ଘରୁ ଡାକନେଇ ମାରିଥିଲେ: ୩ ଅଭିଯୁକ୍ତ ଗିରଫ

ଆସିକା,୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅଧୀନ ବଡବୋରସିଙ୍ଗି-ଖାରିଗୁଡା ରାସ୍ତାରେ ଗତ ୧୪ତାରିଖ ରାତିରେ କାଳିଆଗୁଡା ଗ୍ରାମର ଅମର ରାଉତଙ୍କୁ ଘରୁ ଡାକିନେଇ ହତ୍ୟା କରାଯାଇଥିଲା। ପୋଲିସ ଏହି ମାମଲାର ୩ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ ବଡବୋରସିଙ୍ଗି ଗ୍ରାମର ବିକାଶ ବିଷୋୟୀ, ରୋହିତ ସ୍ବାଇଁ ଓ ଜଗନ୍ନାଥ ସ୍ବାଇଁ। ଅପରାହ୍ନରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ବଡବୋରସିଙ୍ଗିର ସୌମ୍ୟରଞ୍ଜନ ମହାପାତ୍ର, ସୁରେଶ କୁମାର ଭୋଳ ଓ ଦୀପକ କୁମାର ପ୍ରଧାନଙ୍କୁ ପୋଲିସ ଗିରଫ କରିଥିଲା।

ସୂଚନାଯୋଗ୍ୟ, ଘଟଣାଦିନ ରାତିରେ ଅମର ତାଙ୍କର ଜଣେ ସହଯୋଗୀ ଶିବରାମଙ୍କ ସହ ଘରେ ବସିଥିବା ବେଳେ ଅଭିଯୁକ୍ତମାନେ ଘରୁ ଡାକିନେଇ ନିର୍ଧୁମ ମାଡ ମାରି ହତ୍ୟା କରିଥିଲେ।