Posted inଜାତୀୟ

ଉପନିର୍ବାଚନ: ଆଇ.ଏନ.ଡି.ଆଇ.ଏ ହାତେଇଲା ୪, ଭାଜପାକୁ ମିଳିଲା ୩

ନୂଆଦିଲ୍ଲୀ,୮।୯: ଦେଶରେ ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ୭ ବିଧାନସଭା ଆସନରୁ ବିରୋଧୀ ମେଣ୍ଟ ୪ ସିଟ୍‌ରେ ବିଜୟୀ ହୋଇଥିବାବେଳେ ଭାଜପା ୩ ଆସନ ଅକ୍ତିଆର କରିଛି।
କେରଳ, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରେ ହୋଇଥିବା ଉପ-ନିର୍ବାଚନରେ ଇଣ୍ଡିଆ ମେଣ୍ଟ ପାଇଁ ଏକ ବଡ ଚ୍ୟାଲେଞ୍ଜ ରହିଥିଲା। କାରଣ ଏହି ତିନୋଟି ରାଜ୍ୟରେ ଇଣ୍ଡିଆ ମେଣ୍ଟର ସଦସ୍ୟ ପରସ୍ପର ବିରୋଧରେ ଲଢୁଥିଲେ। ଅନ୍ୟପକ୍ଷରେ ଦକ୍ଷିଣ ରାଜ୍ୟରେ କଂଗ୍ରେସ ସିପିଆଇଏମକୁ ଟକ୍କର ଦେଇଥିଲା। କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡିଙ୍କ ପୁଅ ଚାଣ୍ଡି ଓମେନ କେରଳର ପୁଥୁପାଲୀ ଆସନରେ ବିପୁଳ ଭୋଟରେ ଭାଜପା ପ୍ରାର୍ଥୀଙ୍କୁ ହରାଇଛନ୍ତି।

ପଶ୍ଚିମବଙ୍ଗର ଧୁପଗୁଡି ଆସନରେ ସିପିଆଇଏମ ଓ କଂଗ୍ରେସ ଏକାଠି ନିର୍ବାଚନ ଲଢିଥିଲେ। ହେଲେ ଏହି ଆସନରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ତାଙ୍କୁ ଟକ୍କର ଦେଇଥିଲେ। ଏହି ସିଟରେ ମମତା ବାନାର୍ଜୀଙ୍କ ପାର୍ଟି ଓ ଭାଜପା ମଧ୍ୟରେ କଡା ମୁକାବିଲା ହୋଇଥିଲା। ଯେଉଁଥିରେ ଟିଏମସି ପ୍ରାର୍ଥୀ ବାଜିମାତ୍‌ କରିଛନ୍ତି।

ଉତ୍ତରାଖଣ୍ଡର ବାଗେଶ୍ୱର ଆସନରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଏକାଠି ଲଢିଥିଲେ। କିନ୍ତୁ ଭାଜପା ଏହି ସିଟ୍‌ରେ ବାଜିମାତ କରିଛି। ଉତ୍ତରାଖଣ୍ଡର ବାଗେଶ୍ୱର ସିଟ୍‌ରେ ଭାଜପା ପ୍ରାର୍ଥୀ ୨୭୦୦ରୁ ଅଧିକ ଭୋଟ୍‌ରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇଛନ୍ତି। ସେହିପରି ଉତ୍ତରପ୍ରଦେଶର ଘୋସି ବିଧାନସଭା ଉପ-ନିର୍ବାଚନରେ ସମାଜବାଦୀ ପାର୍ଟି ଓ ଭାଜପା ମଧ୍ୟରେ କଡା ଟକ୍କର ହୋଇଥିଲା। ଭାଜପାର ଦୁର୍ଗ କୁହାଯାଉଥିବା ଉତ୍ତରପ୍ରଦେଶରେ ସପା ପ୍ରାର୍ଥୀ ଭାଜପା ପ୍ରାର୍ଥୀଙ୍କୁ ହରାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ଭାଜପା ତ୍ରିପୁରାର ସିପାହିଜାଲା ଜିଲାର ଧାନପୁର, ବକ୍ସନଗର ଓ ବାଗେଶ୍ୱର ବିଧାନସଭା ଆସନରେ ବିପୁଳ ଭୋଟରେ ବିଜୟୀ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରେମରେ ଉବୁଟୁବୁ ମଲାଇକା? ରୋମ୍‌ରୁ ଭାଇରାଲ ହେଲା ଡାଇମଣ୍ଡ ମର୍ଚ୍ଚାଣ୍ଟଙ୍କ ସହ ରୋମାଣ୍ଟିକ୍‌ ଫଟୋ

ମୁମ୍ବାଇ: ବଲିଉଡର ଫିଟନେସ୍‌ କୁଇନ୍‌ ତଥା ଖ୍ୟାତନାମା ଆଇଟମ୍‌ ଗର୍ଲ ମଲାଇକା ଅରୋରା ପୁଣିଥରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତା ଅର୍ଜୁନ କପୁରଙ୍କ ସହ…

ଦେଖନ୍ତୁ ଛତିଥରା ଭିଡିଓ, ରାସ୍ତାରେ ଲୁଚିଥିଲା ମୃତ୍ୟୁ! କେହିକିଛି ବୁଝିବା ପୂର୍ବରୁ…

ସାଣ୍ଟିଆଗୋ,୨୧।୨: ଚିଲିର ରାଜଧାନୀ ସାଣ୍ଟିଆଗୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ…

‘AI ଆସିଲେବି ମଣିଷର ସ୍ଥାନ ନେଇପାରିବନି ମେଶିନ’, ସିସ୍କୋ ଅଧିକାରୀ କହିଲେ କେମିତି ପରିବର୍ତ୍ତନ ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୧।୨: କର୍ପୋରେଟ ଜଗତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ମେଶିନଗୁଡ଼ିକ ମଣିଷକୁ ବଦଳାଇବେ ବୋଲି ବଢୁଥିବା ଭୟ…

ବିଦ୍ୟୁତ୍‌ ଟିକସ ବୃଦ୍ଧି ବାତିଲ, ସ୍ମାର୍ଟ ମିଟର ଲଗାଇବା ବନ୍ଦ ନେଇ ସିପିଆଇଏମ୍‌ର ବିକ୍ଷୋଭ

ଛତ୍ରପୁର,୨୧ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ବିଭିନ୍ନ ବିଷୟକୁ ନେଇ ଓଇଆରସି ପକ୍ଷରୁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟିପିଏସଓଡିଏଲ…

ଚୁରମାର ହେଲା ୟୁନିର୍ଭସିଟି ପ୍ରତିଷ୍ଠା ସ୍ୱପ୍ନ! ଜମି ବିକିଦେଲେ ଖାନ ସାର୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୧।୨:ନିକଟରେ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଥିଲା ଯେ ଖାନ ସାର୍‌ କୋଏଲୱାରରେ ଏକ ବଡ଼ ଜମି କିଣି ସେଠାରେ ଏକ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବାକୁ ଯୋଜନା…

ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ ହତ୍ୟା, ଅଭିଯୋଗ ଆଣି ପୁଅ କହିଲେ ମୋ’ ବାପାଙ୍କୁ…

ଆନନ୍ଦପୁର/ବଞ୍ଚୋ,୨୧ା୨(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ଠିକା କାମରେ ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ କିଛି ଅସାମାଜିକ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।…

ଖରାପ ଫର୍ମ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରୁ ବାଦ ପଡିବେ ଅଭିଷେକ? କ୍ୟାପଟେନ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ରେ ଭାରତର ପ୍ରଥମ ମ୍ୟାଚ ରବିବାର, ଫେବୃଆରୀ ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଏହା ପୂର୍ବରୁ, ଶନିବାର ଏକ ସାମ୍ବାଦିକ…

୪ ମାସ ବିତିନି ପୁଣି ବାଣ ବିସ୍ଫୋରଣ: ଲୋକେ ଭୟଭୀତ

ବୌଦ୍ଧ,୨୧ା୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପୁରୁଣା କଟକ ଥାନା ଜିଆକଟା ଗ୍ରାମରେ ବାଣ ବିସ୍ଫୋରଣ ଘଟଣାକୁ ୪ ମାସ ବିତି ନ ଥିବା ବେଳେ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri