Categories: ବାଣିଜ୍ୟ

ସି. ଉଦୟ ଭାସ୍କର ନାବାର୍ଡର ନୂଆ ସିଜିଏମ୍‌

ଭୁବନେଶ୍ୱର: ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ(ନାବାର୍ଡ) ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ନୂଆ ମୁଖ୍ୟ ମହାପ୍ରବନ୍ଧକ(ସିଜିଏମ୍‌) ଭାବେ ସି.ଉଦୟ ଭାସ୍କର ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ସେ ପବ୍ଲିକ ଆଡମିନିଷ୍ଟ୍ରେଶନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ବେଳେ ନାବାର୍ଡରେ ତାଙ୍କର ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ରହିଛି। ଅର୍ଥ ଏବଂ ବିଭିନ୍ନ ଉନ୍ନତିମୂଳକ କ୍ଷେତ୍ରରେ ସେ କାର୍ଯ୍ୟ କରିଛନ୍ତି। ନାବାର୍ଡ ମୁମ୍ବାଇ ସ୍ଥିତ ମୁଖ୍ୟା କାର୍ଯ୍ୟାଳୟ ଏବଂ ବିଭିନ୍ନ କାର୍ଯ୍ୟାଳୟରେ ସେ କାର୍ଯ୍ୟ କରିଛନ୍ତି।

Share