ୱଣ୍ଡେର୍ଲାରେ ବାଏ ୧ ଗେଟ୍‌ ୧ ଅଫର

ଭୁବନେଶ୍ୱର,୩୦।୭: ୱଣ୍ଡେର୍ଲା ହଲିଡେଜ ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଆକର୍ଷଣୀୟ ଅଫର ‘ବାଏ ୧ ଗେଟ ୧’ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର କେବଳ ୨୦୨୪ ଅଗଷ୍ଟ ୪ ରେ ଦିନକ ପାଇଁ ଉପଲବ୍ଧ। ଏପରିକି ଏହି ସ୍ବତନ୍ତ୍ର ଅଫର ଏବଂ ସୀମିତ ସଂଖ୍ୟକ ଟିକେଟ ଅନଲାଇନ ପ୍ଲାଟଫର୍ମରେ ଉପଲବ୍ଧ ରହିଛି। ବିଶେଷ କରି ଚଳିତ ବର୍ଷ ବନ୍ଧୁତ୍ୱ ଦିବସ (ଫ୍ରେଣ୍ଡଶିପ ଡେ) ପାଳନ ନିମନ୍ତେ କମ୍ପାନୀର ବେଙ୍ଗାଲୁରୁ, ହାଇଦ୍ରାବାଦ, ଭୁବନେଶ୍ୱର ଓ କୋଚି ଆଦି ପାର୍କରେ ଏହି ସ୍ବତନ୍ତ୍ର ଅଫର ଏବଂ ଅନନ୍ୟ ଆକର୍ଷଣ ନିମନ୍ତେ ଉଲ୍ଲାସର ସହିତ ଘୋଷଣା କରୁଛି।

ଅପରପକ୍ଷରେ ସମସ୍ତ ରୋମାଞ୍ଚକାରୀ ପାର୍କ ରାଇଡ ଏବଂ ସୁବିଧା ସୁଯୋଗ ସହିତ ଲାଇଭ ଡିଜେ, ସ୍ବତନ୍ତ୍ର ସାନ୍ଧ୍ୟକାଳୀନ ଜୁମ୍ବା ସେସନ, ଫନ ଗେମସ ଏବଂ ପୁରସ୍କାର ସହିତ ୱଣ୍ଡେର୍ଲା ଆପଣଙ୍କର ଏକମାତ୍ର ବନ୍ଧୁତ୍ୱ ଦିବସ ପାଳନ ଲକ୍ଷ୍ୟ ସ୍ଥଳ ହେବ।
ଏ ସମ୍ପର୍କରେ ୱଣ୍ଡେର୍ଲା ହଲିଡେଜ ଲିମିଟେଡର ଏମଡି ଅରୁଣ କେ. ଚିଟ୍ଟିଲାପିଲ୍ଲି କହିଛନ୍ତି, ଆମେ ୱଣ୍ଡେର୍ଲା ପାର୍କ ସମୂହରେ ଆପଣଙ୍କ ପାଇଁ ଏକ ଅବିସ୍ମରଣୀୟ ବନ୍ଧୁତ୍ୱ ଦିବସ ପାଳନ ସୁଯୋଗ ଆଣି ଦେଉଛୁ, ଆମର ଲକ୍ଷ୍ୟ ହେଉଛି ଏକ ଚଳଚଞ୍ଚଳ ପରିବେଶ ସୃଷ୍ଟି କରିବା। ଯେଉଁଠାରେ ଜନସାଧାରଣ ସମବେତ ହୋଇ ରୋମାଞ୍ଚକାରୀ ରାଇଡ, ବାନ୍ଧି ରଖିବା ଭଳି ଲାଇଭ ସୋ ଏବଂ ବହୁବିଧ ଆକର୍ଷଣୀୟ କାର୍ଯ୍ୟକଳାପ ଉପଭୋଗ କରିପାରିବେ। ଆପଣ ଆମ ଡିଜେ ସହିତ ତାଳଦେଇ ନାଚନ୍ତୁ, ଫନ ଗେମସରେ ଅଂଶଗ୍ରହଣ କରନ୍ତୁ ଅଥବା ଏକ ଜୁମ୍ବା ସେସନରେ ଯୋଗ ଦିଅନ୍ତୁ, ୱଣ୍ଡେର୍ଲାରେ ପ୍ରତ୍ୟେକଟି ମୁହୂର୍ତ୍ତକୁ ଆପଣଙ୍କ ଦିନକୁ ସ୍ବତନ୍ତ୍ର କରି ଗଢି ତୋଳିବାକୁ ନିଖୁଣ ଭାବେ ପ୍ରସ୍ତୁତ କରାଯାଇଛି। ଆସନ୍ତୁ ଏବଂ ଆମ ସହିତ ୱଣ୍ଡେର୍ଲାରେ ବନ୍ଧୁତ୍ୱର ସମ୍ପର୍କକୁ ପାଳନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri