ସିଏଜି ରିପୋର୍ଟରେ ଚାଞ୍ଜଲ୍ୟକର ଖୁଲାସା:ଜଙ୍ଗଲ ଜମିରେ ଓଏମ୍‌ସିର ଖଣି ଖନନ

ଯାଜପୁର,୧୯ା୯(ହର୍ଷବର୍ଦ୍ଧନ ବେହେରା):ବିନା ଅନୁମତିରେ ଜଙ୍ଗଲ ଜମିର ବ୍ୟବହାର କାରଣରୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଅଡୁଆରେ ପଡିଛି। ଏଥିଯୋଗୁ ଓଏମ୍‌ସିକୁ ୪୭.୧୨ କୋଟି ଟଙ୍କା ଜରିମାନା ଦେବାକୁ ପଡିଛି। ଏଥିରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଚିହ୍ନଟ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଏମ୍‌ସିକୁ ନିର୍ଦ୍ଦେଶ ହୋଇଛି। ତେବେ ଏଯାଏ ଏହି ନିର୍ଦ୍ଦେଶ ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ସୂଚନା ମିଳିଛି। ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ(ସିଏଜି) ରିପୋର୍ଟ-୨୦୨୪ରେ ଏହା ଦର୍ଶାଯାଇଛି।

ସିଏଜି ରିପୋର୍ଟ ଅନୁଯାୟୀ, ୩୪୫.୧୮୯ ହେକ୍ଟର ଜଙ୍ଗଲ ଜମିରେ କେନ୍ଦୁଝର ଜିଲା ଖଣ୍ଡାବନ୍ଧ ଲୁହା ଖଣି ପାଇଁ ନଭେମ୍ବର ୧୯୬୩ରୁ ନଭେମ୍ବର ୧୯୯୩ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସହିତ ଓଏମ୍‌ସି ୩୦ ବର୍ଷିଆ ଖଣି ପଟ୍ଟା କରିଥିଲା। ପରବର୍ତ୍ତୀ ସମୟରେ ଓଏମ୍‌ସିର ଆବେଦନ ଉପରେ ଜୁନ୍‌ ୨୦୧୮ରେ ଖଣି ପଟ୍ଟାର ଅବଧି ନଭେମ୍ବର ୨୦୩୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଓଏମ୍‌ସି ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ ଧାରା-୨(୨)ର ଉଲ୍ଲଂଘନ କରିଛି। ଅକ୍ଟୋବର ୧୯୯୫ରେ ଖଣ୍ଡାବନ୍ଧ ଖଣି ପାଇଁ ଜଙ୍ଗଲ କିସମ ପରିବର୍ତ୍ତନ କରିବାକୁ କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲା। ଏହାର ବିଚାର ଚାଲିଥିବାବେଳେ ବନ ସଂରକ୍ଷଣ ଆଇନକୁ ଉଲ୍ଲଂଘନ କରି ବିନା ଅନୁମତିରେ ଓଏମ୍‌ସି ୧୫.୩୪୯ ହେକ୍ଟର ଜଙ୍ଗଲ ଜମିକୁ ଖଣି ଖନନ ପାଇଁ ବ୍ୟବହାର କରିସାରିଥିଲା। ଏଥିପାଇଁ ବନ ସଂରକ୍ଷଣ ବିଭାଗ ପକ୍ଷରୁ ୧୯୯୭ରେ ଓଏମ୍‌ସିକୁ ସ୍ପଷ୍ଟୀକରଣ ମଗାଯାଇଥିଲା। ଏହାସହ ଅସ୍ଥାୟୀ ଅନୁମତି ଅବଧିରେ କୌଣସି ନୂତନ ଜଙ୍ଗଲ ଅଞ୍ଚଳକୁ ବ୍ୟବହାର ନ କରିବା ପାଇଁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କିନ୍ତୁ ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଓଏମ୍‌ସି ଅତିରିକ୍ତ ୧୧୩.୭୪୬ ହେକ୍ଟର ଜଙ୍ଗଲ ଜମିରେ ଖଣି ଖନନ କରିଥିଲା। ଏହି କ୍ରମରେ ଜଙ୍ଗଲ ସଂରକ୍ଷଣ ନିୟମ ଅନୁସାରେ ଭାରତ ସରକାରଙ୍କ ବିନା ଅନୁମତିରେ ଅବ୍ୟବହୃତ ଓ ବ୍ୟବହୃତ ଜଙ୍ଗଲରେ ଖଣି ଖାଦାନକୁ ବନ୍ଦ କରିବା ପାଇଁ କେନ୍ଦୁଝର ବନଖଣ୍ଡ ଅଧିକାରୀ ୨୦୦୯ ଡିସେମ୍ବରରେ ନୋଟିସ ଜାରି କରିଥିଲେ। ଏହାପରେ ଜାନୁଆରୀ ୨୦୧୦ରୁ ଖଣି କାର୍ଯ୍ୟ ବନ୍ଦ ହୋଇଥିଲା। କିନ୍ତୁ ୩୪୫.୧୮୯ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ୨୦୧୯ ଜାନୁଆରୀରେ ଭାରତ ସରକାର ଇନ୍‌-ପ୍ରିନ୍ସିପାଲ(ପ୍ରଥମ ପର୍ଯ୍ୟାୟ) ଅନୁମୋଦନ କରିବା ବେଳେ ଜରିମାନା ସଂଗ୍ରହ କରିବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ୧୯୯୪ରୁ ୨୦୦୯ ମଧ୍ୟରେ ୧୨୯.୦୯୫ ହେକ୍ଟର ଜଙ୍ଗଲ ଜମିକୁ ବେଆଇନ ଭାବେ ଖଣି ଖନନ କରିଥିବାରୁ ଓଡ଼ିଶା ସରକାର ୪୭.୧୨ କୋଟି ଟଙ୍କାର ଜରିମାନା ଦାବି କରିଥିଲେ। ୨୦୧୯ ସେପ୍ଟେମ୍ବରରେ ଓଏମ୍‌ସି ତାହା ପୈଠ କରିଥିଲା। ଯଦିଓ ଓଏମ୍‌ସି ବେଆଇନ ଖଣି ଖନନ ବିଷୟରେ ଭଲ ଭାବେ ଅବଗତ ଥିଲା, ତଥାପି ଏଭଳି ପରିଣାମର ପୂର୍ବାନୁମାନ କରି ନ ଥିଲେ। ତେଣୁ ସିଏଜି ସମୀକ୍ଷାର ମତ ଅନୁସାରେ ଓଏମ୍‌ସିର ବେଆଇନ ଖନନ ଉଦ୍ଦେଶ୍ୟମୂଳକ ଥିଲା। ଭାରତ ସରକାରଙ୍କ ନିର୍ଦ୍ଦେଶକୁ ଓଏମ୍‌ସି ଅନୁପାଳନ କରି ନ ଥିଲା। ଏଭଳି ଆଇନ ଉଲ୍ଲଂଘନ ପାଇଁ କୌଣସି ଅଧିକାରୀଙ୍କୁ ଉତ୍ତରଦାୟିତ୍ୱ ନିର୍ଦ୍ଧାରିତ କରାଯାଇନାହିଁ। ତେଣୁ ଭବିଷ୍ୟତରେ ବେଆଇନ ଖଣି ଖନନର ଏହିପରି ପୁନରାବୃତ୍ତି ଯେପରି ନ ହେବ,ସେଥିପାଇଁ ନିଶ୍ଚିତ କରିବାକୁ ଓଏମ୍‌ସିକୁ ସିଏଜି ପକ୍ଷରୁ ଚେତାବନୀ ଦିଆଯାଇଛି।

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ କହିବା ଅନୁଯାୟୀ, ଏହି ସମୟରେ କାମ କରୁଥିବା ସମସ୍ତ ଖଣି ପ୍ରବନ୍ଧକ ଏବଂ ଆଞ୍ଚଳିକ ପ୍ରବନ୍ଧକମାନେ ଚାକିରିରୁ ଅବସର ନେଇ ସାରିଛନ୍ତି। ତେଣୁ ସବିଶେଷ ଭାବେ ଅନୁସନ୍ଧାନ କରିବା ସହିତ ଏହି ଘଟଣାର ପୁନର୍ବିଚାର କରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri