ପୋଖରୀ ଖୋଳାକୁ ନେଇ ଗୁଳିମାଡ଼: ଅଭିଯୁକ୍ତଙ୍କ ସ୍ତ୍ରୀ, ପୁଅକୁ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ ଅଫିସ, ୧୭।୪: ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ପଞ୍ଚାୟତ କନ୍ଦପାଳ ଗାଁରେ ରବିବାର ସକାଳେ ଗୁଳିମାଡ଼ ହୋଇଥିଲା ବେଳେ ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସ୍ତ୍ରୀ ସାରଥୀ ନାୟକ (୩୦) ଓ ପୁଅ ନିତିନ ନାୟକ (୩)ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ଉଭୟ ମା’ପୁଅଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି। ଅଭିଯୁକ୍ତ ଫେରାର ଥିବା ବେଳେ ଗାଁରେ ଚପା ଉତ୍ତେଜନା ଲାଗି ରହିଛି।
ସୂଚନାଯୋଗ୍ୟ, କନ୍ଦପାଳ ଗ୍ରାମରେ ପୋଖରୀ ଖୋଳା ବିବାଦକୁ ନେଇ ଗୁଳିମାଡ଼ ଘଟିଥିଲା। ଏଥିରେ ୧୪ ନଂ ଓ୍ବାର୍ଡମେମ୍ବର ପଙ୍କଜିନୀ ନାୟକଙ୍କ ଶ୍ୱଶୁର ଦଳେଇଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ସଦର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ପରବର୍ତ୍ତୀ ସମୟରେ ଏଭଳି କାଣ୍ଡ ଘଟିଛି।