ପ୍ରାର୍ଥୀ ଚୟନ ନେଇ ଅଙ୍କକଷା

ସୁୁନ୍ଦରଗଡ଼,୧୫।୧(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଘୋଷଣା ପରେ ସୁନ୍ଦରଗଡ଼ ଜିଲାର ଗ୍ରାମାଞ୍ଚଳରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏପଟେ କରୋନା ସଂକ୍ରମଣ ବୃଦ୍ଧିରେ ଏହି ଜିଲା ଶୀର୍ଷରେ ରହୁଥିବାବେଳେ ଗାଁଗାଁରେ ଏବେ ପଞ୍ଚାୟତ ନିର୍ବାଚନକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏପଟେ କରୋନା କଟକଣା ମଧ୍ୟରେ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନରଙ୍କ ଘୋଷଣାକୁ କଡାକଡି ପାଳନ ପାଇଁ ପ୍ରଶାସନ ପକ୍ଷରୁ ସବୁପ୍ରକାର ବନ୍ଦୋବସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସୋମବାର ଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ସରପଞ୍ଚ, ସମିତି ସଭ୍ୟ, ଓ୍ବାର୍ଡସଭ୍ୟ ଓ ଜିଲା ପରିଷଦ ସଭ୍ୟ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ବେଶ ତପତ୍ରତା ପ୍ରକାଶ ପାଇଛି। ଅନ୍ୟପଟେ ଜିଲା ପରିଷଦ ଦଖଲ ପାଇଁ ବିଭିନ୍ନ ରାଜନୈତିକ ଦଳ କିଭଳି ଗୋଟି ଚାଳନା କରିବେ ଓ ସାମ୍ଭାବ୍ୟ ପ୍ରାର୍ଥୀ ଚୟନ ସକାଶେ ଅଙ୍କକଷା ଆରମ୍ଭ କରିଦେଇଛନ୍ତି। କେଉଁ ପ୍ରାର୍ଥୀଙ୍କୁ କେଉଁଠାରୁ ପ୍ରାର୍ଥୀ କରି ଦଳ ବିଜୟର ଧ୍ୱଜା ଉଡାଇ କ୍ଷମତା ଦାଖଲ କରିବ ସେ ନେଇ ଦଳର ଛାମୁଆ ନେତାମାନେ ପ୍ରସ୍ତୁତି ଚଳାଇଥିବା ବେଳେ ଆଶାୟୀ ପ୍ରାର୍ଥୀମାନେ ଟିକେଟ ହାସଲ ପାଇଁ ନିଜର ଲବିକୁ ଜୋରଦାର କରିଛନ୍ତି। ଗତ ୨୦୧୭ ନିର୍ବାଚନରେ ୩୫ଟି ଜିଲା ପରିଷଦ ଆସନ ମଧ୍ୟରୁ କୌଣସି ଦଳ ୧୮ମ୍ୟାଜିକ ସଂଖ୍ୟା ହାସଲ କରି ନ ଥିଲେ । ହେଲେ ବିଜେଡି କଂଗ୍ରେସ ଓ ସିପିଆଇକୁ ଧରି ଜିଲା ପରିଷଦ ଗଠନ କରିବାରେ ସକ୍ଷମ ହୋଇଥିଲା। ଏଥର କିନ୍ତୁ ଭାଜପା ଓ ବିଜେଡି କିଭଳି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ଜିଲା ପରିଷଦ ଦଖଲ କରିବେ ସେ ନେଇ ଉଭୟ ଦଳ ପ୍ରାର୍ଥୀ ଚୟନ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଉଭୟ ଦଳ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ନେଇ ଭୋଟରଙ୍କ ନିକଟତର ହେଉଥିବା ବେଳେ କଂଗ୍ରେସ ରାଜ୍ୟ ଓ କେନ୍ଦ୍ର ସରକାରର ବିଫଳତା ଓ ଦରଦାମ ବୃଦ୍ଧିକୁ ଇସ୍ୟୁ କରି ଭୋଟରଙ୍କ ନିକଟରେ ପହଞ୍ଚିବ ବୋଲି ଜିଲା କଂଗ୍ରେସ କମିଟି ସଭାପତି ବେଣୁମାଧବ ତ୍ରିପାଠୀ ପ୍ରକାଶ କରିଛନ୍ତି। ୩୫ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଚୟନ ଚୂଡାନ୍ତ କରିସାରିଥିବା ବେଳେ ବିଜେଡି ଓ ଭାଜପା ପ୍ରାର୍ଥୀତାଲିକା ବର୍ତ୍ତମାନ ସୁଦ୍ଧା ଚୂଡାନ୍ତ ହୋଇନାହିଁ। ଏଥର ଲୋକସଭା ଆସନ ସମେତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସୁନ୍ଦରଗଡ, ତଳସରା, ବୀରମିତ୍ରପୁର ଆସନରେ ଭାଜପା ବିଜୟୀ ହୋଇଛି। ରାଉରକେଲା, ରଘୁନାଥପାଲି ଆସନରେ ବିଜେଡି, ରାଜଗାଙ୍ଗପୁରରେ କଂଗ୍ରେସ ଓ ବଣାଇଁରେ ସିପିଆଇଏମ ବିଜୟୀ ହୋଇଛି। ଗତଥର ଅପେକ୍ଷା ଚଳିତ ଥର ଭାଜପା ପ୍ରତି ଜନସମର୍ଥନ ଆଶା ରଖି ଭାଜପା ଏଥର ଭଲ ପ୍ରଦର୍ଶନ କରି ଜିଲା ପରିଷଦ ଦଖଲ କରିବ ବୋଲି ଦଳ ନେତୃବୃନ୍ଦ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେହିପରି ବିଜେଡିରେ ଏଥର ପୂର୍ବତନ ବିଧାୟକ ଯୋଗେଶ ସିଂ, ଡା. ପ୍ରଫୁଲ୍ଲ କୁମାର ମାଝୀଙ୍କ ଭଳି ନେତା ଯୋଗ ଦେଇଥିବାରୁ ବିଜେଡି ପୂର୍ବାପେକ୍ଷା ଏହି ନିର୍ବାଚନରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଭଲପ୍ରଦର୍ଶନ କରି ପୂର୍ବପରି କ୍ଷମତା ଦଖଲ କରିବାକୁ ଆଶା ବାନ୍ଧିଛି। ସେହିପରି କଂଗ୍ରେସ ମଧ୍ୟ ନିଜର ସାଙ୍ଗଠନିକ ସ୍ଥିତି ଓ ପାରମ୍ପରିକ ଆଦିବାସୀ ଭୋଟକୁ ଆଖି ଆଗରେ ରଖି ନିର୍ବାଚନ ରଣାଙ୍ଗନରେ ବିଜୟର ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri