Categories: ବାଣିଜ୍ୟ

୨୦୪୭ ବେଳକୁ ଭାରତ ହେବ ଧନୀ ରାଷ୍ଟ୍ର

ଭୁବନେଶ୍ୱର,୨୬।୭: ଭାରତରେ ଗତ ୩ ଦଶକ ମଧ୍ୟରେ ହୋଇଥିବା ଆର୍ଥିକ ସୁଧାରର ଲାଭ ଦେଶର ସବୁ ନାଗରିକଙ୍କୁ ସମାନ ଭାବେ ମିଳିନାହିଁ ବୋଲି ଆଶଙ୍କା କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ଦେଶର ସମସ୍ତ ନାଗରିକଙ୍କର ବିକାଶ ପାଇଁ ସମାଜର ସବୁଠୁ ନିମ୍ନସ୍ତର ବିକାଶ ଜରୁରୀ ରହିଛି। ଦେଶର ବିକାଶକୁ ବଢ଼ାଇବା ପାଇଁ ବର୍ତ୍ତମାନଠାରୁ ଭାରତୀୟ ମଡେଲ’ର ଆବଶ୍ୟକତା ଜରୁରୀ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସରକାର ଓ ନୀତିନିୟାମକମାନେ ଉପଯୁକ୍ତ ଭାବେ ଯୋଜନା ପ୍ରସ୍ତୁତ କରି ସମସ୍ତଙ୍କ ବିକାଶ ବିଷୟରେ ଚିନ୍ତା କରାଗଲେ ଭାରତ ୨୦୪୭ ବେଳକୁ ବହୁ ଆଗକୁ ଯାଇପାରିବ। ଫଳରେ ଚାଇନା ଓ ଆମେରିକା ଭଳି ରାଷ୍ଟ୍ର ସହ ସମକକ୍ଷ ହେବା ସହିତ ବିଶ୍ୱର ୩ୟ ଧନୀ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ମୁକେଶ ଆଶାବ୍ୟକ୍ତ କରିଛନ୍ତି।

Share