ଚଞ୍ଚକତା କରି ଜମି ହଡ଼ପ

ଢେଙ୍କାନାଳ ଅଫିସ, ୧।୩: ଢେଙ୍କାନାଳ ଜିଲାରେ ଜମି ମାଫିଆଙ୍କ ପ୍ରାଦୁର୍ଭାବ କମୁନାହିଁ। ବିଭିନ୍ନ ଉପାୟରେ ଚଞ୍ଚକତା କରି ସେମାନେ ଜମି ହଡ଼ପ କରି ନେଉଛନ୍ତି। ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ପୂର୍ବରୁ ଜଣେ ଅତିରିକ୍ତ ତହସିଲଦାରଙ୍କ ସମେତ ତହସିଲ ଅଫିସର କେତେଜଣ କର୍ମଚାରୀ ଓ ଅଭିଯୁକ୍ତ ବନ୍ଧା ହୋଇଥିବାବେଳେ ଏବେ ସଦର ଥାନା ପଦ୍ମନାଭପୁର ମୌଜାରେ ଜଣେ ବ୍ୟକ୍ତିଙ୍କ ୯୫ ଡେସିମିଲ ଜମିକୁ ଚଞ୍ଚକତା କରି ବିକ୍ରି କରାଯାଇଛି। ଏଥିରେ ଜିଲା ରେଜିଷ୍ଟ୍ରାର କାର୍ଯ୍ୟାଳୟର କେତେଜଣ କର୍ମଚାରୀ ସାମିଲ ଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା ହେଉଛି, ଚକ୍ରାନ୍ତର ଶିକାର ହେବା ପରେ ଅଭିଯୋଗକାରୀ ଦୁଇଟି ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ଅଭିଯୋଗ ଗ୍ରହଣ କରିବା ବଦଳରେ ଫେରାଇ ଦେଇଛି।
ଘଟଣାରୁ ଜଣାପଡ଼ିଛି, ଅନୁଗୋଳ ଜିଲା ତାଳଚେର କଲିୟାରୀ ଥାନା କଳମଛୁଇଁ ନିବାସୀ ତଥା ନାଲ୍‌କୋର ଅବସରପ୍ରାପ୍ତ କର୍ମଚାରୀ ପ୍ରତାପ ଚନ୍ଦ୍ର ମହାପାତ୍ର (୬୫) ଢେଙ୍କାନାଳ ସଦର ତହସିଲ ପଦ୍ମନାଭପୁର ମୌଜାର ଖାତା ନଂ. ୪, ପ୍ଲଟ ନଂ. ୧୫୦୦ର ୯୫ ଡେସିମିଲ ତଇଲା କିସମ ଜମିକୁ ୨୦୧୭ ଜୁନ୍‌ ୨୭ରେ କିଣିଥିଲେ, ଯାହାର ରେକର୍ଡଧାରୀ ଥିଲେ ଅଜାତି ରାଉତଙ୍କ ଉତ୍ତରାଧିକାରୀ ଦାଶରଥି ରାଉତ। ଏହାର ପଟ୍ଟା ଲାଗି ସେ ତହସିଲ ଅଫିସରେ ଆବେଦନ କରିଥିଲେ। ହେଲେ ଅନ୍‌ଲାଇନ୍‌ରେ ଯାଞ୍ଚ ବେଳେ ଉକ୍ତ ଜମିର ପଟ୍ଟା ତାଙ୍କ ନାମରେ ନ ଥିବା ଜଣାପଡ଼ିଥିଲା। ଏହା ଅନ୍ତର୍ଯ୍ୟାମୀ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ନାମରେ ରେକର୍ଡ ହୋଇଥିଲା। ଏହାପରେ ସେ ଜିଲା ସବ୍‌ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ଆସି ଆବଶ୍ୟକ କାଗଜପତ୍ର ବାହାର କରିଥିଲେ। ତନାଘନା ବେଳେ ଜଣାପଡ଼ିଥିଲା ଯେ, ସବ୍‌ ରେଜିଷ୍ଟ୍ରି କାର୍ଯ୍ୟାଳୟର ଜଣେ ଦଲିଲ ଲେଖକ ଚଞ୍ଚକତା କରି ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କ ନାମରେ ଥିବା ପଟ୍ଟାକୁ ପ୍ରତାପ କୁମାର ମହାପାତ୍ର ଲେଖି ବଦଳାଇ ଦେଇଛନ୍ତି। ୨୦୨୧ ଜୁଲାଇ ୧୩ରେ ପ୍ରତାପ କୁମାର ମହାପାତ୍ରଙ୍କ ନାମରେ ଥିବା ଏକ ଆଧାରକାର୍ଡ ଆଣି ଭାପୁର ଫାଣ୍ଡି ଅଧୀନ ରଥପଦା ଗ୍ରାମର ଅନ୍ତର୍ଯ୍ୟାମୀ ବେହେରାଙ୍କ ନାମରେ ରେଜିଷ୍ଟ୍ରି କରାଇଥିଲେ। ଅନ୍ତର୍ଯ୍ୟାମୀଙ୍କ ନାମରେ ତହସିଲ କାର୍ଯ୍ୟାଳୟରୁ ଉକ୍ତ ଜମିର ପଟ୍ଟା ବାହାର କରାଯାଇଥିଲା। ସବୁଠାରୁ ବଡ଼କଥା ହେଉଛି, ନୂତନ ଦଲିଲରେ ଥିବା ୨ଜଣ ସାକ୍ଷୀ ପୂର୍ବରୁ ଜମି ହଡ଼ପ ଘଟଣାରେ ସମ୍ପୃକ୍ତ। ଏପରିକି ସେମାନେ ଜେଲଦଣ୍ଡ ମଧ୍ୟ ଭୋଗିଛନ୍ତି। ତେଣୁ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜମି ମାଲିକ ପ୍ରତାପ ଚନ୍ଦ୍ର ମହାପାତ୍ର ମଙ୍ଗଳବାର ଜିଲାପାଳ, ଉପଜିଲାପାଳ ଓ ଜିଲା ରେଜିଷ୍ଟ୍ରାରଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଏ ସଂକ୍ରାନ୍ତରେ ଜିଲା ରେଜିଷ୍ଟ୍ରାର ଗୁରୁଚରଣ ମଲ୍ଲ କୁହନ୍ତି, ଅଭିଯୋଗ ପାଇଛୁ। ଏଥିରେ ଜଣେ ମଧ୍ୟସ୍ଥ ରହିଥିବା ବେଳେ ଆଉ ଜଣେ ଦଲିଲ ଲେଖିଥିବା ଜଣାପଡ଼ିଛି। ଉପଜିଲାପାଳ ଓ ଜିଲାପାଳଙ୍କ ସହ ଆଲୋଚନା କରି ଥାନାରେ ମାମଲା ରୁଜୁ କରାଯିବ।
ଅଭିଯୋଗ ରଖୁନି ପୋଲିସ
ଜମି ହଡ଼ପର ଶିକାର ହୋଇଥିବା ଜାଣିବା ପରେ ପ୍ରତାପ ଚନ୍ଦ୍ର ମହାପାତ୍ର ପ୍ରଥମେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ତାଙ୍କ ଅଭିଯୋଗ ରଖି ନ ଥିଲା। ଯେଉଁ ଅଞ୍ଚଳରେ ଜମି ଅଛି, ସେହି ଅଞ୍ଚଳର ଥାନାରେ ଅଭିଯୋଗ କରିବା ପାଇଁ କହି ଫେରାଇ ଦେଇଥିଲା। ଏହାପରେ ସେ ସଦର ଥାନାର ଦ୍ୱାରସ୍ଥ ହୋଇଥିଲେ। ସେଠାରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଡିଏସ୍‌ପିଙ୍କୁ ପଚାରି ଅଭିଯୋଗ ଗ୍ରହଣ କରାଯିବ ବୋଲି କହି ପୋଲିସ ତାଙ୍କୁ ପଳାଇଯିବାକୁ କହିଥିଲା। ଏପରି କି ଥାନାର କର୍ମଚାରୀମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ପ୍ରତାପ ଅଭିଯୋଗ କରିଛନ୍ତି। ଜନସାଧାରଣଙ୍କ ଅଭିଯୋଗକୁ ଧୈର୍ଯ୍ୟର ସହ ଶୁଣିବା ଏବଂ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସତ୍ତ୍ୱେ ଜଣେ ହିତାଧିକାରୀଙ୍କୁ ଗୋଟିଏ ଥାନାରୁ ଅନ୍ୟ ଥାନାକୁ ଦଉଡ଼ାଇବା ଆଲୋଚନାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କୁହନ୍ତି, ମାମଲା ରୁଜୁ ପାଇଁ ତୁରନ୍ତ ବ୍ୟବସ୍ଥା କରାଯିବ।
ଭିଜିଲାନ୍ସ ତଦନ୍ତ ଦାବି
ଢେଙ୍କାନାଳ ଜିଲା ରେଜିଷ୍ଟ୍ରି କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା କେତେଜଣ କର୍ମଚାରୀଙ୍କ ସହ ଜମି ଦଲାଲଙ୍କ ଅସାଧୁ ମେଣ୍ଟ ଗଢ଼ି ଉଠିଥିବା ଚର୍ଚ୍ଚା ହେଉଛି। ଏମାନେ କୌଶଳକ୍ରମେ ମୂଲ୍ୟବାନ ଜମି ହଡ଼ପ କରୁଛନ୍ତି। ତଥାପି ସେମାନଙ୍କ ବିରୋଧରେ କୋହଳ ମନୋଭାବ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜମି କ୍ରୟବିକ୍ରୟ ସଂକ୍ରାନ୍ତ ବିବାଦୀୟ ମାମଲାର ଭିଜିଲାନ୍ସ ତଦନ୍ତ କରାଗଲେ ଜିଲାରେ ଜମି କେଳେଙ୍କାରୀ ସମ୍ପର୍କିତ ବହୁ ସଙ୍ଗିନ ତଥ୍ୟ ପଦାକୁ ଆସନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri