ଭାରତ ବିରୋଧରେ ମାମଲା ପ୍ରତ୍ୟାହାର କଲା କେୟର୍ନ

cairn

ନୂଆଦିଲ୍ଲୀ, ୬।୧: ବ୍ରିଟିଶ କମ୍ପାନୀ କେୟର୍ନ ଏନର୍ଜୀ ଭାରତ ସରକାର ଓ ଏହାର ବିଭିନ୍ନ ସଂସ୍ଥା ବିରୋଧରେ ଆମେରିକାରୁ ଫ୍ରାନ୍ସ ଓ ସିଙ୍ଗାପୁର ଅଦାଲତରେ ଦାଏର କରିଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେଇଛି। ଫଳରେ ଏହି କମ୍ପାନୀଠାରୁ ପିଛିଲା ଭାବେ ସଂଗୃହୀତ ହୋଇଥିବା ଟିକସ ଅର୍ଥରୁ ୭,୯୦୦ କୋଟି ଟଙ୍କା ଫେରିପାଇବାକୁ ହକ୍‌ଦାର ହୋଇଛି। ପିଛିଲା ଟିକସ ଆଦାୟକୁ ନେଇ ଭାରତ ସରକାରଙ୍କ ସହ ଉକ୍ତ କମ୍ପାନୀର ୭ ବର୍ଷ ହେଲା ବିବାଦ ଲାଗିରହିଥିଲା। ଏବେ ସରକାରଙ୍କ ସହ କମ୍ପାନୀ ଏକ ବୁଝାମଣାରେ ପହଞ୍ଚତ୍ଛି। ବର୍ତ୍ତମାନ କାପ୍ରିକର୍ନ ଏନର୍ଜୀ ପିଏଲ୍‌ସି ଭାବେ ନାମିତ ଉକ୍ତ କମ୍ପାନୀ ସମସ୍ତ ମୋକଦ୍ଦମା ପ୍ରତ୍ୟାହାର କରିନେଇଛି। ଅନ୍ତର୍ଜାତୀୟ ଅର୍ବିଟ୍ରେଶନ ଟ୍ରିବ୍ୟୁନାଲ୍‌ ପିଛିଲା ତାରିଖରୁ ସଂଗୃହୀତ ଟିକସ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୨୦ ଡିସେମ୍ବରରେ ସରକାର ଅର୍ବିଟ୍ରେଶନ ନିର୍ଦ୍ଦେଶ ମାନିବାକୁ ମନା କରିଦେଇଥିଲେ। ତେବେ ୨୦୨୧ ଅଗଷ୍ଟରେ ସମସ୍ତ ପିଛିଲା ଟିକସ ଦାବି ଓ ରିଫଣ୍ଡ ଅର୍ଥ ସଂଗ୍ରହକୁ ରଦ୍ଦ କରିବା ଲାଗି ଆଇନ ଆଣିଥିଲେ। ସେହିଭଳି ଫେବୃୟାରୀ ୧୨ରେ କଲମ୍ବିଆର କେ.ଆର କୋର୍ଟରେ ସଂସ୍ଥା ଏକ ଆବେଦନ କରିଥିଲା। ଉକ୍ତ ଆବେଦନ ଅନୁଯାୟୀ ବୁଧବାର କଲମ୍ବିଆ ଜିଲା କୋର୍ଟ ଏହାର ତର୍ଜମା କରି ଏୟାର ଇଣ୍ଡିଆ ବିରୋଧରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ସେହିପରି ଯୁକ୍ତରାଷ୍ଟ୍ରର ଫେଡେରାଲ କୋର୍ଟ ମଧ୍ୟ ସଂସ୍ଥାର ବିଭିନ୍ନ ମାମଲା ଉପରେ ନଜର ରଖିଛି। ଗତ ଡିସେମ୍ବରରେ ଟିକସ୍‌ ଠକେଇ ମାମଲାରେ ସଂସ୍ଥା ଆର୍ବିଟେସନ ଟ୍ରିବ୍ୟୁନାଲ ମଧ୍ୟ ଏହାର ମାମଲାକୁ ଗ୍ରହଣ କରି ଆବଶ୍ୟକୀୟ ପଦକ୍ଷେପ ସହ ଘଟଣାର ପୁଙ୍ଖାନୁପୁଙ୍ଖ ତର୍ଜମା କରି ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri