Categories: ବାଣିଜ୍ୟ

୫ମ ଦିନ ସୁଦ୍ଧା ୧.୭୯ ଗୁଣା ସବ୍‌ସ୍କ୍ରିପ୍ସନ୍‌

ନୂଆଦିଲ୍ଲୀ,୯।୫: ଛୁଟିଦିନଗୁଡ଼ିକରେ ମଧ୍ୟ ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି)ର ପ୍ରାରମ୍ଭିକ ସର୍ବସାଧାରଣ ଅଫର (ଆଇପିଓ)କୁ ନିବେଶକଙ୍କର ଦୃଢ଼ ସମର୍ଥନ ଦେଖିବାକୁ ମିଳିଛି। ଓପନ୍‌ ହେବାର ୫ମ ଦିନ ଅର୍ଥାତ୍‌ ମେ’ ୮ ତାରିଖ ସୁଦ୍ଧା ନିବେଶକଙ୍କ ଉଦ୍ଦେଶ୍ୟରେ ରହିଥିବା ଶେୟାରଠାରୁ ଏହା ୧.୭୯ ଗୁଣା ସବ୍‌ସ୍କ୍ରାଇବ୍‌ ହୋଇଥିବା ଜଣାଯାଇଛି। ପ୍ରଥମ ଦିନରେ ଏହାର ୬୬% ସବ୍‌ସ୍କ୍ରିପ୍ସନ ହୋଇସାରିଥିଲା ଏବଂ ୨ୟ ଦିନରେ ସମ୍ପୂର୍ଣ୍ଣ ପୂରଣ ହୋଇଯାଇଥିଲା। ଏଲ୍‌ଆଇସି ଆଇପିଓରେ ନିବେଶ ପାଇଁ ରହିଥିବା ୧୬.୨ କୋଟି ଶେୟାର ଓପନିଂର ୨ୟ ଦିନ ସୁଦ୍ଧା ଶେଷ ହୋଇଯାଇଥିଲା। ଆରମ୍ଭ ଦିନରେ ଆଇପିଓର ପଲିସି ହୋଲ୍ଡର ଏବଂ କର୍ମଚାରୀ ସଂରକ୍ଷଣ ସମ୍ପୂର୍ଣ୍ଣ ପୂରଣ ହୋଇଯାଇଥିଲା। ୫ମ ଦିନ ସା ସୁଦ୍ଧା ପଲିସିହୋଲ୍ଡର ସେଗ୍‌ମେଣ୍ଟରେ ୫.୦୪ ଗୁଣା ଏବଂ କର୍ମଚାରୀ ବିଭାଗରେ ୩.୭୯ ଗୁଣା ଅଧିକ ସବ୍‌ସ୍କ୍ରିପ୍ସନ୍‌ ଦେଖିବାକୁ ମିଳିଛି। ଖୁଚୁରା ନିବେଶକଙ୍କ ଅଂଶରେ ୧.୫୯ ଗୁଣା ଅଧିକ ଶେୟାର କ୍ରୟ କରାଯାଇଛି।

Share