ନୂଆଦିଲ୍ଲୀ, ୫ା୭(ପି.ଟି.): ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ୍ ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକାରେ ଡବଲ ଅଲିମ୍ପିକ ପଦକ ବିଜେତା ପି. ଭି. ସିନ୍ଧୁ ୩ ସ୍ଥାନ ତଳକୁ ଖସି ୧୫ତମ ସ୍ଥାନରେ ରହିଛନ୍ତି। ସିନ୍ଧୁ ଚଳିତବର୍ଷ ଏପ୍ରିଲରେ ଏଲିଟ୍ ଟପ୍ ୧୦ରୁ ବାଦ୍ ପଡ଼ିଛନ୍ତି। ବର୍ତ୍ତମାନ ସେ ୧୩ଟି ଟୁର୍ନାମେଣ୍ଟରୁ ୫୧,୦୭୦ ପଏଣ୍ଟ ଅର୍ଜନ କରିଛନ୍ତି। ଗତ ୫ ମାସ ଆଘାତଜନିତ ସମସ୍ୟାରେ ରହି ଫେରିଥିବା ୨୭ ବର୍ଷୀୟା ସିନ୍ଧୁ ଚଳିତ ସିଜନରେ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଛନ୍ତି। ଏହି ସପ୍ତାହରେ ସେ କାନାଡା ଓପନ ସୁପର ୫୦୦ରେ ଭାଗ ନେବେ। ଏହି ସିଜନରେ ସେ ମାଡ୍ରିଡ୍ ସ୍ପେନ ମାଷ୍ଟର୍ସ ସୁପର ୩୦୦ ଫାଇନାଲରେ ପ୍ରବେଶ କରିଥିବା ବେଳେ ମାଲେସିଆ ମାଷ୍ଟର୍ସ ସୁପର ୫୦୦ ଟୁର୍ନାମେଣ୍ଟର ସେମିଫାଇନାଲକୁ ଉନ୍ନୀତ ହୋଇପାରିଥିଲେ। ବର୍ଷ ଆରମ୍ଭରେ କିନ୍ତୁ ତାଙ୍କୁ ବହୁ ପ୍ରତିଯୋଗିତାରେ ପ୍ରଥମରୁ ବିଦାୟ ନେବାକୁ ପଡ଼ିଛି। ଭାରତୀୟ ପୁରୁଷ ଡବଲ୍ସ ଶୀର୍ଷ ର଼୍ୟାଙ୍କିଙ୍ଗ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀଙ୍କୁ ବିଶ୍ୱର ୩ ନମ୍ବର ଯୋଡ଼ି ହୋଇଛନ୍ତି। ୮ମ ସ୍ଥାନ ଅଧିକାର କରିଥିବା ଏଚ୍.ଏସ୍. ପ୍ରଣୟ ହେଉଛନ୍ତି ପୁରୁଷ ସିଙ୍ଗଲ୍ସରେ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି। ଲକ୍ଷ୍ୟ ସେନ ଓ କିଡାମ୍ବି ଶ୍ରୀକାନ୍ତ ଯଥାକ୍ରମେ ୧୯ତମ ଓ ୨୦ତମ ସ୍ଥାନରେ ଅଛନ୍ତି। ମହିଳା ଡବଲ୍ସରେ ତ୍ରିସା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ଗୋଟିଏ ସ୍ଥାନ ତଳକୁ ଖସି ୧୭ତମ ସ୍ଥାନରେ ଅଛନ୍ତି। ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ ତାଲିକାରେ ପୁରୁଷ ଡବଲ୍ସ ଯୋଡ଼ି ଏମ୍ଆର୍ ଅର୍ଜୁନ ଓ ଧ୍ରୁବ କାପିଲା ୨୬ତମ ସ୍ଥାନରେ ରହିଥିବା ବେଳେ ରୋହଣ କାପୁର ଓ ଏନ୍. ସିକ୍କି ରେଡ୍ଡୀ ୩୩ତମ ସ୍ଥାନରେ ଅଛନ୍ତି।
୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ
ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...
ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା
ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...
କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…
ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...
ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା
ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...
ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…
ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...
ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି
ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...
ବାଇକ୍ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର
ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...
ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?
ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...
Archives


