ଗଣତନ୍ତ୍ରକୁ ସୃଦୃଢ଼ କରିବା ପାଇଁ ଆହ୍ବାନ ଦେଲେ ଆଇକନ ଶୁଭ୍ରାଂଶୁ ସେନାପତି

କେନ୍ଦୁଝର,୧୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦୁଝର ଜିଲାର ଭୋଟରମାନଙ୍କୁ ସଚେତନ କରାଇବା ପାଇଁ କେନ୍ଦୁଝର ଜିଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଆଇକନ ଭାବେ ନିଯୁକ୍ତ ହୋଇଥିବା ଅନ୍ତର୍ଜାତୀୟ ସୁନାମଧନ୍ୟ କ୍ରିକେଟର ଶୁଭ୍ରାଂଶୁ ସେନାପତି ଶନିବାର ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଆସନ୍ତା ମେ’ ୨୫ରେ ଅନୁଷ୍ଠିତ ହେବାକୁ ଥିବା ଏକକାଳୀନ ଲୋକ ସଭା ଓ ବିଧାନସଭା ନିର୍ବାଚନରେ ଅଧିକରୁ ଅଧିକ ମତଦାନ ପାଇଁ ଭୋଟରଙ୍କୁ ସଚେତନ କରିଥିଲେ। ପ୍ରଥମେ ସ୍ଥାନୀୟ ଜନଜାତି ଗବେଷଣା କେନ୍ଦ୍ର ଗସ୍ତ କରିବା ପରେ ଶଙ୍କରପୁରସ୍ଥିତ ସ୍ପୋଟର୍‌ସ କମ୍ପ୍ଲେକ୍ସ ଯାଇଥିଲେ। ପରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍‌ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ସେ ଜିଲାବାସୀଙ୍କ ଉଦ୍ଦେଶ୍ୟରେ ମତଦାନର ଗୁରୁତ୍ୱକୁ ନିଜ ବାର୍ତ୍ତା ମାଧ୍ୟମରେ ପ୍ରଦାନ କରିଥିଲେ ।

ନୂଆ ଦାୟିତ୍ୱ ଗ୍ରହଣ ମିଳିବା ପରେ ସେନାପତି ପ୍ରତିକ୍ରିୟା ରଖି କହିଛନ୍ତି,‘ରାଷ୍ଟ୍ର ନିର୍ମାଣରେ ଯୁବଗୋଷ୍ଠୀଙ୍କର ପ୍ରମୁଖ ଭୂମିକା ରହିଛି । ମୁଁ ଓ ମୋର ପରିବାର ସର୍ବଦା ଭୋଟ୍‌ ଦେଇଥାଉ । ଏହା ଆମର ଦାୟିତ୍ୱ ଯାହାକୁ କେବେ ଅଣଦେଖା କରିବା କଥା ନୁହେଁ । କ୍ରିକେଟ ମ୍ୟାଚ୍‌ରେ ଯେପରି ଦଳ ଜିତିବା ପାଇଁ ସମସ୍ତ ୧୧ ଜଣ ଖେଳାଳିଙ୍କୁ ନିଜ ନିଜ ଅବଦାନ ରଖିବାକୁ ପଡ଼ିଥାଏ ସେହିଭଳି ଆମ ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ଆମ ସମସ୍ତଙ୍କୁ ନିଜ ନିଜ ଅବଦାନ ଭୋଟ ଦାନ କରି ରଖିବାକୁ ପଡ଼ିବ। ଗଣମାଧ୍ୟମ ପ୍ରତିନିଧିମାନଙ୍କ ମାଧ୍ୟମରେ ସମଗ୍ର କେନ୍ଦୁଝର ଜିଲାର ଭୋଟରମାନଙ୍କୁ ନିଜ ନିଜର ମତଦାନ ସାବ୍ୟସ୍ତ କରିବାକୁ ନିବେଦନ କରିଥିଲେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଯଦୁମଣି ମହଲା, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲାପାଳ ତ୍ରିଲୋଚନ ମହାନ୍ତି, କେନ୍ଦୁଝର ସଦର ବ୍ଲକ ବିଡିଓ ତିଳୋତ୍ତମା ପୃଷ୍ଟି ଓ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରୁ ୩ କ୍ରସ ଭୋଟିଂ: AICCକୁ ଜଣାଇ ଦିଆଯାଇଛି କହିଲେ ଭକ୍ତ

ଭୁବନେଶ୍ୱର,୧୬।୩: କଂଗ୍ରେସରୁ ୩ କ୍ରସ ଭୋଟିଂ ହୋଇଛି ଏ ନେଇ କହିଲେ ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ରମେଶ, ସୋଫିଆ, ଦାଶରଥି କ୍ରସ ଭୋଟିଂ…

ଜଲଓ୍ବା ଦେଖାଇଲେ ପ୍ରିୟଙ୍କା ଚୋପ୍ରା: ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ…

୯୮ତମ ଓସ୍କାର ପୁରସ୍କାର ଉତ୍ସବରେ ବଲିଉଡର ଜଲଓ୍ବା ଦେଖାଇଛନ୍ତି ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା। ଯଦିଓ ତାଙ୍କର କୌଣସି ଚଳଚ୍ଚିତ୍ର ପୁରସ୍କାର ଜିତି ନ ଥିଲା କିନ୍ତୁ…

୨୦୦୮ ରୁ ୨୦୨୬ ପର୍ଯ୍ୟନ୍ତ…, IPL ରୁ ମୋଟ କେତେ ରୋଜଗାର କରିଛନ୍ତି ବିରାଟ କୋହଲି? ଜାଣିଲେ ଆଶ୍ଚର୍ଯ୍ୟହେବେ

ନୂଆଦିଲ୍ଲୀ,୧୬।୩: IPL 2026 ଆରମ୍ଭ ହେବାକୁ ଆଉ ମାତ୍ର ୧୨ ଦିନ ବାକି ଥିବା ବେଳେ, ଏହି ଟୁର୍ଣ୍ଣାମେଣ୍ଟ କ୍ରିକେଟ ମହଲରେ ଆଲୋଚନାର ଏକମାତ୍ର ବିଷୟ ପାଲଟିଛି।…

ରାସ୍ତାରେ ଅଚଳ ୧୦୮ ଆମ୍ବୁଲାନ୍ସ, ପ୍ରସବ ବେଦନାରେ ଛଟପଟ ଆସନ୍ନ ପ୍ରସବା

ନନ୍ଦପୁର/ପାଡୁଆ୧୬।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ସାରିଆପାଲି ଗାଁରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି।…

ଯୁଦ୍ଧ ମଧ୍ୟରେ ଭାରତକୁ ମିଳିଗଲା ବଡ଼ ରାସ୍ତା: ମାରିନେଲା ବାଜି

ନୂଆଦିଲ୍ଲୀ,୧୬।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ଘରୋଇ ଗ୍ୟାସ ଅଭାବ ମଧ୍ୟରେ ନୂଆଦିଲ୍ଲୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛି। ଏକ ଆର୍ଥିକ…

ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଆକାଉଣ୍ଟାଣ୍ଟ, ୬ହଜାର ଟଙ୍କା ଲାଞ୍ଚ ଦାବି….

ବରଗଡ଼,୧୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ରଜନୀକାନ୍ତ କର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

ପ୍ରଯୁକ୍ତିବିଦ୍ୟାର ଚମତ୍କାର! ChatGPT ବ୍ୟବହାର କରି ତିଆରି କଲେ କ୍ୟାନ୍ସର ଟିକା, ନୂଆ ଜୀବନ ପାଇଲା କୁକୁର

ନୂଆଦିଲ୍ଲୀ,୧୬ା୩: କୃତ୍ରିମ ବୁଦ୍ଧିମତ୍ତା ଆଉ କେବଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୀମିତ ନୁହେଁ; ଏହା ବର୍ତ୍ତମାନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ନୂତନ ଚମତ୍କାର ପ୍ରଦର୍ଶନ କରୁଛି ।…

ଭାଗବଣ୍ଟା ସମୟରେ ଚଢ଼ାଉ କଲା ବନ ବିଭାଗ, ବାର୍‌ହା ମାଂସ ଜବତ ସହ ଶିକାରୀଙ୍କୁ…

ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପୋଇପାଣି ବିଟ୍‌ କୁମୁଳାବାହାଳୀ ଗାଁ ନିକଟ ପୋଇପାଣି ଜଙ୍ଗଲରେ ରବିବାର ରାତିରେ ବନ ବିଭାଗ ଚଢାଉ କରି ବାର୍‌ହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri