ଧ ଲାଗିଥିଲା। ଟ୍ରମ୍ପ୍‌ଙ୍କ ହସ୍ତକ୍ଷେପ ଯୋଗୁ ଯୁଦ୍ଧବିରତି ହୋଇଥିବା ନେଇ କୁହାଯାଇଥିଲା। ଅନୁରୂପ ଘଟଣା କାମ୍ବୋଡିଆ-ଥାଇଲାଣ୍ଡ ମଧ୍ୟରେ ଦେଖାଦେବା ପରେ ଟ୍ରମ୍ପ୍‌ଙ୍କ ଶାନ୍ତି ବୁଝାମଣା ପାଇଁ ସବୁଥିରେ ହସ୍ତକ୍ଷେପ ଆଲୋଚନାର ବିଷୟ ହୋଇଛି। ହୁଏତ ଟ୍ରମ୍ପ୍‌ ଏସବୁଥିରେ ଆମେରିକାକୁ ସୁହାଉଥିବା ବାଣିଜ୍ୟ ଚୁକ୍ତିକୁ ଆଖି ଆଗରେ ରଖୁଛନ୍ତି। ଅନ୍ୟପକ୍ଷେ ନୋବେଲ ଶାନ୍ତିକୁ ଅନିଶା କରି ସେ ସବୁ ଦ୍ୱନ୍ଦ୍ୱ ଭିତରେ ନିଜକୁ ସାମିଲ କରି ଶାନ୍ତି ବାର୍ତ୍ତାର ଜ୍ଞାନ ବାଣ୍ଟୁଛନ୍ତି। ହୁଏତ କାମ୍ବୋଡିଆ ଓ ଥାଇଲାଣ୍ଡ ଏହି ମୁହୂର୍ତ୍ତରେ ସଂଘର୍ଷ ବଢ଼ାଇବାକୁ ଚାହୁଁ ନ ଥାଇ ପାରନ୍ତି। ତେବେ ଏହି ସମୟରେ ଟ୍ରମ୍ପ୍‌ଙ୍କ ହସ୍ତକ୍ଷେପ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ବାଟ ଫିଟାଇ ଥାଇପାରେ ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri