Posted inଖେଳ

ପ୍ରକୃଷ୍ଟ ସମୟ

ବିଶ୍ୱ ଫୁଟବଲର ସର୍ବୋଚ୍ଚ ପରିଚାଳନା ସଂସ୍ଥା ‘ଫିଫା’ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)କୁ ବାସନ୍ଦ କରିଛି। ସମ୍ପ୍ରତି ଏଆଇଏଫ୍‌ଏଫ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଅଫ୍‌ ଆଡ୍‌ମିନିଷ୍ଟ୍ରେଟର୍ସ (ସିଓଏ) ଦ୍ୱାରା ପରିଚାଳିତ ହେଉଥିବାବେଳେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ବରଦାସ୍ତ କରାଯିବନାହିଁ ବୋଲି ଫିଫା ସ୍ପଷ୍ଟ କରିଦେଇଛି। ଫିଫାର ଏପରି ବାସନ୍ଦରେ କିନ୍ତୁ ବିଚଳିତ ନୁହନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବାଇଚୁଙ୍ଗ ଭୂତିଆ। ଫିଫାର ଏହି ନିଷ୍ପତ୍ତି କଠୋର ହୋଇଥିଲେ ହେଁ ଦେଶର କ୍ରୀଡ଼ା ବ୍ୟବସ୍ଥାରେ ଅନୁଶାସନ ଫେରାଇ ଆଣିବା ପାଇଁ ଏହା ପ୍ରକୃଷ୍ଟ ସମୟ ବୋଲି ସେ କହିଛନ୍ତି। ଏବେ ଘର ସଜାଡ଼ିବାର ବେଳ, ଦେଶର ଫୁଟ୍‌ବଲ ବ୍ୟବସ୍ଥାରେ ରହିଥିବା ତ୍ରୁଟିଗୁଡ଼ିକୁ ସୁଧାରିବା ପାଇଁ ଏହା ଉଚିତ ସମୟ ବୋଲି ପ୍ରକାଶ କରିଛନ୍ତି ଏହି ସ୍ପୋଟର୍‌ସ ଆଇକନ୍‌। ଫିଫା ନିୟମ ଉଲ୍ଲଂଘନ କାରଣରୁ ୮୫ ବର୍ଷର ଇତିହାସରେ ପ୍ରଥମଥର ପାଇଁ ଭାରତକୁ ଏଭଳି ବାସନ୍ଦାଦେଶର ସମ୍ମୁଖୀନ ହେବାକୁ ପଡ଼ିଛି। ଫିଫାର ଏହି ନିଷ୍ପତ୍ତି ଭାରତ ପାଇଁ ଶକ୍ତ ଧକ୍କା ବୋଲି ପୂର୍ବତନ ଅଧିନାୟକ ଶବିର୍‌ ଅଲୀ ପ୍ରକାଶ କରିଛନ୍ତି। ଏହାସହିତ ଏହି ବାସନ୍ଦାଦେଶ ଖୁବ୍‌ଶୀଘ୍ର ହଟିଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଫିଫା ପକ୍ଷରୁ ସମସ୍ତ ରାସ୍ତା ବନ୍ଦ କରାଯାଇ ନ ଥିବା ବେଳେ ଆଲୋଚନା ଦ୍ୱାରା ଏହି ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି। ଅନ୍ୟତମ ପୂର୍ବତନ ଖେଳାଳି ମେହତାବ ହୋସେନ୍‌ ଫୁଟ୍‌ବଲ ପରିଚାଳନାକୁ ବର୍ତ୍ତମାନର ସମସ୍ୟା ପାଇଁ ଦାୟୀ କରିଛନ୍ତି। ପୂର୍ବରୁ ପରିଚାଳନା କରୁଥିବା ଅଧିକାରୀ ଏବଂ ସିଓଏ ସମପରିମାଣରେ ଏହି ଘଟଣା ପାଇଁ ଦାୟୀ। ଯେତେବେଳେ ଫିଫା ପକ୍ଷରୁ ନିର୍ବାଚନ ପାଇଁ ଡେଡ୍‌ଲାଇନ ଧାର୍ଯ୍ୟ କରାଯାଇଥିଲା ସେତେବେଳେ ଏତେଦିନ ଧରି ନୀରବ ରହି ଏମାନେ କ’ଣ କରୁଥିଲେ ବୋଲି ମେହତାବ ପ୍ରଶ୍ନ କରିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ସିଓଏ ଦାୟିତ୍ୱ ଛାଡ଼ିବା ସହ ଏଆଇଏଫ୍‌ଏଫ୍‌ର କର୍ମକର୍ତ୍ତାମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ହେବେ ଏବଂ ଏହାର ସମ୍ବିଧାନ ଫିଫା ଓ ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ଦ୍ୱାରା ସ୍ବୀକୃତ ହେବାପରେ ଯାଇ ବାସନ୍ଦ ଉଠି ପାରିବ। ବାସନ୍ଦ ନ ଉଠିଲେ ଭାରତ କୌଣସି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିପାରିବ ନାହିଁ କିମ୍ବା ଦେଶରେ କୌଣସି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିପାରିବ ନାହିଁ। ଫଳରେ ଭୁବନେଶ୍ୱର ସମେତ ଦେଶର ୩ଟି ଭେନ୍ୟୁରେ ହେବାକୁଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଆୟୋଜନ ହୋଇପାରିବ ନାହିଁ। ଏହା ବ୍ୟତୀତ ଏସିଆ ଓ ସାଫ୍‌ ଚାମ୍ପିୟନଶିପ୍‌ରେ ଭାଗ ନେଇ ପାରିବ ନାହିଁ। କାରଣ ଭାରତର କୌଣସି ଖେଳାଳି ବିଦେଶରେ କିମ୍ବା ବିଦେଶର କୌଣସି ଖେଳାଳି ଭାରତରେ ଖେଳିପାରିବେ ନାହିଁ। ଫିଫା ନିୟମ ଉଲ୍ଲଂଘନ କାରଣରୁ ପୂର୍ବରୁ ପାକିସ୍ତାନ, ଜିମ୍ବାଓ୍ବେ, କେନିୟା, ବେନିନ୍‌, କୁଏତ୍‌, ଇଣ୍ଡୋନେସିଆ, ଗ୍ବାଟେମାଲା, ନାଇଜେରିଆ, ବ୍ରୁନେଇ ଓ ଇରାକ ଆଦି ଦେଶ ସମଦଶା ଭୋଗିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ କୌଣସି ରାଜନୈତିକ କିମ୍ବା ଆଇନଗତ ହସ୍ତକ୍ଷେପରୁ ଦୂରେଇ ନ ରହିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫିଫା ସ୍ପଷ୍ଟ କରିଛି।
ପରିବର୍ତ୍ତିତ ଘଟଣାକ୍ରମରେ ଗତ ବୁଧବାର ଥିବା ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ୨୨ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।

”ଫିଫାର ନିଷ୍ପତ୍ତି କଠୋର ହୋଇଥିଲେ ହେଁ ଭାରତର କ୍ରୀଡ଼ା ବ୍ୟବସ୍ଥାରେ ଅନୁଶାସନ ଫେରାଇ ଆଣିବା ପାଇଁ ଏହା ପ୍ରକୃଷ୍ଟ ସମୟ। ଏବେ ଘର ସଜାଡ଼ିବାର ବେଳ, ଦେଶର ଫୁଟ୍‌ବଲ ବ୍ୟବସ୍ଥାରେ ରହିଥିବା ତ୍ରୁଟି ସୁଧାରିବା ପାଇଁ ଏହା
ଉଚିତ ସମୟ“
-ବାଇଚୁଙ୍ଗ ଭୂତିଆ, ପୂର୍ବତନ ଭାରତୀୟ ଫୁଟବଲ ଅଧିନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri