Posted inଜାତୀୟ

ବେଙ୍ଗାଲୁରୁ କେକ୍‌ କ୍ୟାପିଟାଲ

ବେଙ୍ଗାଲୁରୁ, ୧୬ା୧୨: ବେଙ୍ଗାଲୁରୁବାସୀ ୨୦୨୩ରେ ଅନ୍‌ଲାଇନ ଫୁଡ୍‌ ଡେଲିଭରି ପ୍ଲାଟ୍‌ଫର୍ମ ‘ସ୍ବିଗି’ରେ ୮୫ ଲକ୍ଷ କେକ୍‌ ବରାଦ କରିଛନ୍ତି। ସେଥିମଧ୍ୟରୁ ଚକୋଲେଟ୍‌ ଫ୍ଲେଭର ଅଧିକ ପସନ୍ଦ କରାଯାଇଛି। ଏହି ସହରବାସୀଙ୍କ କେକ୍‌ ପ୍ରେମକୁ ଦୃଷ୍ଟିରେ ରଖି ସ୍ବିଗି ତା’ର ଓ୍ବେବ୍‌ସାଇଟ୍‌ରେ ଏକ ବ୍ଲଗ୍‌ ପୋଷ୍ଟ କରି ବେଙ୍ଗାଲୁରୁକୁ ‘କେକ୍‌ କ୍ୟାପିଟାଲ’ ଆଖ୍ୟା ଦେଇଛି। କେବଳ ଜନ୍ମଦିନ କି ବିବାହ ବାର୍ଷିକୀ ନୁହେଁ, ସବୁ ପ୍ରକାର ଆନନ୍ଦ ଉତ୍ସବକୁ ଏବେ କେକ୍‌ କାଟି ପାଳିବାର ଟ୍ରେଣ୍ଡ ସାରା ଦେଶରେ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ବେକିଂ କମ୍ପାନୀଗୁଡ଼ିକ ଅନେକ ପ୍ରକାର ବିଷୟବସ୍ତୁ, ରଙ୍ଗ, ଆକୃତି, ସ୍ବାଦ ଓ ମହକରେ ପ୍ରସ୍ତୁତ କରୁଛନ୍ତି ଭଳିକି ଭଳି କେକ୍‌। ଏହାକୁ ସ୍ବିଗି ଭଳି ଅନ୍‌ଲାଇନ ଡେଲିଭରି ସଂସ୍ଥାଗୁଡ଼ିକ ଲୋକଙ୍କ ଘରେ ସୁଲଭ ମୂଲ୍ୟରେ ପହଞ୍ଚାଇପାରୁଥିବାରୁ ଏହି ବ୍ୟବସାୟ ସଫଳତାର ଶିଖର ଛୁଇଁପାରୁଛି। ବେଙ୍ଗାଲୁରୁରେ ଅନେକ କେକ୍‌ ପ୍ରସ୍ତୁତକାରୀ ସଂସ୍ଥା ଥିବାବେଳେ ନୂଆ ନୂଆ ସଂସ୍ଥା ଏହି ବ୍ୟବସାୟରେ ଯୋଡ଼ି ହେଉଛନ୍ତି। ପ୍ରତିବର୍ଷ ଲୋକଙ୍କ କେକ୍‌ ଚାହିଦା ବଢ଼ୁଥିବା ଲକ୍ଷ୍ୟ କରାଯାଉଛି ବୋଲି କହିଛନ୍ତି ବେଙ୍ଗାଲୁରୁର କେକ୍‌ ଶୋ ଅର୍ଗାନାଇଜର ଗୌତମ। ସ୍ବିଗିର ତଥ୍ୟ ଅନୁଯାୟୀ ୨୦୨୩ ଭାଲେଣ୍ଟାଇନ୍ସ ଡେ’ରେ ଦେଶରେ ପ୍ରତି ମିନିଟ୍‌ରେ ୨୭୧ଟି କେକ୍‌ ବରାଦ କରାଯାଇଥିଲା। ଚଳିତବର୍ଷ ଜାନୁୟାରୀରୁ ନଭେମ୍ବର ମଧ୍ୟରେ ହୋଇଥିବା ବରାଦକୁ ନେଇ ସ୍ବିଗି ତା’ର ରିପୋର୍ଟ ପ୍ରକାଶ କରିଛି। ତେବେ ନାଗପୁରର ଜଣେ ଗ୍ରାହକ ସ୍ବିଗିରେ ଗୋଟିଏ ଦିନରେ ୯୨ଟି କେକ୍‌ ଅର୍ଡର କରିଛନ୍ତି।
ଅନ୍ୟପକ୍ଷରେ ୨୦୨୩ରେ ଅନ୍ୟାନ୍ୟ ଖାଦ୍ୟ ବ୍ୟଞ୍ଜନ ମଧ୍ୟରୁ ବିରିୟାନୀ ହେଉଛି ସର୍ବାଧିକ ବରାଦ ହୋଇଥିବା ଡିଶ୍‌। ସ୍ବିଗିର ରିପୋର୍ଟ ଅନୁଯାୟୀ ବିରିୟାନୀ କ୍ରମାଗତ ୮ ବର୍ଷ ହେଲା ଅନ୍‌ଲାଇନ ଅର୍ଡର ହେବା ଖାଦ୍ୟ ମଧ୍ୟରେ ଶୀର୍ଷରେ ରହିଛି। ଏହି ବର୍ଷ ପ୍ରତି ୧ ସେକେଣ୍ଡରେ ୨.୫ ପ୍ଲେଟ୍‌ ବିରିୟାନୀ ଅର୍ଡର ହୋଇଥିବା ସ୍ବିଗି ତା’ର ବ୍ଲଗ୍‌ରେ ଦର୍ଶାଇଛି। ତେବେ ପ୍ରତି ୫.୫ ପ୍ଲେଟ୍‌ ଚିକେନ ବିରିୟାନୀ ତୁଳନାରେ ୧ ପ୍ଲେଟ୍‌ ଭେଜ୍‌ ବିରିୟାନୀ ବରାଦ ହୋଇଥିବା ଜଣାପଡ଼ିଛି। ସେହିପରି ପ୍ରତି ୬ ପ୍ଲେଟ୍‌ ମଧ୍ୟରୁ ଗୋଟିଏ ପ୍ଲେଟ୍‌ ବିରିୟାନୀ ହାଇଦ୍ରାବାଦରୁ ଅର୍ଡର ହୋଇଛି। ଅକ୍ଟୋବର ୧୪ରେ ଅନୁଷ୍ଠିତ ଭାରତ-ପାକିସ୍ତାନ ବିଶ୍ୱକପ୍‌ କିକ୍ରେଟ୍‌ ମ୍ୟାଚ୍‌ ବେଳେ ଭାରତୀୟମାନେ ପ୍ରତି ମିନିଟ୍‌ରେ ୫୦ ପ୍ଲେଟ୍‌ ବିରିୟାନୀ ଅର୍ଡର କରିଥିଲେ। ବିଶେଷକରି ଚଣ୍ଡୀଗଡ଼ର ଗୋଟିଏ ପରିବାର ଉକ୍ତଦିନ ଏକାଥରରେ ୭୦ ପ୍ଲେଟ୍‌ ବିରିୟାନୀ ସ୍ବିଗି ମାଧ୍ୟମରେ ମଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri