ଚଞ୍ଚକତା କରି ଜମି ହଡ଼ପ

ଢେଙ୍କାନାଳ ଅଫିସ, ୧।୩: ଢେଙ୍କାନାଳ ଜିଲାରେ ଜମି ମାଫିଆଙ୍କ ପ୍ରାଦୁର୍ଭାବ କମୁନାହିଁ। ବିଭିନ୍ନ ଉପାୟରେ ଚଞ୍ଚକତା କରି ସେମାନେ ଜମି ହଡ଼ପ କରି ନେଉଛନ୍ତି। ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ପୂର୍ବରୁ ଜଣେ ଅତିରିକ୍ତ ତହସିଲଦାରଙ୍କ ସମେତ ତହସିଲ ଅଫିସର କେତେଜଣ କର୍ମଚାରୀ ଓ ଅଭିଯୁକ୍ତ ବନ୍ଧା ହୋଇଥିବାବେଳେ ଏବେ ସଦର ଥାନା ପଦ୍ମନାଭପୁର ମୌଜାରେ ଜଣେ ବ୍ୟକ୍ତିଙ୍କ ୯୫ ଡେସିମିଲ ଜମିକୁ ଚଞ୍ଚକତା କରି ବିକ୍ରି କରାଯାଇଛି। ଏଥିରେ ଜିଲା ରେଜିଷ୍ଟ୍ରାର କାର୍ଯ୍ୟାଳୟର କେତେଜଣ କର୍ମଚାରୀ ସାମିଲ ଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା ହେଉଛି, ଚକ୍ରାନ୍ତର ଶିକାର ହେବା ପରେ ଅଭିଯୋଗକାରୀ ଦୁଇଟି ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ଅଭିଯୋଗ ଗ୍ରହଣ କରିବା ବଦଳରେ ଫେରାଇ ଦେଇଛି।
ଘଟଣାରୁ ଜଣାପଡ଼ିଛି, ଅନୁଗୋଳ ଜିଲା ତାଳଚେର କଲିୟାରୀ ଥାନା କଳମଛୁଇଁ ନିବାସୀ ତଥା ନାଲ୍‌କୋର ଅବସରପ୍ରାପ୍ତ କର୍ମଚାରୀ ପ୍ରତାପ ଚନ୍ଦ୍ର ମହାପାତ୍ର (୬୫) ଢେଙ୍କାନାଳ ସଦର ତହସିଲ ପଦ୍ମନାଭପୁର ମୌଜାର ଖାତା ନଂ. ୪, ପ୍ଲଟ ନଂ. ୧୫୦୦ର ୯୫ ଡେସିମିଲ ତଇଲା କିସମ ଜମିକୁ ୨୦୧୭ ଜୁନ୍‌ ୨୭ରେ କିଣିଥିଲେ, ଯାହାର ରେକର୍ଡଧାରୀ ଥିଲେ ଅଜାତି ରାଉତଙ୍କ ଉତ୍ତରାଧିକାରୀ ଦାଶରଥି ରାଉତ। ଏହାର ପଟ୍ଟା ଲାଗି ସେ ତହସିଲ ଅଫିସରେ ଆବେଦନ କରିଥିଲେ। ହେଲେ ଅନ୍‌ଲାଇନ୍‌ରେ ଯାଞ୍ଚ ବେଳେ ଉକ୍ତ ଜମିର ପଟ୍ଟା ତାଙ୍କ ନାମରେ ନ ଥିବା ଜଣାପଡ଼ିଥିଲା। ଏହା ଅନ୍ତର୍ଯ୍ୟାମୀ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ନାମରେ ରେକର୍ଡ ହୋଇଥିଲା। ଏହାପରେ ସେ ଜିଲା ସବ୍‌ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ଆସି ଆବଶ୍ୟକ କାଗଜପତ୍ର ବାହାର କରିଥିଲେ। ତନାଘନା ବେଳେ ଜଣାପଡ଼ିଥିଲା ଯେ, ସବ୍‌ ରେଜିଷ୍ଟ୍ରି କାର୍ଯ୍ୟାଳୟର ଜଣେ ଦଲିଲ ଲେଖକ ଚଞ୍ଚକତା କରି ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କ ନାମରେ ଥିବା ପଟ୍ଟାକୁ ପ୍ରତାପ କୁମାର ମହାପାତ୍ର ଲେଖି ବଦଳାଇ ଦେଇଛନ୍ତି। ୨୦୨୧ ଜୁଲାଇ ୧୩ରେ ପ୍ରତାପ କୁମାର ମହାପାତ୍ରଙ୍କ ନାମରେ ଥିବା ଏକ ଆଧାରକାର୍ଡ ଆଣି ଭାପୁର ଫାଣ୍ଡି ଅଧୀନ ରଥପଦା ଗ୍ରାମର ଅନ୍ତର୍ଯ୍ୟାମୀ ବେହେରାଙ୍କ ନାମରେ ରେଜିଷ୍ଟ୍ରି କରାଇଥିଲେ। ଅନ୍ତର୍ଯ୍ୟାମୀଙ୍କ ନାମରେ ତହସିଲ କାର୍ଯ୍ୟାଳୟରୁ ଉକ୍ତ ଜମିର ପଟ୍ଟା ବାହାର କରାଯାଇଥିଲା। ସବୁଠାରୁ ବଡ଼କଥା ହେଉଛି, ନୂତନ ଦଲିଲରେ ଥିବା ୨ଜଣ ସାକ୍ଷୀ ପୂର୍ବରୁ ଜମି ହଡ଼ପ ଘଟଣାରେ ସମ୍ପୃକ୍ତ। ଏପରିକି ସେମାନେ ଜେଲଦଣ୍ଡ ମଧ୍ୟ ଭୋଗିଛନ୍ତି। ତେଣୁ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜମି ମାଲିକ ପ୍ରତାପ ଚନ୍ଦ୍ର ମହାପାତ୍ର ମଙ୍ଗଳବାର ଜିଲାପାଳ, ଉପଜିଲାପାଳ ଓ ଜିଲା ରେଜିଷ୍ଟ୍ରାରଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଏ ସଂକ୍ରାନ୍ତରେ ଜିଲା ରେଜିଷ୍ଟ୍ରାର ଗୁରୁଚରଣ ମଲ୍ଲ କୁହନ୍ତି, ଅଭିଯୋଗ ପାଇଛୁ। ଏଥିରେ ଜଣେ ମଧ୍ୟସ୍ଥ ରହିଥିବା ବେଳେ ଆଉ ଜଣେ ଦଲିଲ ଲେଖିଥିବା ଜଣାପଡ଼ିଛି। ଉପଜିଲାପାଳ ଓ ଜିଲାପାଳଙ୍କ ସହ ଆଲୋଚନା କରି ଥାନାରେ ମାମଲା ରୁଜୁ କରାଯିବ।
ଅଭିଯୋଗ ରଖୁନି ପୋଲିସ
ଜମି ହଡ଼ପର ଶିକାର ହୋଇଥିବା ଜାଣିବା ପରେ ପ୍ରତାପ ଚନ୍ଦ୍ର ମହାପାତ୍ର ପ୍ରଥମେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ତାଙ୍କ ଅଭିଯୋଗ ରଖି ନ ଥିଲା। ଯେଉଁ ଅଞ୍ଚଳରେ ଜମି ଅଛି, ସେହି ଅଞ୍ଚଳର ଥାନାରେ ଅଭିଯୋଗ କରିବା ପାଇଁ କହି ଫେରାଇ ଦେଇଥିଲା। ଏହାପରେ ସେ ସଦର ଥାନାର ଦ୍ୱାରସ୍ଥ ହୋଇଥିଲେ। ସେଠାରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଡିଏସ୍‌ପିଙ୍କୁ ପଚାରି ଅଭିଯୋଗ ଗ୍ରହଣ କରାଯିବ ବୋଲି କହି ପୋଲିସ ତାଙ୍କୁ ପଳାଇଯିବାକୁ କହିଥିଲା। ଏପରି କି ଥାନାର କର୍ମଚାରୀମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ପ୍ରତାପ ଅଭିଯୋଗ କରିଛନ୍ତି। ଜନସାଧାରଣଙ୍କ ଅଭିଯୋଗକୁ ଧୈର୍ଯ୍ୟର ସହ ଶୁଣିବା ଏବଂ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସତ୍ତ୍ୱେ ଜଣେ ହିତାଧିକାରୀଙ୍କୁ ଗୋଟିଏ ଥାନାରୁ ଅନ୍ୟ ଥାନାକୁ ଦଉଡ଼ାଇବା ଆଲୋଚନାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କୁହନ୍ତି, ମାମଲା ରୁଜୁ ପାଇଁ ତୁରନ୍ତ ବ୍ୟବସ୍ଥା କରାଯିବ।
ଭିଜିଲାନ୍ସ ତଦନ୍ତ ଦାବି
ଢେଙ୍କାନାଳ ଜିଲା ରେଜିଷ୍ଟ୍ରି କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା କେତେଜଣ କର୍ମଚାରୀଙ୍କ ସହ ଜମି ଦଲାଲଙ୍କ ଅସାଧୁ ମେଣ୍ଟ ଗଢ଼ି ଉଠିଥିବା ଚର୍ଚ୍ଚା ହେଉଛି। ଏମାନେ କୌଶଳକ୍ରମେ ମୂଲ୍ୟବାନ ଜମି ହଡ଼ପ କରୁଛନ୍ତି। ତଥାପି ସେମାନଙ୍କ ବିରୋଧରେ କୋହଳ ମନୋଭାବ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜମି କ୍ରୟବିକ୍ରୟ ସଂକ୍ରାନ୍ତ ବିବାଦୀୟ ମାମଲାର ଭିଜିଲାନ୍ସ ତଦନ୍ତ କରାଗଲେ ଜିଲାରେ ଜମି କେଳେଙ୍କାରୀ ସମ୍ପର୍କିତ ବହୁ ସଙ୍ଗିନ ତଥ୍ୟ ପଦାକୁ ଆସନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri