ଠାକୁରାଣୀ ଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ

ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ମା’ଠାକୁରାଣୀ ମନ୍ଦିର କମିଟି ପକ୍ଷରୁ ଶୁକ୍ରବାର ଡୁଲୁରୀଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିଟିର ତଥା ବଣିକ ସଂଘର ସଭାପତି ଲଡ଼ୁ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଭଗବାନ ସାହୁ ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ସରପଞ୍ଚ ତଥା କାର୍ଯ୍ୟକାରୀ ସଭାପତି ଚନ୍ଦ୍ରିକା ମଲିକ ଯୋଗଦେଇଥିବାବେଳେ ଅନ୍ୟତମ ଅତିଥି ଭାବେ ଭାଜପା ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ, ଜଳେଶ୍ୱର ବାବା ବୋଲବମ୍‌ ସଂଘର ସଭାପତି ପ୍ରଦୀପ କୁମାର ସାହୁ ଭାଗବତ ଟୁଙ୍ଗିର ସଭାପତି ସରୋଜ ସାହୁ, ଟୁକୁନା ସାହୁ, ପ୍ରମୋଦ ସାହୁ ମଣ୍ଟୁ ସାହୁ ପ୍ରମୁଖ ଯୋଗ ଦେଇ ମା’ଠାକୁରାଣୀଙ୍କ ମନ୍ଦିର ଅର୍ଦ୍ଧ ନିର୍ମିତ ରହିଛି ତାକୁ କିଭଳି ସମ୍ପୂର୍ଣ୍ଣ କରାଯିବା ସହ ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯିବା ସହ ଦୈନିକ ଭୋଗ ଲାଗି କରାଯିବା ଆଦି ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ବଡ଼ ଧୂମ୍‌ଧାମରେ ଏହି ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପୁଣି ଆଗାମୀ ୩ ବର୍ଷ ପରେ ଏହି ଯାତ୍ରା କିଭଳି ବଡ଼ ଧୂମ୍‌ଧାମରେ ପାଳନ କରାଯିବ ଓ ଯୁବପିଢ଼ି ଏହାକୁ କିଭଳି ଆଗକୁ ନେବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ଲୋକ ଯୋଗଦାନ କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ପରେ ଘରୁ ବାହାରି ପାରୁନାହାନ୍ତି ଲୋକେ

ରାଇକିଆ,୧୫ା୩(ପ୍ରଦୀପ ବେହେରା/ଚିନ୍ମୟ ସେଠୀ): କନ୍ଧମାଳ ଜିଲା ରାଇକିଆ, ଜି.ଉଦୟଗିରି ଓ ପାବୁରିଆ ଅଞ୍ଚଳରେ ଦନ୍ତାହାତୀକୁ ନେଇ ଭୟର ବାତାବରଣ ଦେଖାଦେଇଛି। ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ…

କାଳ ବୈଶାଖୀର ପ୍ରଭାବରେ ଆଜବେଷ୍ଟସ ଉଡିବା ଘଟଣା: ରାଜସୱ ନିରୀକ୍ଷକ କଲେ କ୍ଷୟକ୍ଷତି ଆକଳନ

ଦାରିଙ୍ଗବାଡି,୧୫।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତର ଦୁର୍ଗମ ଗ୍ରୁତୁବାଡି ଗ୍ରାମରେ ଶନିବାର ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ଗୋଷ୍ଠୀ ଗୃହ ସମେତ…

ଅସହ୍ୟ କଲାଣି ଚୋରା ମଦ କାରବାର: ଦଣ୍ଡିମା, ସିମନବାଡିରେ ଅବାଧରେ ଚାଲିଛି ବ୍ୟବସାୟ 

ଦାରିଙ୍ଗବାଡି,୧୫।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦକାରବାର ବଢିବାରେ ଲାଗିଛି ।ବିଶେଷ କରି ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଅଞ୍ଚଳରେ…

ଦାରିଙ୍ଗବାଡ଼ିରେ କାଳବୈଶାଖୀର ତାଣ୍ଡବ: ଉଡ଼ିଗଲା ଏକାଧିକ ଘରର ଆଜବେଷ୍ଟସ, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ…

ଦାରିଙ୍ଗବାଡ଼ି, ୧୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବାଡାବାଙ୍ଗା ପଞ୍ଚାୟତର ଦୁର୍ଗମ ଗ୍ରୁତୁବାଡ଼ି ଗ୍ରାମରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି।…

କାମ ସାରି ଫେରୁଥିବାବେଳେ ଦଳିଦେଲା ହାତୀ: ୧୨ ଘଣ୍ଟାରେ ୩ ଜଣଙ୍କ ଗଲା ଜୀବନ

ଜି.ଉଦୟଗିରି/ରାଇକିଆ,୧୪/୩(ଚିନ୍ମୟ କୁମାର ସେଠୀ/ପ୍ରଦୀପ ବେହେରା): କନ୍ଧମାଳ ଜିଲା ଜି.ଉଦୟଗିରି ଓ ରାଇକିଆ ବ୍ଲକରେ ହାତୀ ଉପଦ୍ରବକୁ ନେଇ ଆତଙ୍କ ଦେଖା ଦେଇଛି । ଗତ କାଲି ସନ୍ଧ୍ୟାରୁ…

ପେଟାପାଙ୍ଗା ଗ୍ରାମ ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣ: ୨ ମୃତ

ରାଇକିଆ/ଜି.ଉଦୟଗିରି,୧୩/୦୩(ପ୍ରଦୀପ ବେହେରା/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମ ଡ. ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ…

ପାଟ୍ଟଖଣ୍ଡା ମନ୍ଦିରର ଖୋଲିଲା ହୁଣ୍ଡି: ବାହାରିଲା ସୁନା-ରୁପା ସହ ଏତିକି ଟଙ୍କା

ଦାରିଙ୍ଗବାଡି,୧୩।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ରହିଥିବା ମା’ ପଟ୍ଟାଖଣ୍ଡାଙ୍କ ପୀଠରେ ଗୁରୁବାର ହୁଣ୍ଡି ଖୋଲାଯାଇଛି। ଅନେକ ସମୟରେ ଶ୍ରଦ୍ଧାଳୁମାନେ ହୁଣ୍ଡିରେ ଦେଇଥିବା ଦାନ ଅର୍ଥ…

ଭୁଶୁଡୁଛି ମାଓବାଦୀଙ୍କ ଗଡ଼, ଏକାଥରେ ଆତ୍ମସମର୍ପଣ କଲେ ୧୦ ଦୁର୍ଦ୍ଦାନ୍ତ….

ଫୁଲବାଣୀ,୧୧।୩(ରାକେଶ କୁମାର ରାଉତ): ଫୁଲବାଣୀ ରିଜର୍ଭ ପୋଲିସ୍ ପଡ଼ିଆରେ ଆତ୍ମସମର୍ପଣ କଲେ ୧୦ ମାଓବାଦୀ  । ପାଖେଇ ଆସୁଛି ମାର୍ଚ୍ଚ ୩୧ ତାରିଖ। ସେପଟେ କେନ୍ଦ୍ର ସ୍ବରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri