Categories: ବାଣିଜ୍ୟ

ଭାରତ ବିରୋଧରେ ମାମଲା ପ୍ରତ୍ୟାହାର କଲା କେୟର୍ନ

ନୂଆଦିଲ୍ଲୀ, ୬।୧: ବ୍ରିଟିଶ କମ୍ପାନୀ କେୟର୍ନ ଏନର୍ଜୀ ଭାରତ ସରକାର ଓ ଏହାର ବିଭିନ୍ନ ସଂସ୍ଥା ବିରୋଧରେ ଆମେରିକାରୁ ଫ୍ରାନ୍ସ ଓ ସିଙ୍ଗାପୁର ଅଦାଲତରେ ଦାଏର କରିଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେଇଛି। ଫଳରେ ଏହି କମ୍ପାନୀଠାରୁ ପିଛିଲା ଭାବେ ସଂଗୃହୀତ ହୋଇଥିବା ଟିକସ ଅର୍ଥରୁ ୭,୯୦୦ କୋଟି ଟଙ୍କା ଫେରିପାଇବାକୁ ହକ୍‌ଦାର ହୋଇଛି। ପିଛିଲା ଟିକସ ଆଦାୟକୁ ନେଇ ଭାରତ ସରକାରଙ୍କ ସହ ଉକ୍ତ କମ୍ପାନୀର ୭ ବର୍ଷ ହେଲା ବିବାଦ ଲାଗିରହିଥିଲା। ଏବେ ସରକାରଙ୍କ ସହ କମ୍ପାନୀ ଏକ ବୁଝାମଣାରେ ପହଞ୍ଚତ୍ଛି। ବର୍ତ୍ତମାନ କାପ୍ରିକର୍ନ ଏନର୍ଜୀ ପିଏଲ୍‌ସି ଭାବେ ନାମିତ ଉକ୍ତ କମ୍ପାନୀ ସମସ୍ତ ମୋକଦ୍ଦମା ପ୍ରତ୍ୟାହାର କରିନେଇଛି। ଅନ୍ତର୍ଜାତୀୟ ଅର୍ବିଟ୍ରେଶନ ଟ୍ରିବ୍ୟୁନାଲ୍‌ ପିଛିଲା ତାରିଖରୁ ସଂଗୃହୀତ ଟିକସ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୨୦ ଡିସେମ୍ବରରେ ସରକାର ଅର୍ବିଟ୍ରେଶନ ନିର୍ଦ୍ଦେଶ ମାନିବାକୁ ମନା କରିଦେଇଥିଲେ। ତେବେ ୨୦୨୧ ଅଗଷ୍ଟରେ ସମସ୍ତ ପିଛିଲା ଟିକସ ଦାବି ଓ ରିଫଣ୍ଡ ଅର୍ଥ ସଂଗ୍ରହକୁ ରଦ୍ଦ କରିବା ଲାଗି ଆଇନ ଆଣିଥିଲେ। ସେହିଭଳି ଫେବୃୟାରୀ ୧୨ରେ କଲମ୍ବିଆର କେ.ଆର କୋର୍ଟରେ ସଂସ୍ଥା ଏକ ଆବେଦନ କରିଥିଲା। ଉକ୍ତ ଆବେଦନ ଅନୁଯାୟୀ ବୁଧବାର କଲମ୍ବିଆ ଜିଲା କୋର୍ଟ ଏହାର ତର୍ଜମା କରି ଏୟାର ଇଣ୍ଡିଆ ବିରୋଧରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ସେହିପରି ଯୁକ୍ତରାଷ୍ଟ୍ରର ଫେଡେରାଲ କୋର୍ଟ ମଧ୍ୟ ସଂସ୍ଥାର ବିଭିନ୍ନ ମାମଲା ଉପରେ ନଜର ରଖିଛି। ଗତ ଡିସେମ୍ବରରେ ଟିକସ୍‌ ଠକେଇ ମାମଲାରେ ସଂସ୍ଥା ଆର୍ବିଟେସନ ଟ୍ରିବ୍ୟୁନାଲ ମଧ୍ୟ ଏହାର ମାମଲାକୁ ଗ୍ରହଣ କରି ଆବଶ୍ୟକୀୟ ପଦକ୍ଷେପ ସହ ଘଟଣାର ପୁଙ୍ଖାନୁପୁଙ୍ଖ ତର୍ଜମା କରି ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Share