Posted inଜାତୀୟ

ରାମ ନାମ ଧରି…

ସିର୍‌ସି/ନୂଆଦିଲ୍ଲୀ,୨୯ା୪:କେନ୍ଦ୍ରରେ କ୍ଷମତାସୀନ ଭାଜପା ଏଥର ମଧ୍ୟ ‘ରାମ ନାମ’ ଧରି ଲୋକ ସଭା ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପର୍ଯ୍ୟନ୍ତ ଗୈରିକ ଦଳର ନେତାମାନେ ପ୍ରଚାର ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇଯିବା ସହ ଧ୍ରୁବୀକରଣର ସହଜ ଅସ୍ତ୍ର ଭାବେ ‘ରାମ ନାମ’ ଉଚ୍ଚାରଣ କରୁଛନ୍ତି। ତେବେ ବେରୋଜଗାରି, ଦରଦାମ ବୃଦ୍ଧି, କୃଷକ ସମସ୍ୟା ଭଳି ବିଫଳତାରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ଶାସକ ଦଳ ଏଭଳି ପନ୍ଥା ଆପଣାଇଛି, ଯାହାକି ଏହାକୁ ବୁମେରାଂ ହେବ ବୋଲି କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି।
କର୍ନାଟକର ଉତ୍ତର କନ୍ନଡ଼ ଜିଲା ସିର୍‌ସିରେ ରବିବାର ଏକ ଦଳୀୟ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ, ସେମାନଙ୍କୁ ଏଥର ଲୋକ ସଭା ନିର୍ବାଚନରେ ଦେଶବାସୀ ପ୍ରତ୍ୟାଖ୍ୟାନ କରିବେ। ଦେଶ ସ୍ବାଧୀନ ହେବାର ପରଦିନ ହିଁ ରାମମନ୍ଦିର ନିର୍ମାଣ ଉପରେ ନିଷ୍ପତ୍ତି ନିଆଯିବା ଆବଶ୍ୟକ ଥିଲା। ଏହି ପ୍ରସଙ୍ଗରେ ବିରୋଧୀ ଦଳକୁ ଟାର୍ଗେଟ କରିବାକୁ ଯାଇ ମୋଦି ଆହୁରି କହିଛନ୍ତି, କଂଗ୍ରେସ ଓ ଏହାର କୋଟେରି ରାମମନ୍ଦିର ନିର୍ମାଣ କରାଇ ନ ଦେବାକୁ ଦୀର୍ଘ ୭୦ ବର୍ଷ ଧରି ଉଦ୍ୟମ ଚଳାଇଥିଲେ। ସେମାନେ  ବିଚାରର ଶେଷ ଦିନରେ ମଧ୍ୟ କୋର୍ଟକୁ ଧାଇଁଥିଲେ। ରାମମନ୍ଦିର ଟ୍ରଷ୍ଟିମାନେ ସବୁ ମତଭେଦକୁ ଭୁଲି କଂଗ୍ରେସକୁ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଡାକିଥିଲେ। କିନ୍ତୁ କଂଗ୍ରେସ ନେତାମାନେ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଭୋଟରମାନେ ଏହି ଦଳକୁ ପ୍ରତ୍ୟାଖ୍ୟାନ କରିବେ।
  ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୟୁପିର କାସ୍‌ଗଞ୍ଜରେ ଭାଜପା ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରବେଳେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ କଂଗ୍ରେସ ଓ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ରାମମନ୍ଦିର ପ୍ରସଙ୍ଗକୁ ଝୁଲାଇ ରଖିଥିଲା। ଯେଉଁମାନେ କରସେବକଙ୍କୁ ଗୁଳି କରିଥିଲେ ଏବଂ ଯେଉଁମାନେ ରାମମନ୍ଦିର ପ୍ରତିଷ୍ଠା କରିଛନ୍ତି, ସେମାନଙ୍କ ମଧ୍ୟରୁ କାହାକୁ ଭୋଟ ଦେବେ ମତଦାତା ବିଚାର କରନ୍ତୁ। ଆପଣମାନେ ମୋଦିଙ୍କୁ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ କଲେ। ସେ ଗତ ଜାନୁୟାରୀ ୨୨ରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା କରି ‘ଜୟ ଶ୍ରୀରାମ’ କରିଛନ୍ତି। ତେଣୁ ଆଉ ଥରେ ସୁଯୋଗ ଦିଅନ୍ତୁ ବୋଲି ଶାହା ଅନୁରୋଧ କରିଛନ୍ତି। ଯୋଗୀ କହିଛନ୍ତି, ଆମେ ରାମମନ୍ଦିର ନିର୍ମାଣ କଲୁ। ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଲୋକଙ୍କୁ ଗୋମାଂସ ଖାଇବା ଅଧିକାର ଦେବାକୁ ଚାହୁଁଛନ୍ତି।
  ରାମମନ୍ଦିର ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କରିଆସୁଥିବା କଂଗ୍ରେସ ମଧ୍ୟ ବର୍ତ୍ତମାନ ନରମ ହିନ୍ଦୁତ୍ୱ ଆଡ଼କୁ ମୁହଁାଇଲାଣି। ନେହେରୁ-ଗାନ୍ଧୀ ପରିବାରର ଦୁଇ ପାରମ୍ପରିକ ଆସନ ଅମେଠି ଓ ରାଏବରେଲିରେ ରାହୁଲ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏଭଳି ସମୟରେ ରାହୁଲ ଅଯୋଧ୍ୟା ଗସ୍ତକରି ରାମଲାଲାଙ୍କ ଦର୍ଶନ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ଏହା ଦେଖି ଭାଜପା ନେତ୍ରୀ ମୀନାକ୍ଷୀ ଲେକ୍ଷୀ କହିଛନ୍ତି, ରାହୁଲ, ତାଙ୍କ ମା’ ସୋନିଆ  ଓ ଭଉଣୀ ପ୍ରିୟଙ୍କା ହେଉଛନ୍ତି ‘ନିର୍ବାଚନୀ ହିନ୍ଦୁ’। ଏମାନେ ରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଉଥିଲେ। ନିର୍ବାଚନ ବେଳେ ଭୋଟର ଏମାନଙ୍କୁ ଉଚିତ ଜବାବ ଦେବେ।

Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri